Advertisment

ନାବାଳିକା ଘରୋଇ ସହାୟିକାଙ୍କୁ ନିର୍ଯାତନା ଘଟଣା; ଚାକିରିରୁ ବିଦା ହେଲେ ଅଭିଯୁକ୍ତ ଦମ୍ପତି

ନାବାଳିକାଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ତାଙ୍କୁ ନିଯୁକ୍ତି ଦେଇଥିବା ପ୍ଲେସମେଣ୍ଟ ଏଜେନ୍ସିକୁ ଖୋଜିବା ଆରମ୍ଭ କରିଛି।

Accused Couple

Accused Couple

Advertisment

ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିବା ନୂଆଦିଲ୍ଲୀର ଦମ୍ପତିଙ୍କ ଅଡ଼ୁଆ ବଢ଼ିଲା। ଉଭୟ ଘରୋଇ ସଂସ୍ଥାରେ ଚାକିରି କରିଥିବା ବେଳେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏନେଇ ସେମାନେ ଚାକିରି କରୁଥିବା ସଂସ୍ଥା ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ନାବାଳିକାଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ତାଙ୍କୁ ନିଯୁକ୍ତି ଦେଇଥିବା ପ୍ଲେସମେଣ୍ଟ ଏଜେନ୍ସିକୁ ଖୋଜିବା ଆରମ୍ଭ କରିଛି।

ନୂଆଦିଲ୍ଲୀ ଗୁରୁଗ୍ରାମ ଅଞ୍ଚଳରେ ରହୁଥିବା ମନୀଷ ଖଟ୍ଟର ଏବଂ ତାଙ୍କ ପତ୍ନୀ କମଲଜିତ କୌର ଚାକିରି କରିଥିବାରୁ ସେମାନଙ୍କ ଛୋଟ ଛୁଆର ଯତ୍ନ ନେବା ପାଇଁ ୧୭ ବର୍ଷୀୟା ନାବାଳିକାଙ୍କୁ ଘରେ ରଖୁଥିଲେ। ମାତ୍ର ସେମାନେ ତାଙ୍କୁ ଖାଇବାକୁ ଦେଉ ନ ଥିବା ବେଳେ ପ୍ରବଳ ପିଟୁଥିଲେ। ଏପରିକି ନାବାଳିକାଜଣକ ଭୋକ ବିକଳରେ ଡଷ୍ଟବିନରୁ ପଚାସଢ଼ା ଖାଦ୍ୟ ଉଠାଇ ଖାଉଥିଲା। ତାକୁ ସେମାନେ ରାତିରେ ଶୋଇବାକୁ ବି ଦେଉ ନ ଥିଲେ।

Advertisment

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍‌ ନାବାଳିକଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛି। ତାଙ୍କ ହାତ, ପାଦ ଏବଂ ପାଟିରେ ଗଭୀର କ୍ଷତ ଚିହ୍ନ ରହିଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ମଧ୍ୟ ପୁଲିସ୍‌ ସୂଚନା ଦେଇଛି।

ଘରୋଇ ସହାୟକଙ୍କୁ ନିଯୁକ୍ତି ଦେଇ ଏପରି ନିର୍ଦ୍ଦୟ କାଣ୍ଡ କରୁଥିବା ଦମ୍ପତିଙ୍କୁ କଡ଼ା ଶାସ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Human Interest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe