Advertisment

Couple Divorce: ପିଆଜ-ରସୁଣ ଯୋଗୁ କଳି, ୧୧ ବର୍ଷ ପରେ ଅଲଗା ହେଲେ ସ୍ୱାମୀ-ସ୍ତ୍ରୀ

ପିଆଜ,ରସୁଣ ଓ ଆମୀଷ ସେମାନେ ଖାଉଥିବାରୁ ଏହାକୁ ପତ୍ନୀ ପସନ୍ଦ କରୁ ନଥିଲେ। ସମୟକ୍ରମେ ଏହି ଭିନ୍ନତା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ଅଲଗା ଅଲଗା ରୋଷେଇ ବ୍ୟବସ୍ଥା ଯୋଗୁ ଦୁଇ ଭାଗ ହୋଇଥିଲା ଘର।

onion

representational image

Advertisment

ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଘରେ କରି ଥିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପିଆଜ, ରସୁଣ ଓ ଆଳୁ ଆଦି ପାଇଁ ପ୍ରାୟତଃ ଝଡ଼ଗା ହୋଇଥାଏ। ଏହା ଗୋଟିଏ ସ୍ୱାଭାବିକ ଘଟଣା। ହେଲେ ଗୁଜରାଟ(Gujrat)ର ଅହମଦାବାଦରେ ପିଆଜ-ରସୁଣ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଡ଼ଗା ବିସ୍ଫୋରକ ରୂପ ନେଇଛି। ଏହି ବିବାଦ କାରଣରୁ ବାହାଘରର ଦୀର୍ଘ ୧୧ ବର୍ଷ ପରେ ସେମାନଙ୍କ ମଧ୍ୟରେ ହୋଇଛି ଛାଡ଼ପତ୍ର।

Advertisment

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବିବାଦ ଖାଦ୍ୟକୁ ନେଇ ଆରମ୍ଭ ହୋଇଥିଲା। ସ୍ୱାମୀ-ସ୍ତ୍ରୀଙ୍କ ପସନ୍ଦ ଅଲଗା ଥିବାରୁ ସମୟକ୍ରମେ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ଶେଷରେ ଖାଦ୍ୟରେ ଥିବା ଅସମାନତା ଗୋଟିଏ ବିରାଟ ବଡ଼ ପାରିବାରିକ ତଥା ବୈବାହିକ ବିବାଦରେ ପରିଣତ ହୋଇଥିଲା। ଏହି ବିବାଦ ଗୁଜରାଟ ହାଇକୋର୍ଟରେ ପହଞ୍ଚିବା ସହ ଛାଡ଼ପତ୍ରରେ ଶେଷ ହୋଇଛି। 

ଦମ୍ପତି ୨୦୦୨ରେ ବିବାହ କହିଥିଲେ। ବାହାଘର ପରେ ସେମାନଙ୍କ ମଧ୍ୟରେ ଖାଦ୍ୟର ଭିନ୍ନଭିନ୍ନ ପସନ୍ଦକୁ ନେଇ କୌଣସି ବିବାଦ ନଥିଲା। ପତ୍ନୀ ଜଣଙ୍କ ସ୍ୱାମୀନାରାୟରଣଙ୍କ ଅନୁଗାମୀ ହୋଇଥିବାରୁ ଆଦୌ ପିଆଜ ରସୁଣ ଖାଉ ନଥିଲେ। ସେ ସବୁବେଳେ ପିଆଜ-ରସୁଣ ଠାରୁ ଦୂରେଇ ରହୁଥିଲେ। 

Advertisment

ତେବେ ତାଙ୍କ ସ୍ୱାମୀ ଓ ଶାଶୂ ଏହାକୁ ଖାଉଥିଲେ। ପିଆଜ,ରସୁଣ ଓ ଆମୀଷ ସେମାନେ ଖାଉଥିବାରୁ ଏହାକୁ ପତ୍ନୀ ପସନ୍ଦ କରୁ ନଥିଲେ। ସମୟକ୍ରମେ ଏହି ଭିନ୍ନତା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ଅଲଗା ଅଲଗା ରୋଷେଇ ବ୍ୟବସ୍ଥା ଯୋଗୁ ଦୁଇ ଭାଗ ହୋଇଥିଲା ଘର। ଏଥିଯୋଗୁ ଘରେ ଆରମ୍ଭ ହୋଇଥିଲା କଳି। 

ବିବାଦ ବଢ଼ିବାରୁ ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନ ପ୍ରଭାବିତ ହୋଇଥିଲା। ଶେଷରେ ପତ୍ନୀ ନିଜର ପିଲାକୁ ଧରି ଶାଶୂ ଘର ଛାଡ଼ି ଦେଇଥିଲେ। ପତ୍ନୀ ଓ ପିଲା ଚାଲି ଯିବାରୁ ୨୦୧୩ରେ ସ୍ୱାମୀ ଜଣଙ୍କ ଅହମଦାବାଦ ପାରିବାରିକ ଅଦାଲତରେ ପହଞ୍ଚି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଖାଦ୍ୟାଭ୍ୟାସରେ ପତ୍ନୀ ବୁଝାମଣା ନ କରିବା ଗୋଟିଏ ନିର୍ଯାତନା ବୋଲି ସେ ନିଜ ଆବେଦନରେ ଦର୍ଶାଇଥିଲେ।

ସେବେଠାରୁ ପାରିବାରିକ ଅଦାଲତରେ ମାମଲାର ବିଚାର ଚାଲିଥିଲା। ୨୦୨୪ରେ ଫ୍ୟାମିଲୀ କୋର୍ଟ ଛାଡ଼ପତ୍ରର ଅନୁମତି ଦେବା ସହ ସ୍ୱାମୀଙ୍କୁ ଭରପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। 

ପତ୍ନୀ ପାରିବାରିକ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାରୁ ମାମଲା ଗୁଜରାଟ ହାଇକୋର୍ଟରେ ପହଞ୍ଚିଥିଲା। ତାଙ୍କ ଓକିଲ କୋର୍ଟରେ କହିଥିଲେ ଯେ ସ୍ୱାମୀ ଜଣଙ୍କ ପତ୍ନୀଙ୍କ ଧାର୍ମିକ ଖାଦ୍ୟ କଟକଣାର ପ୍ରଭାବକୁ ଅତିରଞ୍ଜିତ କରି ଉପସ୍ଥାପନ କରିଛନ୍ତି। ତେବେ ସ୍ୱାମୀଙ୍କ କହିବା କଥା ଯେ ପିଆଜ-ରସୁଣ ହିଁ ନିୟମିତ ଝଗଡ଼ାର କାରଣ ବନିଥିଲା।

ସ୍ୱାମୀ ଦାବି କରିଥିଲେ ଯେ ସେ ଓ ତାଙ୍କ ମା’ ମିଳିତ ଭାବେ ପତ୍ନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପିଆଜ-ରସୁଣ ଖାଇବା ବନ୍ଦ କରି ଦେଇଥିଲେ। ତଥାପି ପତ୍ନୀ ବିବାଦ ବନ୍ଦ କରି ନଥିଲେ। ଏପରି କି ସେ ଏକଦା ମହିଳା ପୁଲିସ୍‌ ଷ୍ଟେସନରେ ଗୋଟିଏ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ।  

ଗୁଜରାଟ ହାଇକୋର୍ଟରେ ଚାଲିଥିବା ଶୁଣାଣି ବେଳେ ପତ୍ନୀ ଜଣଙ୍କ ଛାଡ଼ପତ୍ରକୁ ବିରୋଧ କରୁ ନଥିବା କହିଥିଲେ। ଏହା ବଦଳରେ ସ୍ୱାମୀ ଜଣଙ୍କ ବାକି ରହିଥିବା ଭରଣପୋଷଣ ଖର୍ଚ୍ଚ କୋର୍ଟରେ ଇନଷ୍ଟଲମେଣ୍ଟ ଆକାରରେ ଜମା କରିବାକୁ ରାଜି ହୋଇଛନ୍ତି।

ଦୁଇ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇବାରୁ ପତ୍ନୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ ଓ ପାରିବାରିକ ଅଦାଲତ ଦେଇଥିବା ଛାଡ଼ପତ୍ର(Divorce) ରାୟକୁ କାଏମ ରଖିଥିଲେ। 

Divorce Gujrat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe