Advertisment

ନରୋଦା ନରସଂହାର: ସମସ୍ତ ୬୯ ଅଭିଯୁକ୍ତ ଦୋଷମୁକ୍ତ

ଅହମଦାବାଦର ସ୍ୱତନ୍ତ୍ର କୋର୍ଟ ଦୀର୍ଘ ୨୧ ବର୍ଷ ପରେ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅହମଦାବାଦୀର ନରୋଦା ଗାଁରେ ୧୧ ଜଣ ସଂଖ୍ୟାଲଘୁଙ୍କ ଘର ଜାଳି ଦେବା ସହ ସମସ୍ତଙ୍କୁ ହତ୍ୟା କରାଯାଇଥିଲା।

Gujarat Riots Case

Gujarat Riots Case

Advertisment

ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ବେଳେ ସଂଗଠିତ ନରୋଦା ନରସଂହାର ଘଟଣାରେ ଗୁଜରାଟର ସ୍ୱତନ୍ତ୍ର କୋର୍ଟ ସମସ୍ତ ୬୯ ଅଭିଯୁକ୍ତଙ୍କୁ ଆଜି ଦୋଷମୁକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଜେପି ନେତା ମାୟା କୋଡନାନି, ବଜରଙ୍ଗ ଦଳର ପୂର୍ବତନ ନେତା ବାବୁ ବଜରଙ୍ଗୀ ଓ ବିଶ୍ୱହିନ୍ଦୁ ପରିଷଦର ନେତା ଜୟଦୀପ ପଟେଲ ରହିଛନ୍ତି।

Advertisment

ଅହମଦାବାଦର ସ୍ୱତନ୍ତ୍ର କୋର୍ଟ ଦୀର୍ଘ ୨୧ ବର୍ଷ ପରେ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅହମଦାବାଦୀର ନରୋଦା ଗାଁରେ ୧୧ ଜଣ ସଂଖ୍ୟାଲଘୁଙ୍କ ଘର ଜାଳି ଦେବା ସହ ସମସ୍ତଙ୍କୁ ହତ୍ୟା କରାଯାଇଥିଲା।

ମାୟା କୋଡାନି ୨୦୦୨ ଗୁଜରାଟ ଦଙ୍ଗା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ଥିଲେ। ୨୦୧୭ରେ କୋଡନାନିଙ୍କ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସାକ୍ଷୀ ଭାବେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଗୋଦ୍ରା ଟ୍ରେନ ପୋଡ଼ି ଘଟଣା ପରେ ଗୁଜରାଟରେ ଦଙ୍ଗା ହୋଇଥିଲା। ଏହି ସମୟରେ ନରୋଦାରେ ନରସଂହାର ଦେଖିବାକୁ ମିଳିଥିଲା। ତେବେ ୨୧ ବର୍ଷ ପରେ କାହାକୁ ମଧ୍ୟ ଏହି ଘଟଣା ପାଇଁ ଦାୟୀ କରାଯାଇନି।

Advertisment

ମାୟା କୋଡନାନି ନରୋଦା ପଟିୟା ଦଙ୍ଗା ଘଟଣାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ୨୦୧୨ରେ କୋଡନାନି ଓ ବଜରଙ୍ଗୀଙ୍କୁ ୨୮ ବର୍ଷର ଜେଲ ଦଣ୍ଡ ମିଳିଥିଲା। କିନ୍ତୁ ଗୁଜରାଟ ହାଇକୋର୍ଟ ୨୦୧୮ରେ ସେମାନଙ୍କୁ ଦୋଷମୁକ୍ତ କରିଥିଲେ।

୨୦୦୨ ସାଂପ୍ରଦାୟିକ ଦଙ୍ଗା ବେଳେ ଘଟିଥିବା ୯ଟି ବଡ଼ ହିଂସା ମଧ୍ୟରୁ ନରୋଦା ନରସଂହାର ଅନ୍ୟତମ। ଏହି ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଟିମ କରିଥିଲେ ଓ ଟ୍ରାଏଲ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ନରୋଦା ନରସଂହାର ଘଟଣାରେ ମୋଟ ୮୬ ଜଣ ଅଭିଯୁକ୍ତ ଥିଲେ।

ସେମାନଙ୍କ ମଧ୍ୟରୁ ୧୭ ଜଣ ଶୁଣାଣି ବେଳେ ପ୍ରାଣ ହରାଇଥିଲେ। ବାକି ୬୯ ଜଣ ଅଭିଯୁକ୍ତଙ୍କ ବିଚାର ଚାଲିଥିଲା। ଶୁଣାଣି ବେଳେ ୧୮୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏପ୍ରିଲ ୫ରେ ସ୍ୱତନ୍ତ୍ର ବିଚାରପତି ଏସ୍‌କେ ବକ୍ସି ଶୁଣାଣି ଶେଷ କରିଥିଲେ। ଆଜି ସେ ରାୟ ପ୍ରକାଶ କରିଛନ୍ତି।

Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe