Advertisment

ମୂଷା ଖାଇଦେଲା ପ୍ରମାଣ, ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ରାଜଗୋପାଳ ଓ ନାଗେଶ୍ୱର ରାଓ।

ଅଦ୍ୟତନ ହୋଇଛି
Rat

Rat

Advertisment

ମୂଷା ପ୍ରମାଣ ନଷ୍ଟ କରି ଦେବାରୁ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଚେନ୍ନାଇରେ ଘଟିଛି ଏହି ଘଟଣା।

Advertisment

କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଏହି ଦୁଇ ବ୍ୟକ୍ତି ହେଉଛନ୍ତି ରାଜଗୋପାଳ ଓ ନାଗେଶ୍ୱର ରାଓ। ୨୨ କେଜି ଗଞ୍ଜେଇ ରଖିଥିବା ଅଭିଯୋଗରେ ୨୦୨୦ରେ ସେମାନଙ୍କୁ ଚେନ୍ନାଇର ମାରିନା ପୁଲିସ ଗିରଫ କରିଥିଲା। ତା’ପରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା ଓ ସେମାନଙ୍କ ବିରୋଧରେ କୋର୍ଟରେ ଚର୍ଜଶିଟ୍ ଦାଖଲ କରିଥିଲା।

ଚେନ୍ନାଇର ଏକ ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ଜବତ ଗଞ୍ଜେଇରୁ ମାତ୍ର ୫୦ ଗ୍ରାମ କୋର୍ଟରେ ଦାଖଲ କରାଯାଇଥିଲା। ଆଉ ୫୦ ଗ୍ରାମ ଫରେନସିକ୍ ଲାବକୁ ପଠାଯାଇଥିଲା। ତେଣୁ ମଙ୍ଗଳବାର (ଗତକାଲି) ଶୁଣାଣି ବେଳେ ବାକି ୨୧ କେଜି ୯୦୦ ଗ୍ରାମ ଗଞ୍ଜେଇ କୁଆଡ଼େ ଗଲା ବୋଲି କୋର୍ଟ ପୁଲିସକୁ ପଚାରିଥିଲେ।

Advertisment

ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ଜବତ କରାଯାଇଥିବା ବାକି ଗଞ୍ଜେଇ ମୂଷା ଖାଇ ଦେଇଛି। ଏହା ଶୁଣିବା ପରେ କୋର୍ଟ ଅଭିଯୁକ୍ତ ଦ୍ୱୟଙ୍କୁ ନିର୍ଦ୍ଦୋଷ କହି ଖଲାସ କରି ଦେଇଥିଲେ। କାରଣ ପୁଲିସ ଚାର୍ଜଶିଟରେ ସେମାନଙ୍କ ଠାରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିବା ଦର୍ଶାଇଥିବା ବେଳେ, ତାକୁ କୋର୍ଟରେ ଦେଖାଇ ପାରି ନଥିଲା କି ପ୍ରମାଣିତ କରି ପାରି ନଥିଲା।

Chennai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe