Advertisment

ପତ୍ନୀଙ୍କ ପାଇଁ ୫୫ ହଜାର ଟଙ୍କାର ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଲେ ସ୍ୱାମୀ, ତା’ପରେ

ଏହାକୁ ପତ୍ନୀଙ୍କ ଓକିଲ ବିରୋଧ କରିଥିଲେ ହେଁ ବିଚାରପତି ଏତେ ପରିମାଣର କଏନ ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ହେଲେ ଏତେ ପରିମାଣର କଏନକୁ ଗଣିବା ଦାୟିତ୍ୱ କୋର୍ଟ ସ୍ୱାମୀଙ୍କୁ ଦେଇଛନ୍ତି। ସେ ସବୁ କଏନ ଗଣତି କରି ପତ୍ନୀଙ୍କୁ ଦେବେ। ରାଜସ୍ଥାନର ଜୟପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Coin

Coin

Advertisment

ସାମ୍ନାକୁ ଆସିଛି ଗୋଟିଏ ଅଜବ ଘଟଣା। ପତ୍ନୀଙ୍କ ରକ୍ଷାଣବେକ୍ଷଣ ଖର୍ଚ୍ଚ ପାଇଁ ବାକି ରହିଥିବା ୫୫ ହଜାର ଟଙ୍କା ଦେବାକୁ କେବଳ ଟଙ୍କିକିଆ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଛନ୍ତି ଜଣେ ବ୍ୟକ୍ତି। ୭ଟି ଅଖାରେ ସେ କେବଳ କଏନ ଧରି କୋର୍ଟରେ ପହଞ୍ଚିବା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

Advertisment

ଏହାକୁ ପତ୍ନୀଙ୍କ ଓକିଲ ବିରୋଧ କରିଥିଲେ ହେଁ ବିଚାରପତି ଏତେ ପରିମାଣର କଏନ ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି। ହେଲେ ଏତେ ପରିମାଣର କଏନକୁ ଗଣିବା ଦାୟିତ୍ୱ କୋର୍ଟ ସ୍ୱାମୀଙ୍କୁ ଦେଇଛନ୍ତି। ସେ ସବୁ କଏନ ଗଣତି କରି ପତ୍ନୀଙ୍କୁ ଦେବେ। ରାଜସ୍ଥାନର ଜୟପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ୧୧ ମାସ ହେଲା ବ୍ୟକ୍ତି ଜଣଙ୍କ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ପତ୍ନୀଙ୍କୁ ରକ୍ଷାଣବେକ୍ଷଣ ବାବଦରେ ଟଙ୍କା ଦେଇ ନଥିଲେ। ଏଥିପାଇଁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେ ଓ ତାଙ୍କ ପରିବାର ଲୋକ ୭ଟି ବସ୍ତାରେ ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଥିଲେ।

Advertisment

ତେବେ ଏହାକୁ ତାଙ୍କ ପତ୍ନୀଙ୍କ ଓକିଲ ବିରୋଧ କରିବା ସହ ଏହା ମାନସିକ ନିର୍ଯାତନା ବୋଲି କହିଥିଲେ। କିନ୍ତୁ କୋର୍ଟ ଟଙ୍କାକୁ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ। ହେଲେ ବ୍ୟକ୍ତି ଜଣଙ୍କ ନିଜେ ସବୁ କଏନ ଗଣିବେ ଓ ହଜାରେ ଟଙ୍କା ଲେଖାଏ ପ୍ୟାକେଟ କରି ମୋଟ ୫୫ଟି ପ୍ୟାକେଟ ପତ୍ନୀଙ୍କୁ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୬ରେ ହେବେ। ସେହିଦିନ ବ୍ୟକ୍ତି ଜଣଙ୍କ ୫୫ଟି ପ୍ୟାକେଟ ପତ୍ନୀଙ୍କୁ ହସ୍ତାନ୍ତର କରିବେ।

ଜୟପୁରରେ ଥିବା ଗୋଟିଏ ଫ୍ୟାମିଲୀ କୋର୍ଟରେ ଦମ୍ପତିଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଚାଲିଛି। କୋର୍ଟ ମାମଲାର ଶୁଣାଣି କରି ଦଶରଥ କୁମାୱତଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ପତ୍ନୀଙ୍କୁ ଦେବାକୁ କହିଥିଲେ। ତେବେ ସେ ୧୧ ମାସ ହେଲା ପତ୍ନୀଙ୍କୁ କୌଣସି ପ୍ରକାରର ଆର୍ଥିକ ସହାୟତା କରି ନଥିଲେ।

ଏହାକୁ ପତ୍ନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ହାରମାଦା ଅଞ୍ଚଳରେ ରହୁଥିବା ଦଶରଥଙ୍କୁ ଜୁନ ୧୭ରେ ଗିରଫ କରାଯାଇଥିଲା। ଏଥିପାଇଁ ଫ୍ୟାମିଲୀ କୋର୍ଟ ନମ୍ବର ୧ ଗୋଟିଏ ରିକଭରୀ ୱାରେଣ୍ଟ ଜାରି କରିଥିଲେ।

ଛୁଟି ଯୋଗୁ ଫ୍ୟାମିଲୀ କୋର୍ଟ ବନ୍ଦ ଥିବାରୁ ତାଙ୍କୁ ‌ଅତିରିକ୍ତ ଜିଲ୍ଲା ଜଜଙ୍କ ଆଗରେ ହାଜର କରାଯାଇଥିଲା। ଏହି ସମୟରେ ଦଶରଥଙ୍କ ପରିବାର ଲୋକ ୫୫ ହଜାର ଟଙ୍କାର ୧ ଟଙ୍କିଆ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଥିଲେ। ଏତେ ପରିମାଣର କଏନ ୭ଟି ବସ୍ତାରେ ରହିଥିଲା।

ଦଶରଥଙ୍କ ପତ୍ନୀଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। କିନ୍ତୁ ଦଶରଥଙ୍କ ଓକିଲ କଏନର ପ୍ରଚଳନ ଥିବାରୁ ଏହାକୁ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଏହାପରେ କୋର୍ଟ କଏନ ପ୍ରଦାନ କରିବାକୁ ଅନୁମତି ଦେଇଥିଲେ।

Rajasthan Family Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe