Advertisment

କେଜ୍ରିୱାଲଙ୍କ ଜାମିନ ଆବେଦନ: ଜୁନ ୧ ସୁଦ୍ଧା ଜବାବ ରଖିବାକୁ ଇଡିକୁ ନିର୍ଦ୍ଦେଶ

ଯଦି ନିୟମିତ ଜାମିନ ନ ମିଳିବ, ତା’ହେଲେ କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ୭ ଦିନର ଅନ୍ତରୀଣ ଜାମିନ ପାଇଁ ମଧ୍ୟ କହିଛନ୍ତି। ଏହା ଉପରେ ମଧ୍ୟ ଇଡି ଜବାବ ରଖିବ।

author-image
Hemant Lenka
Kejriwal

Kejriwal

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରୁଜୁ ମନିଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ରାଏଲ କୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ଏହି ଆବେଦନକୁ ଇଡି ଆଜି କୋର୍ଟରେ ଜୋରଦାର ବିରୋଧ କରିଛି।

Advertisment

ତଥାପି ରାଉଜ ଆଭିନ୍ୟୁ କୋର୍ଟ ପୂରା ଆବେଦନ ଉପରେ ଜବାବ ରଖିବାକୁ ଇଡିକୁ କହିଛନ୍ତି। ଜୁନ ୧ ତାରିଖ ସୁଦ୍ଧା ଇଡି ଆବେଦନ ଉପରେ ଜବାବ ରଖିବ। ଜୁନ ୧ ତାରିଖ ଦିନ ୨ଟା ବେଳେ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରାଯିବ।

ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ପାଖରେ କେଜ୍ରିୱାଲ ଉଭୟ ଅନ୍ତରୀଣ ଓ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ନିୟମିତ ଜାମିନ ସହ ଅନ୍ତରୀଣ ଜାମିନ ଉପରେ ମଧ୍ୟ ଜବାବ ରଖିବାକୁ ବିଚାରପତି କାବେରୀ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି।

Advertisment

ଯଦି ନିୟମିତ ଜାମିନ ନ ମିଳିବ, ତା’ହେଲେ କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ୭ ଦିନର ଅନ୍ତରୀଣ ଜାମିନ ପାଇଁ ମଧ୍ୟ କହିଛନ୍ତି। ଏହା ଉପରେ ମଧ୍ୟ ଇଡି ଜବାବ ରଖିବ।

ଆଜି ଜାମିନକୁ ବିରୋଧ କରି ଇଡି ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି ଯେ ପଞ୍ଜାବରେ ବର୍ତ୍ତମାନ ନିର୍ବାଚନ ପ୍ରଚାର କରୁଥିବା କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଜାମିନ ମିଳିବା ଉଚିତ ନୁହେଁ। ପଞ୍ଜାବରେ ପ୍ରଚାର କରିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉ ନାହିଁ। ସେ ନିୟମିତ ପ୍ରଚାର କରି ଚାଲିଛନ୍ତି। ଶେଷ ସମୟରେ ସେ ଜାମିନ ପାଇଁ ଆବେଦନ କରିଥିବାରୁ ତାଙ୍କୁ ଏହା ମିଳିବା କଥା ନୁହେଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି। 

ଏହାପରେ କୋର୍ଟ ବିସ୍ତୃତ ଭାବେ ଆବେଦନ ଉପରେ ଜବାବ ରଖିବାକୁ ଇଡିକୁ ଜୁନ ୧ ଯାଏ ସମୟ ଦେଇଛନ୍ତି। ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲ ୨୧ ଦିନ ପାଇଁ ସୁପ୍ରିମକୋର୍ଟରୁ ଜାମିନରେ ମୁକୁଳିଛନ୍ତି। ତାଙ୍କୁ ଜୁନ ୨ରେ ପୁଣି ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ରହିଛି। ଏଥିରୁ ବର୍ତ୍ତିବା ପାଇଁ କେଜ୍ରିୱାଲ ଉଭୟ ଅନ୍ତରୀଣ ଓ ନିୟମିତ ଜାମିନ ଆବେଦନ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି, “ଯେତେବେଳେ କେଜ୍ରିୱାଲ ଇଡି ଓ ବିଚାର ବିଭାଗୀୟ ହାଜତରେ ଥିଲେ ସେତେବେଳେ ୭ କେଜି ଓଜନ ହରାଇଥିଲା। ହଠାତ୍‌ ଓଜନ ହ୍ରାସକୁ ନେଇ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ସେ ଜାମିନରୁ ମୁକୁଳିଥିଲେ ହେଁ ଓଜନ ବୃଦ୍ଧି କରି ପାରି ନାହାନ୍ତି।

ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କର କେଟୋନ ସ୍ତର ଅତ୍ୟଧିକ ବଢ଼ି ଯାଇଛି। ଏଭଳି ସ୍ଥିତିରେ କିଡ୍‌ନୀ ଓ କର୍କଟ ଭଳି ମେଡିକାଲ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ତାଙ୍କ ପିଇଟି ସ୍କାନ ଠାରୁ ଆରମ୍ଭ କରି ଅନ୍ୟ ପରୀକ୍ଷା ସବୁ କରିବାକୁ କହିଛନ୍ତି।”

ED Raid Arvind Kejriwal