Advertisment

ବେଙ୍ଗଲ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ- ନିର୍ଭୟରେ କାର୍ଯ୍ୟ କରିବାର ପରିବେଶ ସୃଷ୍ଟି କର

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଲିକତା ହାଇକୋର୍ଟ।

Calcutta High Court

Calcutta High Court

Advertisment

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଲିକତା ହାଇକୋର୍ଟ। ରାଜ୍ୟ ପ୍ରଶାସନର ଏହା ସମ୍ପୂର୍ଣ୍ଣ ରୂପେ ବିଫଳତା ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଏପରି ହେଲେ ମହିଳାମାନେ କିପରି ସୁରକ୍ଷିତ ଭାବେ କାର୍ଯ୍ୟ କରିପାରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି।

Advertisment

ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ୱାଧୀନତା ଦିବସ ପୂର୍ବ ଦିନ ରାତିରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଆନ୍ଦୋଳନ କରିଥିଲେ। ଏହି ସମୟରେ ପ୍ରାୟ 7 ହଜାରରୁ ଅଧିକ ଆନ୍ଦୋଳନକାରୀ ମେଡିକାଲ କଲେଜକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଘଟଣା ପରେ ପୁଲିସ ଏକାଧିକ ଭିଡିଓ ଜାରି କରି 19 ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଆଜି କଲିକତା ହାଇକୋର୍ଟ ଏ ଉପରେ ଶୁଣାଣି କରି ଏପରି ଘଟଣା ରାଜ୍ୟ ସରକାରଙ୍କ ବିଫଳତା ପାଇଁ ଦାୟୀ ବୋଲି କହିଛନ୍ତି। 

Advertisment

ଘଟଣାକୁ ଦୁଃଖଦପୂର୍ଣ୍ଣ ଦର୍ଶାଇ ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି, ଆପଣ (ପୁଲିସ) କିଛି ବି ଘଟଣାରେ ସିଆରପିସିର ଧାରା 144 ଲାଗୁ କରି ଦେଉଛନ୍ତି। ଯେତେବେଳେ ଏତେ ସଂଖ୍ୟକ ଲୋକେ ଆନ୍ଦୋଳନକୁ ଆସୁଥିଲେ, ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିବାର ଅବଶ୍ୟକ ଥିଲା। କମସେ କମ୍ 7,000 ଲୋକ ଆସିପାରି ନଥାନ୍ତେ।  

ଏଭଳି ଘଟଣା ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ମନୋବଳ ତଥା ଆତ୍ମବିଶ୍ୱାସ ଉପରେ ଘୋର ପ୍ରଭାବ ପକାଇଥାଏ। ଏପରି ପରିବେଶ ତିଆରି କରିବା ଉଚିତ୍, ଯେମିତି ସ୍ୱାସ୍ଥ୍ୟକର୍ମୀମାନେ ବିନା କୌଣସି ହିଂସାର ଭୟ ନକରି ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। 

ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପ୍ରତି ତୁରନ୍ତ ଏବଂ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି କଲିକତା ହାଇକୋର୍ଟ। 

Calcutta High Court Kolkata Rape-Murder Case RG Kar Medical College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe