Advertisment

ଜେଲରେ ରହି ଟିଭି ଚ୍ୟାନେଲକୁ ଲରେନ୍ସ ବିଷ୍ଣୋଇର ଇଣ୍ଟରଭ୍ୟୁ: ଜୋରଦାର ବର୍ଷିଲେ, ପୁଣି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

୨୦୨୪ ଅଗଷ୍ଟରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପଞ୍ଜାବ ସରକାର ପାଳନ କରି ନଥିବା କୋର୍ଟ ହୃଦୟଙ୍ଗମ କରିଛନ୍ତି। ବିଷ୍ଣୋଇ ଇଣ୍ଟରଭ୍ୟୁ ପାଇଁ ଅନୁମତି ଦେଇଥିବା ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ହାଇକୋର୍ଟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

Jail

Jail

Advertisment

ଗୋଟିଏ ଘରୋଇ ଟିଭି ଚ୍ୟାନେଲକୁ ଜେଲରେ ରହି ମାଫିଆ ବସ୍‌ ଲରେନ୍ସ ବିଷ୍ଣୋଇ ୨୦୨୨ରେ ଦେଇଥିବା ସାକ୍ଷାତକାର ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଶୁଣାଣି ବେଳେ ଏସଆଇଟି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟକୁ ଦେଖି ହାଇକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

୨୦୨୪ ଅଗଷ୍ଟରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପଞ୍ଜାବ ସରକାର ପାଳନ କରି ନଥିବା କୋର୍ଟ ହୃଦୟଙ୍ଗମ କରିଛନ୍ତି। ବିଷ୍ଣୋଇ ଇଣ୍ଟରଭ୍ୟୁ ପାଇଁ ଅନୁମତି ଦେଇଥିବା ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ହାଇକୋର୍ଟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଜୁନିୟର ଅଧିକାରୀମାନଙ୍କୁ ବଳିକା ବୋଦା ବନାଉଥିବା ମଧ୍ୟ କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି, “ପୁଲିସ୍‌ ଅଧିକାରୀମାନେ ଅପରାଧୀକୁ ବୈଦ୍ୟୁତିକ ଉପକରଣ ଦେଇଥିଲେ ଓ ଇଣ୍ଟରଭ୍ୟୁ ପାଇଁ ଷ୍ଟୁଡିଓ ଭଳି ବ୍ୟବସ୍ଥା କରିଥିଲେ। ଏହା ଅପରାଧକୁ ମହିମାମଣ୍ଡିତ କରିବା ସହ ସମାନ। ଲୁଟ ଓ ବଟି ଆଦୟ ଭଳି ଅପରାଧ ଘଟାଇବାକୁ ଏହା ଅପରାଧୀ ଓ ସେମାନଙ୍କ ସହଯୋଗୀଙ୍କୁ ପ୍ରୋତ୍ସାହିତ କରିଛି। ଘଟଣାରେ ପଞ୍ଜାବ ସରକାର ଜୁନିୟର ଅଫିସରମାନଙ୍କୁ ବଳିର ବୋଦା ବନାଇଛନ୍ତି।”

Advertisment

ଜଷ୍ଟିସ ଅନୁପିନ୍ଦର ସିଂହ ଗ୍ରେୱାଲ ଓ ଜଷ୍ଟିସ ଲପିତା ବନେରଜିଙ୍କ ଖଣ୍ଡପୀଠ କହିଛନ୍ତି, ନିଲମ୍ବିତ ହୋଇଥିବା ୭ ଜଣ ଅଧିକାରୀଙ୍କ ମଧ୍ୟରୁ କେବଳ ଦୁଇ ଜଣ ଗେଜେଟେଡ ଅଫିସର। ବାକି ସମସ୍ତେ ଜୁନିୟର କର୍ମଚାରୀ। ପୁଲିସ୍‌ ଅଧିକରୀଙ୍କ ସଂପୃକ୍ତି ଏହା ଦର୍ଶାଉଛି ଯେ ଅପରାଧୀ ଓ ସେମାନଙ୍କ ସହଯୋଗୀଙ୍କ ଠାରୁ ଫାଇଦା ହାସଲ କରୁଥିବା ଜଣାପଡ଼ୁଛି।

ଏହା ଦୁର୍ନୀତି ନିରୋଧ ଆଇନ ଅଧୀନରେ ଆସିଛି। ତେଣୁ ଘଟଣାର ତଦନ୍ତ ଆହୁରି ହେବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ଖଣ୍ଡପୀଠ ମାନବାଧିକାର କମିଶନର ମୁଖ୍ୟ ପ୍ରବୋଧ କୁମାରଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବା ପାଇଁ ଗୋଟିଏ ୩ ଜଣିଆ କମିଟି ଗଠନ କରିଛନ୍ତି।

ଅତିରିକ୍ତ ଭାବେ କୋର୍ଟ ବରିଷ୍ଠ ଅଧିକାରୀମାନେ ବିଷ୍ଣୋଇର ପଞ୍ଜାବ ଜେଲ ଇଣ୍ଟରଭ୍ୟୁକୁ ନେଇ ସତ୍ୟପାଠ ଦାଖଲ ନ କରିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି ଯେ “କାହିଁକି ପଞ୍ଜାବ ଜେଲରେ କୌଣସି ଇଣ୍ଟରଭ୍ୟୁ ହୋଇ ନଥିବା କହିଥିଲେ? କାହିଁକି ଘଟଣାରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ରର ଧାରା ୧୨୦-ବି ଅନୁସାରେ ମାମଲା ହୋଇ ନାହିଁ?”

ଏସ୍‌ଆଇଟି ତଦନ୍ତ ରିପୋର୍ଟରେ ସ୍ୱୀକାର କରିଛି ଯେ ୭୧ଟି ଅପରାଧିକ ମାମାଲରେ ଲିପ୍ତ ଥିବା ଲରେନ୍ସ ବିଷ୍ଣୋଇର ଗୋଟିଏ ଇଣ୍ଟରଭ୍ୟୁ ସେ ମୋହାଲିର ଖାରାର ଜେଲରେ ରହିଥିବା ବେଳେ ହୋଇଥିଲେ। ସେହିପରି ରାଜସ୍ଥାନ ଜେଲରେ ଥିବା ବେଳେ ମଧ୍ୟ ସେ ଆଉ ଏକ ଇଣ୍ଟରଭ୍ୟୁ ଦେଇଥିଲେ। ଏସଆଇଟିର ଏପରି ରିପୋର୍ଟ ପରେ ୭ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା।

Lawrence Bishnoi Lawrence Bishnoi Gang
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe