ଗୁରମିତ ସିଂହ
ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂହ(Gurmeet Ram Rahim Singh)କୁ ୨୦୦୨ ମସିହା ସାମ୍ବାଦିକଙ୍କ ହତ୍ୟା ମାମଲାରେ ଦୋଷମୁକ୍ତ କରିଛନ୍ତି। ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ୭ ବର୍ଷ ତେଳେ ସିବିଆଇର ଗୋଟିଏ ସ୍ୱତନ୍ତ୍ର କୋର୍ଟ ଗୁରମିତ ସିଂହକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।
କିନ୍ତୁ ଆଜି ହାଇକୋର୍ଟ ତା’କୁ ଦୋଷମୁକ୍ତ କରି ଦେଇଛନ୍ତି। ହତ୍ୟା ମାମଲାରେ ସେ ଦୋଷ ମୁକ୍ତ ହୋଇଥିଲେ ହେଁ ପୂର୍ବ ଭଳି ଜେଲରେ ରହିବ। କାରଣ ଦୁଇଟି ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷର ଜେଲଦଣ୍ଡ ପାଇଛି।
ଆଜିର ଦୋଷମୁକ୍ତ ଘଟଣା ସମ୍ପର୍କରେ ଗୁରମିତର ଓକିଲ ଜିତେନ୍ଦ୍ର ଖୁରାନା କହିଛନ୍ତି ଯେ ହାଇକୋର୍ଟ ହତ୍ୟା ମାମଲାରେ ମିଳିଥିବା ଦଣ୍ଡକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରିବା ଘଟଣାରେ ଗୁରମିତଙ୍କୁ ଦୋଷମୁକ୍ତ କରାଯାଇଛି।
୨୦୧୯ରେ ଗୁରମିତ, କୁଲଦୀପ ସିଂହ, ନିର୍ମଳ ସିଂହ ଓ କ୍ରିଷ୍ଣ ଲାଲକୁ ସିବିଆଇ ସର୍ସାର ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ୪ ଜଣ ଯାକ ଆଜୀବନ ଜେଲଦଣ୍ଡ ପାଇଥିଲେ। ହେଲେ ଡେରା ମୁଖ୍ୟ ଗୁରମିତ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଏବେ ସେ ଦୋଷମୁକ୍ତ ହୋଇଛନ୍ତି।
‘ପୂରା ସଚ୍ଚ’ ନାମକ ଗୋଟିଏ ଖବରକାଗଜ ଚଳାଉଥିଲେ ସାମ୍ବାଦିକ ଛତ୍ରପତି। ତାଙ୍କୁ ୨୦୦୨ ମସିହା ଅକ୍ଟୋବର ମାସରେ ହରିୟାଣର ସିର୍ସା ସ୍ଥିତ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଡେରା ସଚ୍ଚା ସୌଦାର ମୁଖ୍ୟ ଆଶ୍ରମରେ ମହିଳାଙ୍କୁ ଯୌନ ଶୋଷଣ କରାଯାଉଥିବା ରିପୋର୍ଟ ସେ ପ୍ରକାଶ କରିବା ପରେ ଏପରି ଘଟଣା ଘଟିଥିଲା।
୨୦୦୩ରେ ଛତ୍ରପତିଙ୍କ ପରିବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କହିଥିଲେ। ଏହାପରେ ସିବିଆଇ ତଦନ୍ତ ଆରମ୍ଭ କରି ୨୦୦୭ ଜୁଲାଇରେ ଚାର୍ଜଶିଟ ଦାଖଲ କରିଥିଲା। ସିବିଆଇ କୋର୍ଟ ସବୁ କିଛି ବିଚାର କରି ଗୁରମିତକୁ ଦୋଷୀ ସାବ୍ୟସ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/07/gurmeet-2026-03-07-13-44-19.jpg)