Advertisment

ଶାରୀରିକ ସମ୍ପର୍କ ରଖିବାରେ ଅସମର୍ଥ ଥିଲେ ସ୍ୱାମୀ, ବିବାହକୁ ଅମାନ୍ୟ ଘୋଷଣା କଲେ କୋର୍ଟ

ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ମାମଲା ଉପରେ ଶୁଣାଣି କରି ବିବାହକୁ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି...

author-image
Debibandita Barick
Bombay HC

Bombay HC

ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏକ ଦମ୍ପତିଙ୍କ ବିବାହକୁ ରଦ୍ଦ କରି ଦେଇଛନ୍ତି। ଗତ ବର୍ଷ ବିବାହର ୧୭ ଦିନ ପରେ ଅଲଗା ହୋଇ ଯାଇଥିଲେ ସ୍ୱାମୀ-ସ୍ତ୍ରୀ, ବର୍ତ୍ତମାନ ଏହି ବାହାଘରକୁ ଅମାନ୍ୟ ଘୋଷଣା କରିଛନ୍ତି କୋର୍ଟ। କାରଣ ସ୍ୱାମୀ ସାପେକ୍ଷ ନପୁଂସକତା ଅର୍ଥାତ୍ ଶାରୀରିକ ସମ୍ପର୍କ ରଖିବାରେ ଅକ୍ଷମ ଥିବାରୁ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। 

Advertisment

ଜଣେ ମହିଳା ପରିବାର ଅଦାଲତରେ ବିବାହ ରଦ୍ଦ କରିବାକୁ ଆବେଦନ କରିଥିଲେ। ପରିବାର କୋର୍ଟରେ ବିବାହ ରଦ୍ଦ ହୋଇଥିବା ପିଟିସନରେ ମହିଳା ଜଣଙ୍କ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ତାଙ୍କର 'Relative Impotency' ଅର୍ଥାତ୍  'ସାପେକ୍ଷ ନପୁଂସକତା' ରହିଛି। ତେଣୁ ସେମାନେ ପରସ୍ପର ସହିତ ମାନସିକ, ଭାବପ୍ରବଣ କିମ୍ବା ଶାରୀରିକ ଭାବରେ ସଂଯୋଗ ହୋଇପାରୁ ନଥିଲେ। 

କିନ୍ତୁ ପତ୍ନୀଙ୍କ ଏହି ଆବେଦନକୁ ଗ୍ରହଣ କରୁନଥିଲେ ସ୍ୱାମୀ। ସେ ଆବେଦନକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ବିଭ କଙ୍କନୱାଡି ଏବଂ ଜଷ୍ଟିସ ଏସ.ଜି ଚାପଲଗୋନକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ଉପରେ ଶୁଣାଣି କରି ବିବାହକୁ ଅମାନ୍ୟ ଘୋଷଣା କରିଛନ୍ତି। 

Advertisment

ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ବ୍ୟକ୍ତି ଜଣକ ସାପେକ୍ଷ ନପୁଂସକତା ସହ ଜଡିତ, ଯାହା ସାଧାରଣ ନପୁଂସକତାଠାରୁ ଭିନ୍ନ। ସାଧାରଣ ନପୁଂସକତାର ଅର୍ଥ ଯୌନ ସମ୍ପର୍କ ରଖିବାରେ ଅସମର୍ଥ। କିନ୍ତୁ ସାପେକ୍ଷ ନପୁଂସକତାର ଅର୍ଥ, ଯେଉଁଠାରେ ଜଣେ ପୁରୁଷ ଯୌନ ସମ୍ପର୍କ ରଖିପାରେ କିନ୍ତୁ ଜୀବନସାଥୀ ସହିତ ଶାରୀରିକ ସମ୍ପର୍କ ରଖିବାରେ ଅସମର୍ଥ ହୋଇଥାଏ। 

ଏପରି ହେଲେ ମହିଳାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଚାପ ପଡିପାରେ। ତେଣୁ ଏହି ବିବାହକୁ ଅମାନ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଉଛି। 

Bombay High Court Relative Impotency Marriage Annulled