Advertisment

ବଢ଼ିଲା ରାହୁଲ ଗାନ୍ଧିଙ୍କ ଅଡ଼ୁଆ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ରାହୁଲ ଗାନ୍ଧି ବ୍ୟବହାର କରିଥିବା ଶବ୍ଦ ଆଦୌ ଉପଯୁକ୍ତ ନୁହେଁ। ତେଣୁ ନିର୍ବାଚନ କମିଶନ ୮ ସପ୍ତାହ ମଧ୍ୟରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ପୁଣି ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ପକେଟ ମାର୍‌’ ଶବ୍ଦର ବ୍ୟବହାର କରିଥିବା ରାହୁଲଙ୍କ ବିରୋଧରେ ଗ୍ରହଣ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଦିଲ୍ଲର ହାଇକୋର୍ଟ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୨ରେ ରାହୁଲ ଗାନ୍ଧି ପକେଟମାର ଶବ୍ଦର ବ୍ୟବହାର କରିଥିଲେ।

Advertisment

କୋର୍ଟ କହିବା କଥା ଯେ ରାହୁଲ ଗାନ୍ଧି ବ୍ୟବହାର କରିଥିବା ଶବ୍ଦ ଆଦୌ ଉପଯୁକ୍ତ ନୁହେଁ। ତେଣୁ ନିର୍ବାଚନ କମିଶନ ୮ ସପ୍ତାହ ମଧ୍ୟରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ନଭେମ୍ବର ୨୨ରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ମୋଦି, ଅମିତ ଶାହ ଓ ବ୍ୟବସାୟୀ ଗୌତମ ଆଦାନିଙ୍କ ବିରୋଧରେ ପକେଟ ମାର ଶବ୍ଦ ପ୍ରୟୋଗ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋଟିଏ ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା।

Advertisment

ଏହାର ଶୁଣାଣି କରି କୋର୍ଟ ନିର୍ବାଚନ କମିଶନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏପରି ବୟାନକୁ ନିୟନ୍ତ୍ରଣ ପାଇଁ କୋର୍ଟ କଠୋର ନିୟମ ପ୍ରଣୟନ କରନ୍ତୁ ବୋଲି ମଧ୍ୟ ଆବେଦନ କରାଯାଇଥିଲେ। ଏହାର ଶୁଣାଣି କରିବା ବେଳେ ସଂସଦ ପାଇଁ କୌଣସି ପ୍ରକାରର ନିର୍ଦ୍ଦେଶ ଜାରି କରାଯାଇ ପାରିବ ନାହିଁ ବୋଲି କୋର୍ଟ ମତ ରଖିଛନ୍ତି।

ଶୁଣାଣି ବେଳେ ନିର୍ବାଚନ କମିଶନ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ଅଭିଯୁକ୍ତଙ୍କୁ ବୟାନ ପରେ କାରଣ ଦର୍ଶାଅ ନୋଟିସ ନଭେମ୍ବର ୨୩ରେ ପଠାଯାଇଥିଲା। ସେହିପରି ସେହି ସମୟରେ ନିର୍ବାଚନ ଆଚରଣବିଧି ଲାଗୁ ମଧ୍ୟ ହେଉଥିଲା। ନୋଟିସ ପଠାଯିବାର ଅର୍ଥ ଅଭିଯୁକ୍ତଙ୍କୁ ସତର୍କ କରାଇ ଦିଆଯାଇଛି।

ହାଇକୋର୍ଟ ଏହା ଶୁଣି କହିଛନ୍ତି, “ଏପରି ଭାଷଣ ନ ଦେବା ଆମ ସମସ୍ତଙ୍କ ନାଗରିକଙ୍କ ଦାୟିତ୍ୱ। କିନ୍ତୁ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇ ସାରିଥିବାରୁ ପୂରା ଘଟଣାରେ ଆମର ହସ୍ତକ୍ଷେପ କରିବେ କ’ଣ ଦରକାର? ଆମେ ମାନୁଛୁ ଯେ ଉକ୍ତ ବୟାନ ଆଦୌ ଭଲ ନଥିଲା। ତେଣୁ ଇସିଆଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।“

ନିର୍ବାଚନ କମିଶନ ନଭେମ୍ବର ୨୩ରେ ରାହୁଲ ଗାନ୍ଧିଙ୍କୁ ପନୌତି ଓ ପକେଟମାର ଶବ୍ଦର ବ୍ୟବହାର ପାଇଁ ନୋଟିସ କରିଥିଲେ। ଏହାର ଦିନକ ପୂର୍ବରୁ ବିଜେପି ବିଧିବଦ୍ଧ ଭାବେ ନିର୍ବାଚନ କମିଶନଙ୍କୁ ଭେଟି ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା।

Rahul Gandhi Congress