Advertisment

ନଭେମ୍ବର ୧୦ ଯାଏ ବଢ଼ିଲା ସଞ୍ଜୟ ସିଂହଙ୍କ ହାଜତ ମିଆଦ

ବିଚାରପତି ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ହାଜତ ଭିତରେ ସଞ୍ଜୟ ସିଂହଙ୍କୁ ବ୍ୟକ୍ତିଗତ ଡାକ୍ତରଙ୍କ ସମେତ ସବୁ ପ୍ରକାରର ମେଡିକାଲ ସୁବିଧା ମିଳିବ।

AAP

AAP

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସଞ୍ଜୟ ସିଂହଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ନଭେମ୍ବର ୧୦ ଯାଏ ବୃଦ୍ଧି କରି ଦେଇଛନ୍ତି। ଏହାର ଅର୍ଥ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂହ ୧୦ ତାରିଖ ଯାଏ ଜେଲରେ ରହିବେ।

Advertisment

ଜେଲରେ ରହିବା ବେଳେ ସଞ୍ଜୟ ସିଂହ ତାଙ୍କ ପରିବାର ଖର୍ଚ୍ଚ ପାଇଁ କିଛି ଚେକ୍‌ରେ ଦସ୍ତଖତ କରିପାରିବେ। ସେହିପରି ସାଂସଦ ଭାବେ ମଧ୍ୟ ନିଜର ଦାୟିତ୍ୱ ସଂପାଦନ କରିପାରିବେ। ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପାଣ୍ଠି ଓ ଦସ୍ତାବିଜକୁ ସେ ଅନୁମୋଦନ କରିପାରିବେ ବୋଲି ସ୍ପେଶାଲ ଜଜ ଏମକେ ନାଗପାଲ କହିଛନ୍ତି।

ବିଚାରପତି ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ହାଜତ ଭିତରେ ସଞ୍ଜୟ ସିଂହଙ୍କୁ ବ୍ୟକ୍ତିଗତ ଡାକ୍ତରଙ୍କ ସମେତ ସବୁ ପ୍ରକାରର ମେଡିକାଲ ସୁବିଧା ମିଳିବ।ଏହାକୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲେ ହେଁ ଅଭିଯୁକ୍ତଙ୍କୁ ଘରୋଇ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମନା କରିବାର କୌଣସି କାରଣ ନାହିଁ ବୋଲି ବିଚାରପତି କହିଛନ୍ତି।

Advertisment

ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ସଞ୍ଜୟ ସିଂହଙ୍କୁ ଆବଶ୍ୟକୀୟ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଜେଲ ଅଧୀକ୍ଷକ ନିଶ୍ଚିତ କରିବେ। ସେହିପରି ସଞ୍ଜୟ ସିଂହ ମେଡିକାଲ ଯିବା ବେଳେ ତାଙ୍କ ସମର୍ଥକ କିମ୍ବା ଅନ୍ୟ ଲୋକମାନେ ଯେମିତି ସେଠାରେ ଭିଡ଼ ନ ଜମାଇବେ, ସେକଥା ତାଙ୍କ ଓକିଲ ଯେମିତି ହେଲେ ବି ନିଶ୍ଚିତ କରିବେ ବୋଲି କୋର୍ଟ କହିଛନ୍ତି।

ଏହାପୂର୍ବରୁ ଶ୍ରୀ ସିଂହଙ୍କୁ ଅକ୍ଟୋବର ୧୩ରୁ ଆଜି ଯାଏ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଆଜି ଏହି ଅବଧି ଶେଷ ହୋଇଥିବାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ପୁଣି ୧୦ ତାରିଖ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି।

Sanjay Singh AAP Sanjay Singh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe