Advertisment

ନାବାଳିକା ପ୍ରେମିକାଙ୍କୁ ହତ୍ୟା କରିଥିବା ସାହିଲ ଆଉ ୩ ଦିନ ରିମାଣ୍ଡରେ ଗଲା

ଡ୍ୟୁଟି ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଜ୍ୟୋତି ନୈନ ପ୍ରଥମେ ସାହିଲକୁ ଜେରା କରିବା ପାଇଁ ମଙ୍ଗଳର ଦୁଇ ଦିନର ଅନୁମତି ଦେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
sahil

sahil

ଦେଶର ରାଜଧାନୀ ଦିଲ୍ଲୀର ଶାହବାଦ ଡାଏରୀ ଠାରେ ନିଜର ନାବାଳିକା ପ୍ରେମିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ୨୦ ବର୍ଷୀୟ ଯୁବକ ସାହିଲର ରିମାଣ୍ଡ ଅବଧି ବଢ଼ିଛି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତା’କୁ ଆଉ ୩ ଦିନ ପାଇଁ ପୁଲିସ୍‌ ହେପାଜତକୁ ଛାଡ଼ିଛନ୍ତି।

Advertisment

ଡ୍ୟୁଟି ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଜ୍ୟୋତି ନୈନ ପ୍ରଥମେ ସାହିଲକୁ ଜେରା କରିବା ପାଇଁ ମଙ୍ଗଳର ଦୁଇ ଦିନର ଅନୁମତି ଦେଇଥିଲେ। ଏବେ ଏହି ଅବଧିକୁ ଆଉ ୩ ଦିନ ବୃଦ୍ଧି କରାଯାଇଛି। ସୁରକ୍ଷା କାରଣରୁ ସାହିଲକୁ ଡ୍ୟୁଟି ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟଙ୍କ ବାସଭବନରେ ହିଁ ହାଜର କରାଯାଇଥିଲା।

ଅଭିଯୁକ୍ତ ସାହିଲ ରବିବାର ଦିନ ତା’ର ୧୬ ବର୍ଷୀୟ ପ୍ରେମିକା ସାକ୍ଷୀଙ୍କୁ ବିଚ୍‌ ରାସ୍ତାରେ ୨୦ରୁ ଅଧିକ ଥର ଛୁରୀ ଭୁଷି ହତ୍ୟା କରିଥିଲା। ଛୁରୀ ମାଡ଼ରେ ସାକ୍ଷୀ ତଳେ ପଡ଼ି ଯିବା ପରେ ତାଙ୍କ ମୁଣ୍ଡ ଓ ଶରୀରରେ ସାହିଲ ଏକାଧିଥର ପଥର ମଧ୍ୟ ଛେଚି ଦେଇଥିଲା।

Advertisment

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍‌ ତା’କୁ ସୋମବାର ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ଗିରଫ କରିଥିଲା।

Delhi Minor Murdered