Advertisment

ଦିଲ୍ଲୀ ଦଙ୍ଗା ଘଟଣା: ତାହିର ହୁସେନଙ୍କ ନାଁରେ ହତ୍ୟା ଚାର୍ଜ ଫ୍ରେମ କଲେ କୋର୍ଟ

୨୦୨୦ ମସିହା ଫେବୃଆରୀ ୨୭ରେ ଦିଲ୍ଲୀର ଚାନ୍ଦ ବାଗ ଅଞ୍ଚଳରେ ଥିବା ଗୋଟିଏ ଡ୍ରେନରୁ ଅଙ୍କିତଙ୍କ ମୃତଦେହ ମିଳିଥିଲା।

author-image
Hemant Lenka
AAP

AAP

ବହୁ ଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ଘଟଣାରେ କାରକରଡୁମା କୋର୍ଟ ଆଜି ଆପ୍‌ର ପୂର୍ବତନ ବିଧାୟକ ତାହିର ହୁସେନ ଓ ଅନ୍ୟ ୧୦ ଜଣଙ୍କ ନାଁରେ ହତ୍ୟା ଚାର୍ଜଗୁଡ଼ିକ ଫ୍ରେମ କରିଛନ୍ତି। ୨୦୨୦ ଦିଲ୍ଲୀ ଦଙ୍ଗା ବେଳେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ କୋର୍ଟ ଆଜି ତାହିର ଆଣ୍ଡ କୋଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି।

Advertisment

୨୦୨୦ ମସିହା ଫେବୃଆରୀ ୨୭ରେ ଦିଲ୍ଲୀର ଚାନ୍ଦ ବାଗ ଅଞ୍ଚଳରେ ଥିବା ଗୋଟିଏ ଡ୍ରେନରୁ ଅଙ୍କିତଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିଥିଲା ଯେ ଅଙ୍କିତଙ୍କ ଫୁସଫୁସ ଓ ମସ୍ତିଷ୍କରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଜୀବନ ଯାଇଥିଲା। ଏହା ପଛରେ ତାହିର ଓ ଆଉ ୧୦ ଜଣ ଥିବା ଅଭିଯୋଗ ହେବା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ତାହିର ହୁସେନ ନିୟମିତ ଭାବେ ଭିଡ଼କୁ ନିୟନ୍ତ୍ରଣ କରୁଥିଲେ ଓ ଆକ୍ରମଣ ପାଇଁ ଉତ୍ସାହିତ କରୁଥିଲେ ବୋଲି ତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇଛି। ସବୁ କିଛି ହିନ୍ଦୁମାନଙ୍କୁ ଟାର୍ଗେଟ କରି କରାଯାଉଥିଲା। ତେଣୁ ତାହିର ହୁସେସ ଓ ଆଉ ୧୦ ଜଣଙ୍କ ନାଁରେ ଆଇପିସିର ଧାରା ୧୪୭,୧୪୮,୧୫୨ଏ,୩୦୨,୩୬୫,୧୨୦ବି,୧୪୯,୧୮୮ ଓ ୧୫୩ଏ ଲାଗୁ କରାଯାଇଥିଲା। ଏହାବାଦ ତାହିର ହୁସେନଙ୍କ ନାଁରେ ୫୦୫,୧୦୯ ଓ ୧୧୪ ଧାରା ମଧ୍ୟ ଲାଗିଛି।

Advertisment

୨୦୨୦ ମସିହାର ଜୁନ୍‌ ୨ରେ ଦିଲ୍ଲୀ ପୁଲିସ୍‌ ଦଙ୍ଗା ଘଟଣାରେ ୨ଟି ର୍ଚାଶିଟ ଦାଖଲ କରିଥିଲା। ଗୋଟିଏ ଚାର୍ଜଶିଟରେ ତାହିର ହୁସେନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଥିଲା। ଉତ୍ତରପୂର୍ବ ଦିଲ୍ଲୀରେ ଦଙ୍ଗା କରିବା ପାଇଁ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଥିବା ଦିଲ୍ଲୀ ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।

Delhi