Advertisment

୬୧ ଦିନରେ ନ୍ୟାୟ: ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀ ଯୁବକକୁ ମିଳିଲା ମୃତ୍ୟୁଦଣ୍ଡ

ଏସଆଇଟି ରେକର୍ଡ ୨୫ ଦିନ ମଧ୍ୟରେ ତଦନ୍ତ ସାରି ଅକ୍ଟୋବର ୩୦ରେ ପୋକସୋ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା।

author-image
Hemant Lenka
Death

Death

ମାତ୍ର ୬୧ ଦିନରେ ମିଳିଛି ନ୍ୟାୟ। ଜଣେ ୯ ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିବା ୧୯ ବର୍ଷୀୟ ଯୁବକକୁ ମିଳିଛି ମୃତ୍ୟୁଦଣ୍ଡ। ଅକ୍ଟୋବର ମାସରେ ଯୁବକ ଜଣଙ୍କ ନାବାଳିକାଙ୍କ ସହ ଏପରି ଜଘନ୍ୟକାଣ୍ଡ ଘଟାଇଥିଲା।

Advertisment

ଆଜି ଆର୍ଥାତ ଡିସେମ୍ବର ୬ରେ ପଶ୍ଚିମବଙ୍ଗର ଗୋଟିଏ କୋର୍ଟ ଯୁବକକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଅପରାଧ ଘଟିବାର ୬୧ ଦିନ ମଧ୍ୟରେ କୋର୍ଟ ରାୟ ପ୍ରକାଶ କରି ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଅକ୍ଟୋବର ୪ ତାରିଖର ଘଟଣା। ଦକ୍ଷିଣ ୨୪ ପ୍ରଗଣାର ଜୟନଗର ଅଞ୍ଚଳରେ ପୂରା ଘଟଣା ଘଟିଥିଲା। ଘଟଣା ଦିନ ୯ ବର୍ଷୀୟର ଝିଅଟି ଟ୍ୟୁସନରୁ ଘରକୁ ଫେରୁଥିଲା। ଏହି ସମୟରେ ୧୯ ବର୍ଷୀୟ ମୁସ୍ତାକିନ ସରଦାର ତା’କୁ ଅପହରଣ କରିବା ସହ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିଲା।

Advertisment

ପ୍ରଥମେ ଘଟଣା ସମ୍ପର୍କରେ କେହି ବି ଜାଣି ନଥିଲେ। ଝିଅ ଟ୍ୟୁସନରୁ ଘରକୁ ନ ଫେରିବାରୁ ପରିବାର ଲୋକ ଜୟନଗର ପୁଲିସ୍‌ ଷ୍ଟେସନରେ ଗୋଟିଏ ନିଖୋଜ ଅଭିଯୋଗ ଦାଏର କରିଥିଲେ। ପୁଲିସ୍‌ ଘଟଣାର ଯାଞ୍ଚ କରିବା ସହ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୋଗ ୨.୫ ଘଣ୍ଟା ମଧ୍ୟରେ ସରଦାରକୁ ଗିରଫ କରିଥିଲା।

ଜେରା ବେଳେ ସରଦାର ଅପରାଧକୁ ସ୍ୱୀକାର କରିବା ସହ ନାବାଳିକାର ମୃତଦେହକୁ ଫିଙ୍ଗି ଥିବା ଠିକଣା ସମ୍ପର୍କରେ ପୁଲିସ୍‌କୁ କହିଥିଲା। ସେହିଦିନ ରାତିରେ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିଲା। ତ୍ୱରିତ ନ୍ୟାୟ ଓ ଘଟଣାର ଯାଞ୍ଚ ପାଇଁ ୫ ଜଣିଆ ଏସଆଇଟି ଗଠନ କରାଯାଇଥିଲା।

ଏସଆଇଟି ରେକର୍ଡ ୨୫ ଦିନ ମଧ୍ୟରେ ତଦନ୍ତ ସାରି ଅକ୍ଟୋବର ୩୦ରେ ପୋକସୋ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। ନଭେମ୍ବର ୪ରୁ ଶୁଣାଣି ଆରମ୍ଭ ହୋଇଥିଲା। କୋର୍ଟ ନଭେମ୍ବର ୨୬ରେ ଶୁଣାଣି ଶେଷ କରିବା ପୂର୍ବରୁ ୩୬ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଆଜି ଶେଷରେ ରାୟ ପ୍ରକାଶ ପାଇଛି।

ପଶ୍ଚିମବଙ୍ଗ ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ନାବାଳିକାଙ୍କ ପରିବାର ଲୋକ ମଧ୍ୟ ସରଦାରର ମୃତ୍ୟୁଦଣ୍ତ ପାଇଁ ଦାବି କରିଥିଲେ।

ଗୁରୁବାର ପୋକସୋ କୋର୍ଟ ମୁସ୍ତାକିନ ସରଦାରକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଜଷ୍ଟିସ ସୁବ୍ରତ ଚାଟାର୍ଜୀ ତା’କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଜଜ ସୁବ୍ରତ ଚାଟାର୍ଜୀ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩, ଧାରା ୬୫(ii) ଓ ପୋକସୋ ଆଇନର ଧାରା ୬ ଆଧାରରେ ତା’କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

ଅତିରିକ୍ତ ଭାବେ କୋର୍ଟ ମୁସ୍ତାକିନ ସରଦାରକୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୪୦(i) ଅଧୀନରେ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଏହାବାଦ ସମାନ ଆଇନରେ ତାକୁ ୭ ବର୍ଷ ଜେଲ ଓ ଆଉ ୫ ହଜାର ଟଙ୍କାର ଜୋରିମାନା ଲଗାଯାଇଛି। ଏହାର ଅର୍ଥ କୋର୍ଟ ତାକୁ ୩ ଥର ଦଣ୍ଡାଦେଶ କରିଛନ୍ତି।

କୋର୍ଟ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଐତିହାସିକ ଓ ତ୍ୱରିତ ରାୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାଗତ କରିଛନ୍ତି।

West Bengal Stop Rape Death Penalty