Advertisment

କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ରୋଗଶଯ୍ୟାରେ ଥିବା ସ୍ୱାମୀଙ୍କ ସ୍ପର୍ମ ସଂରକ୍ଷିତ ରଖିବାକୁ ଦେଲେ ଅନୁମତି

ଜଣେ ମହିଳାଙ୍କ ଆବେଦନ କ୍ରମେ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ତାଙ୍କ ସ୍ୱାମୀଙ୍କ ସ୍ପର୍ମ ସଂରକ୍ଷଣ ରଖିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ।

Pregnant Woman

Pregnant Woman

Advertisment

କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର କରି ସ୍ପର୍ମ ବା ଶୁକ୍ରାଣୁ ସଂରକ୍ଷଣକୁ ଅନୁମତି ଦେଇଛନ୍ତି। ଜଣେ ମହିଳାଙ୍କ ଆବେଦନ କ୍ରମେ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ତାଙ୍କ ସ୍ୱାମୀଙ୍କ ସ୍ପର୍ମ ସଂରକ୍ଷଣ ରଖିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ।

Advertisment

ସୂଚନା ଅନୁସାରେ, ଆବେଦନକାରୀ ମହିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ସେ ବର୍ତ୍ତମାନ ଡାକ୍ତରଖାନାରେ ଜୀବନ ମରଣ ସହ ଲଢେଇ କରୁଛନ୍ତି। ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିବାରୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଶୁକ୍ରାଣୁ ସଂରକ୍ଷଣ ରଖି ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ମାଧ୍ୟମରେ ତାଙ୍କୁ ମାଆ ହେବାର ସୁଯୋଗ ଦେବାକୁ ଅନୁମତି ମାଗିଥିଲେ।  

ମହିଳାଙ୍କ ପକ୍ଷରୁ ଲଢୁଥିବା ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ ଯେ, ଯଥା ସମ୍ଭବ ଏଥିପାଇଁ ଅନୁମତି ଦିଆଯାଉ। ନିହାତି ଭାବରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁମତି ଆବଶ୍ୟକ ଥିଲେ ମଧ୍ୟ ସେ ରୋଗଶଯ୍ୟାରେ ପଡ଼ିଥିବାରୁ ତାଙ୍କର ଲିଖିତ ସମ୍ମତି ପାଇବା ଅସମ୍ଭବ, ଆଉ ଯଦି ବିଳମ୍ବ ହୁଏ ତେବେ ପରିସ୍ଥିତି କଣ ହେବ, ତାହା କହିବା ଅସମ୍ଭବ। 

Advertisment

କେରଳ ହାଇକୋର୍ଟର ଜଷ୍ଟିସ ଭି.ଜି ଅରୁଣ ଏହି ଆବେଦନ ଉପରେ ବିଚାର କରି ଆବେଦନକାରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଆସ୍ୱସ୍ଥି ଦେଇଛନ୍ତି। ଗର୍ଭବତୀ ହେବା ପାଇଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସ୍ପର୍ମକୁ କ୍ରାୟୋପ୍ରିଜର୍ଭିଂ ବା ସଂରକ୍ଷଣ ରଖିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି (ART) ରେଗୁଲେସନ ଆକ୍ଟ ଅନୁସାରେ କୋର୍ଟ ଏହି ଅନୁମତି ଦେଇଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା କୋର୍ଟଙ୍କ ଅନୁମତି କ୍ରମେ ହସ୍ପିଟାଲରେ ଉକ୍ତ ବ୍ୟକ୍ତିଙ୍କ ସ୍ପର୍ମ ବାହାର କରାଯାଇ ସଂରକ୍ଷଣ ରଖାଯାଇପାରିବ। ଏଆରଟି ରେଗୁଲେସନ ଆକ୍ଟ ଅନୁସାରେ ଏହା ବ୍ୟତୀତ ଅନ୍ୟ କୌଣସି ପରବର୍ତ୍ତୀ ପ୍ରକ୍ରିୟା କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ମାମଲା ଉପରେ ସୋପ୍ଟେମ୍ବର 9ରେ ପରବର୍ତ୍ତୀ ଶୁଣାଣି ହେବ। 

ART Regulation Act Sperm Extraction Kerala High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe