Advertisment

ଦୁଇ ଆଙ୍ଗୁଠିରେ ସାଲ୍ୟୁଟ୍‌ କଲେ ପୁଲିସ୍‌ ଅଧିକାରୀ, ରାଗିଗଲେ ବିଚାରପତି

ବିଚାରପତିଙ୍କୁ ଭୁଲ୍‌ ଭାବେ ସାଲ୍ୟୁଟ କରିବା ମହଙ୍ଗା ପଡ଼ିଲା। ରାଗିଗଲେ ବିଚାରପତି । ଆଉ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଦେଲେ ନିର୍ଦ୍ଦେଶ ।

Polic ACP

Polic ACP

Advertisment

ବିଚାରପତିଙ୍କୁ ଭୁଲ୍‌ ଭାବେ ସାଲ୍ୟୁଟ କରିବା ମହଙ୍ଗା ପଡ଼ିଲା। ରାଗିଗଲେ ବିଚାରପତି । ଆଉ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଦେଲେ ନିର୍ଦ୍ଦେଶ । ଏପରି ଏକ ଅଭାବନୀୟ ଘଟଣା ହରିୟାଣାର ଗୁରଗ୍ରାମରେ ଘଟିଛି।

Advertisment

ଆସିଷ୍ଟାଣ୍ଟ କମିଶନର ଅଫ ପୁଲିସ୍‌ (ACP) ବିଚାରପତିଙ୍କୁ ମାତ୍ର ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରି ହଟହଟା ହୋଇଛନ୍ତି। ଏନେଇ ପଚରାଯିବାରୁ ନିଜ ସପକ୍ଷରେ ସେ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି। ମାତ୍ର ଏହା ଶୁଣି କ୍ରୋଧାନ୍ୱିତ ହୋଇ ଫାଷ୍ଟ କ୍ଲାସ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ବିକ୍ରାନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୮ ତାରିଖରେ ACP ନବୀନ ଶର୍ମା ଗୁରଗ୍ରାମସ୍ଥିତ ଫାଷ୍ଟ କ୍ଲାସ୍‌ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଯାଇଥିଲେ। ଜଣେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ସେ ସେଠାକୁ ନିଜ ଟିମ୍‌ ସହ ଯାଇଥିଲେ। ସେଠାରେ ସେ ବିଚାରପତିଙ୍କୁ ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରିଥିଲେ।

Advertisment

ଏନେଇ ବିଚାରପତି ତାଙ୍କୁ ପ୍ରଶ୍ନ କରିବାରୁ ଏହାର ଉତ୍ତରରରେ ପୁଲିସ୍‌ ଟ୍ରେନିଂ ବେଳେ ୩ ପ୍ରକାର ସାଲ୍ୟୁଟ ହେବାକୁ ଶିଖା ଯାଇଥିବା କହିଥିଲେ। ଏହାପରେ ସେ କହିଥିଲେ, ସାର୍ଟ ଟାଇଟ୍‌ ଥିବାରୁ ମୁଁ ଠିକ୍‌ ଭାବେ ସାଲ୍ୟୁଟ କରି ପାରି ନ ଥିଲି।

ଏପରି ଉତ୍ତରରେ ବିଚାରପତିଜଣକ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏଥିସହ ପ୍ରତ୍ୟେକ ପୁଲିସ୍‌ ଅଧିକାରୀ ଅଦାଲତ ଚାଲିଥିବା ସମୟରେ ପ୍ରବେଶ କଲେ କିପରି ସାଲ୍ୟୁଟ କରିବେ ତାହା ପଞ୍ଜାବ ପୁଲିସ୍‌ ରୁଲ୍ସ-୧୯୩୪ରେ ଉଲ୍ଲେଖ ଥିବା କହିଥିଲେ।

ତେଣୁ ସମ୍ପୃକ୍ତ ଅଧିକାରୀଙ୍କୁ ପୁଲିସ୍‌ ନିୟମ ଓ ପ୍ରୋଟୋକଲ୍‌ ସମ୍ପର୍କରେ ଅଧିକ ତଥ୍ୟ ଆହରଣ କରିବାର ଆବଶ୍ୟକତା ଥିବା ଦର୍ଶାଇଥିଲେ। ଏଥିସହ ଏ ସଂକ୍ରାନ୍ତରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସଂକ୍ରାନ୍ତୀୟ ଡକ୍ୟୁମେଣ୍ଟ ଅଦାଲତରେ ଦାଖଲ କରିବାକୁ ପୁଲିସ୍‌ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିସିପିଙ୍କୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Police Haryana News Judge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe