Advertisment

ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପ୍ରଥମେ ନିଜ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ସଫେଇ ଦେଉଥିବା ଶାହ ପରବର୍ତ୍ତୀ ଅବସ୍ଥାରେ କ୍ଷମା ମାଗିଛନ୍ତି।

author-image
Hemant Lenka
BJP

BJP

ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ବରିଷ୍ଠ ମନ୍ତ୍ରୀ ବିଜୟ ଶାହଙ୍କ ଅଡ଼ୁଆ ବଢ଼ିଛି। ସେ ସ୍ଥଳ ସେନାର କର୍ଣ୍ଣେଲ ସୋଫିୟା କ୍ୟୁରେଶିଙ୍କ ସମ୍ପର୍କରେ ଦେଇଥିବା ଅପମାନଜକ, ସାଂପ୍ରଦାୟିକ ଓ ଅଭଦ୍ର ଟିପ୍ପଣୀ ଦେଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ପୁଲିସ୍‌ କେସ କରିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମଙ୍ଗଳବାର ଗୋଟିଏ କାର୍ଯ୍ୟକ୍ରମରେ ଶାହ ବିବାଦୀୟ ବୟାନ ଦେଇଥିଲେ। ଆଜି ହାଇକୋର୍ଟ ନିଜ ଆଡ଼ୁ ଏହାକୁ ବିଚାରକୁ ନେଇ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ତୁରନ୍ତ ବରିଷ୍ଠ ବିଜେପି ନେତା ଶାହଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ କହିଛନ୍ତି। କର୍ଣ୍ଣେଲ କ୍ୟୁରେଶିଙ୍କ ସମ୍ପର୍କରେ ବିଜୟ ଶାହ ଦେଇଥିବା ବୟାନ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା ବି କରାଯାଉଛି।

କର୍ଣ୍ଣେଲ କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଅପରେସନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ସମସ୍ତ ସୂଚନା ଦେଇ ଚର୍ଚ୍ଚାକୁ ଆସିଥିଲେ। ଅପରେସନ ସିନ୍ଦୂର ସମ୍ପର୍କରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଉଭୟ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ସହ ଉପସ୍ଥିତ ରହୁଥିଲେ।

Advertisment

ମଙ୍ଗଳବାର ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶାହ ମହୋରେ ଆୟୋଜିତ ଗୋଟି ସାଂସ୍କୃତି କାର୍ଯକ୍ରମରେ ଅପରେସନ ସିନ୍ଦୂର ସମ୍ପର୍କରେ ମତ ରଖିଥିଲେ। ସେ ଅଧିକ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ପହଲଗାମ ନରସଂହାରର ବଦଲା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଛନ୍ତି, ସେକଥା ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ସେ କହିଥିଲେ ଯେ “ଆତଙ୍କବାଦୀମାନେ ଆମ ଭଉଣୀ ଓ ଝିଅମାନଙ୍କର ସିନ୍ଦୂର ପୋଛି ଦେଇଥିଲେ। ଏହାର ବଦଲା ନେବାକୁ ଆମେ ସେମାନଙ୍କ ଜଣେ ଭଉଣୀଙ୍କୁ ପଠାଇଥିଲୁ। ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ଉଲଗ୍ନ କରି ହତ୍ୟା କରିଥିଲେ। ଏହାପରେ ମୋଦିଜୀ ସେମାନଙ୍କ ଭଉଣୀକୁ ଏହାର ଜବାବ ଦେବାକୁ ପଠାଇଥିଲେ। ମୋଦିଜୀ ତ ସେମାନଙ୍କ ପୋଷକ ଖୋଲି ପାରିବେ ନାହିଁ, ତେଣୁ ତାଙ୍କରି ସଂପ୍ରଦାୟର ଜଣେ ଝିଅକୁ ଏହି କାମ ପାଇଁ ପଠାଇଥିଲେ। ତୁମେମାନେ ଆମ ସଂପ୍ରଦାୟର ଭଉଣୀମାନଙ୍କୁ ବିଧବା ସଜାଇଥିଲ। ତେଣୁ ତୁମମାନଙ୍କ ସଂପ୍ରଦାୟର ଜଣେ ଝିଅ ତୁମାନଙ୍କୁ ଉଲଗ୍ନ କରିବ। ମୋଦିଜୀ ପ୍ରମାଣିତ କରି ଦେଲେ ଯେ ତୁମମାନଙ୍କ ଜାତିର ଝିଅମାନଙ୍କୁ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ପଠାଯାଇପାରେ।”

ମନ୍ତ୍ରୀ ଶାହ ଏପରି ବିବାଦୀୟ ଭାଷଣ ଦେବା ବେଳେ ସେଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାରୁକ, ବିଧାୟକ ଉଷା ଠାକୁର ଓ ଅନେକ ସ୍ଥାନୀୟ ବିଜେପି ନେତା ଉପସ୍ଥିତ ରହିଥିଲେ। ଶାହଙ୍କ ଏପରି ବୟାନକୁ ଆର୍ମି ଭେଟରାନ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ଶ୍ରୀ ଶାହଙ୍କ ବହିଷ୍କାର ଦାବି କରିଛନ୍ତି।

ପ୍ରଥମେ ନିଜ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ସଫେଇ ଦେଉଥିବା ଶାହ ପରବର୍ତ୍ତୀ ଅବସ୍ଥାରେ କ୍ଷମା ମାଗିଛନ୍ତି। ସେ କ୍ଷମା ମାଗି କହିଛନ୍ତି, “କର୍ଣ୍ଣେଲ ସୋଫିୟା କ୍ୟୁରେଶି ମୋ ଉଭଣୀ ଠାରୁ ମଧ୍ୟ ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଜାତି ଓ ସଂପ୍ରଦାୟରୁ ଉପରି ରହି ପ୍ରତିଶୋଧ ନେଇଛନ୍ତି। ଅପମାନିତ କରିବାକୁ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି ଯଦି କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ ଥରେ ନୁହେଁ ବରଂ ୧୦ ଥର କ୍ଷମା ମାଗୁଛି।”

Bjp Madhya Pradesh Colonel Sofiya Qureshi