Advertisment

ଚାଷୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ, କହିଲେ ଲଜ୍ଜାଜନକ

ଚାଷୀ ଆନ୍ଦୋଳନକୁ ନେଇ ଶୁଣାଣି ବେଳେ ପଞ୍ଜାବ ଓ ହରିୟାଣା ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ହାଇକୋର୍ଟ।

Farmer Protest

Farmer Protest

Advertisment

ପଞ୍ଜାବ ଓ ହରିୟାଣାରେ ଜାରି ରହିଛି ଚାଷୀ ଆନ୍ଦୋଳନ। ଏହି ଆନ୍ଦୋଳନକୁ ନେଇ ଚାଷୀଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ଆନ୍ଦୋଳନରେ ଛୋଟ ପିଲାଙ୍କୁ ଢ଼ାଲ ରୂପେ ବ୍ୟବହାର କରାଯାଉଥିବାକୁ ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟ କୃଷକ ନେତାଙ୍କ ଉପରେ ବର୍ଷିଛନ୍ତି।

Advertisment

କୋର୍ଟ କଡା ଭାଷାରେ କହିଛନ୍ତି, ପିଲାଙ୍କୁ ଆନ୍ଦୋଳନରେ ଢ଼ାଲ ରୂପେ ବ୍ୟବହାର କରାଯାଉଛି। ଏହା ବେଶ ଲଜ୍ଜାଜନକ। ଆପଣ ଦିଲ୍ଲୀରେ ଯୁଦ୍ଧ କରିବାକୁ ଯାଉଛନ୍ତି କି ବୋଲି ଜଷ୍ଟିସ ସନ୍ଧଓ୍ୱାଲିଆ ଓ ଜଷ୍ଟିସ ଲୋପିତା ବାନାର୍ଜୀଙ୍କ ବେଞ୍ଚ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି, 'ଯେ ଆପଣଙ୍କର ନେତାମାନଙ୍କୁ ଜେଲ ପଠାଯିବା ଉଚିତ। ପିଲାଙ୍କ ନାମରେ ପ୍ରଦର୍ଶନ କରିବା ଲଜ୍ଜାଜନକ। ଆପଣ ଯାହା କରୁଛନ୍ତି ତାହା ପଞ୍ଜାବର ସଂସ୍କୃତି ନୁହେଁ। ହାତରେ ଖଣ୍ଡା ଧରି କିଏ ଶାନ୍ତିପୂଣ୍ଣ ଆନ୍ଦୋଳନ କରେ? ନିର୍ଦ୍ଦୋଷ ଲୋକଙ୍କୁ ଆଗକୁ ଠେଲିବା ବେଶ୍‌ ଲଜ୍ଜାଜନକ।' ଶୁଣାଣି ବେଳେ ହରିୟାଣା ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଫଟୋ ଦେଖାଇବା ପରେ ହାଇକୋର୍ଟ ଏଭଳି କିଛି ବର୍ଷିଛନ୍ତି।

Advertisment

ଚାଷୀ ଆନ୍ଦୋଳନକୁ ନେଇ ଶୁଣାଣି ବେଳେ ପଞ୍ଜାବ ଓ ହରିୟାଣା ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ହାଇକୋର୍ଟ। ଏହି ପୂରା ମାମଲାରେ ଉଭୟ ରାଜ୍ୟ ନିଜ ଦାୟିତ୍ୱକୁ ଠିକ୍ ଭାବେ ତୁଲାଇବାରେ ଅସଫଳ ଅଛନ୍ତି। ଫେବ୍ରୁଆରୀ ୨୧ ତାରିଖରେ ଆନ୍ଦୋଳନକାରୀଙ୍କ ଉପରେ କାହିଁକି ଗୁଳିମାଡ କରାଯାଇଥିବା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଆନ୍ଦୋଳନ ବେଳେ ମୃତ୍ୟୁ ବରଣ କରିଥିବା ଚାଷୀ ଶୁଭକରଣ ମାମଲାର ତଦନ୍ତ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ଦେଖାରେଖାରେ ହେବ। ଏଥିପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯିବକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

କହିରଖୁ ଯେ, ବିଭିନ୍ନ ଦାବି ନେଇ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି କୃଷକ ସଂଙ୍ଗଠନ। ଏଥିପାଇଁ ଦିଲ୍ଲୀ ଅଭିମୁଖେ ଟ୍ରାକ୍ଟର ରାଲି କରୁଛନ୍ତି କୃଷକ। ପଞ୍ଜାବ ଓ ହରିୟାଣାର ବିଭିନ୍ନ ଚାଷୀ ସଙ୍ଗଠନ ଏଥିରେ ଯୋଗ ଦେଇଛନ୍ତି। ତେବେ ଫେବ୍ରୁଆରୀ ୨୧ ତାରିଖରେ ଚାଷୀଙ୍କ ଆନ୍ଦୋଳନ ବେଶ ହିଂସାତ୍ମକ ହୋଇପଡିଥିଲା। ପୁଲିସ ଆନ୍ଦୋଳନ କାରୀଙ୍କ ଉପରେ ଲାଠିଚାର୍ଜ କିରବା ସହ ପାଣିମାଡ କରିଥିଲା। କେବଳ ସେତିକି ନୁହେଁ ରବର ଗୁଳିମାଡ ମଧ୍ୟ ହୋଇଥିଲା। ଏଥିରେ ଭଟିଣ୍ଡାର ୨୨ ବର୍ଷୀୟ କୃଷକ ଶୁଭକରଣ ସିଂହ ମୃତ୍ୟୁ ହୋଇଥିଲା। ୧୫ ଜଣ ପୁଲିସକର୍ମୀ ଆହତ ହୋଇଥିଲେ।  

Farmer Protest Punjab And Haryana High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe