Advertisment

ଚନ୍ଦ୍ରବାବୁଙ୍କ ଗୃହବନ୍ଦୀ ଆବେଦନ ଖାରଜ, ଜେଲରେ ରହିବେ

ଶନିବାର ଆନ୍ଧ୍ର ପ୍ରଦେଶ ସିଆଇଡି ତାଙ୍କୁ ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଗିରଫ କରିଥିଲା। ରବିବାର ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ(ଏସିବି) କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

TDP

TDP

Advertisment

ଦୁର୍ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ସେ ନିଜ ଘର ଭିତରେ ପୁଲିସ୍‌ ନଜରରେ ରହିବାକୁ ଚାହୁଁଥିଲେ। ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ବିଜୟୱାଡାର ଗୋଟିଏ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାର ଅର୍ଥ ଗୃହବନ୍ଦୀ ନୁହେଁ, ଚନ୍ଦ୍ରବାବୁ ନାଇଡୁ ପୂର୍ବଭଳି ଜେଲ୍‌ରେ ରହିବେ।

Advertisment

ଶନିବାର ଆନ୍ଧ୍ର ପ୍ରଦେଶ ସିଆଇଡି ତାଙ୍କୁ ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଗିରଫ କରିଥିଲା। ରବିବାର ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ(ଏସିବି) କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ଉକ୍ତ କୋର୍ଟରେ ଚନ୍ଦ୍ରବାବୁ ନାଇଡୁ ଗୃହବନ୍ଦୀ ହୋଇ ରହିବାକୁ ଅନୁମତି ମାଗିଥିଲେ। କିନ୍ତୁ ମଙ୍ଗଳବାର କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ସିଆଇଡି ଆବେଦନ ବିରୋଧରେ କରିଥିବା ଯୁକ୍ତିକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି।

Advertisment

ଚନ୍ଦ୍ରବାବୁ ନାଇଡୁ ରବିବାର ଠାରୁ ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମାହେଦ୍ରଭମ କେନ୍ଦ୍ରୀୟ ଜେଲରେ ରହିଛନ୍ତି। ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜେଲ ଭିତରେ ଚନ୍ଦ୍ରବାବୁଙ୍କୁ ସ୍ୱତନ୍ତ୍ର ସେଲ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦ୍ରବାବୁ ଜେଡ ପ୍ଲସ ସୁରକ୍ଷାରେ ସବୁବେଳେ ରହୁଥିବାରୁ ତାଙ୍କ କ୍ଷେତ୍ରରେ କୋର୍ଟ ଏପରି ପଦକ୍ଷେପ ଗ୍ରହଣ କରିଥିଲେ।

୨୦୧୪ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କୁ ତାଲିମ ଦେବା। ତେବେ ଏହି କାର୍ଯ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୪ରୁ ୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଇସାରାରେ ସବୁ କିଛି ହୋଇଥିବା କୁହାଯାଉଛି।

ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ହୋଇଛି। ସିଆଇଡି ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନର ବିଭିନ୍ନ ଦଫା ମଧ୍ୟ ଲଗାଇଛି।

Andhra Pradesh TDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe