Advertisment

ସିସୋଦିଆଙ୍କୁ ଜାମିନ ଦେଲେନି କୋର୍ଟ, କହିଲେ ଏମିତି କଥା

ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ପାଇଲେ। ସଞ୍ଜୟ ସିଂହଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଲା। ହେଲେ ମନୀଷ ସିସୋଦିଆଙ୍କ ଭାଗ୍ୟରେ ଜାମିନ ସମ୍ଭବତଃ ଲେଖାନାହିଁ।

author-image
Hemant Lenka
Manish sisodia

Manish sisodia

ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ପାଇଲେ। ସଞ୍ଜୟ ସିଂହଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଲା। ହେଲେ ମନୀଷ ସିସୋଦିଆଙ୍କ ଭାଗ୍ୟରେ ଜାମିନ ସମ୍ଭବତଃ ଲେଖାନାହିଁ।

Advertisment

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ତରିଂ ଓ ଦୁର୍ନୀତି ମାମଲାରେ ଜାମିନ ପାଇଁ ଆବେଦନ କରିଥିବା ଆପ ନେତା ସିସୋଦିଆଙ୍କୁ ଝଟକା ଲାଗିଛି। ତାଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।

୫୨ ବର୍ଷୀୟ ସିସୋଦିଆ ଦୁର୍ନୀତି ସହ ଜଡ଼ିତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବିଶେଷ କରି ସେ ବୈଦ୍ୟୁତିକ ପ୍ରମାଣକୁ ନଷ୍ଟ କରିବା କାମରେ ଲିପ୍ତ ଥିବା କୁହାଯାଇଛି। ତେଣୁ ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମା ତାଙ୍କୁ ଆଜି ଜାମିନ ଦେଇ ନାହାନ୍ତି। ସନ୍ଧ୍ୟା ୬.୨୮ରେ ଜଷ୍ଟିସ ଶର୍ମା ରାୟ ପଢ଼ିବା ଆରମ୍ଭ କରିଥିଲେ। ସେ ୨୨ ମିନିଟ ଧରି ରାୟର ବିଷୟବସ୍ତୁ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

Advertisment

ହାଇକୋର୍ଟ କହିଛନ୍ତି ଯେ “ଏହି ମାମଲାରେ ଆବେଦନକାରୀ ନିଜ ସପକ୍ଷରେ ଜାମିନ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି।” ହାଇକୋର୍ଟଙ୍କ କହିବା କଥା ଯେ ସିସୋଦିଆ ଜଣେ କ୍ଷମତା ଓ ପ୍ରଭାବଶାଳୀ ବ୍ୟକ୍ତି। ଦିଲ୍ଲୀ ସରକାରରେ ତାଙ୍କର ବେଶ ଦବଦବା ରହିଛି। ୨୦୨୩ ମାର୍ଚ୍ଚ ମାସରେ ଇଡି ସିସୋଦିଆଙ୍କୁ ଗିରଫ କରିବା ବେଳେ ସେ ୧୮ଟି ବିଭାଗର ଦାୟିତ୍ୱରେ ରହିଥିଲେ।

ଅବକାରୀ ନୀତିକୁ ଲୋକମାନେ ସମର୍ଥନ କରୁଥିବା ସିସୋଦିଆ ଦେଖାଇବାକୁ ଚେଷ୍ଟା କରିଥିଲେ। ବାସ୍ତବରେ ଏହା କେବଳ କିଛି ବ୍ୟକ୍ତିବିଶେଷଙ୍କୁ ଫାଇଦା ଦେବା ପାଇଁ ଉପଲବ୍ଧ ଥିଲା। ନୀତି ଦ୍ୱାରା ବ୍ୟାପକ ଦୁର୍ନୀତି ହୋଇଛି ବୋଲି କୋର୍ଟ ମତ ରଖିଛନ୍ତି।

Manish Sisodia Delhi High Court