Advertisment

ତିସ୍ତାଙ୍କ ଜାମିନ ଆବେଦନ ଖାରଜ, ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଲେ କୋର୍ଟ

ଏହି ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ସିତଲବାଦଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଏବେ ତାଙ୍କୁ ଗୁଜରାଟ ହାଇକୋର୍ଟ ଆତ୍ମସମର୍ପଣ କରିବାକୁ କହିଛନ୍ତି।

Teesta Setalvad

Teesta Setalvad

Advertisment

ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ କିଛି ଲୋକଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ଶକ୍ତ ଝଟକା ଲାଗିଛି। ଗୁଜରାଟ ହାଇକୋର୍ଟ ଆଜି ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସିତଲବାଦଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ସମୟ ମାଗିଥିଲେ ଓ ଆଦେଶ ଉପରେ ରୋକ ଲଗାଇବାକୁ କହିଥିଲେ। ହେଲେ ଏହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଏହି ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ସିତଲବାଦଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଏବେ ତାଙ୍କୁ ଗୁଜରାଟ ହାଇକୋର୍ଟ ଆତ୍ମସମର୍ପଣ କରିବାକୁ କହିଛନ୍ତି।

Advertisment

ହାଇକୋର୍ଟ ବିଚାରପତି ଜଷ୍ଟିସ ନିରଜର ଦେଶାଇ ଜାମିନ ଆବେଦନ ଖାରଜ କରି କହିଛନ୍ତି ଯେ ଆବେଦନକାରୀ ସୁପ୍ରିମକୋର୍ଟରୁ ଜାମିନ ଆଣି ବାହାରେ ରହିଛନ୍ତି। ତେଣୁ ସେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ।

ତିସ୍ତା ସିତଲବାଦ ଓ ମାମଲାର ସହ ଅଭିଯୁକ୍ତ ପୂର୍ବତନ ଡିଜିପି ଆର ବି ଶ୍ରୀକୁମାରଙ୍କୁ ଗତବର୍ଷ ଜୁନ ୨୫ରେ ଗୁଜରାଟ ପୁଲିସ୍‌ ଗିରଫ କରିଥିଲା। ଜୁଲାଇ ୨ରେ ପୁଲିସ୍‌ ରିମାଣ୍ଡ ଶେଷ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ତେବେ ଗତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଜାମିନ ଦେବାରୁ ସିତଲବାଦ ଜେଲରୁ ବାହାରିଥିଲେ। ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେବା ବେଳେ ନିୟମିତ ବେଲ୍‌ ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। କିନ୍ତୁ ଏବେ ସିତଲବାଦଙ୍କୁ ନିରାଶ ହେବାକୁ ପଡ଼ିଛି।

୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଏସଆଇଟି ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଉ କିଛି ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବାର ଦିନକ ପରେ ଅହମଦାବାଦ କ୍ରାଇମବ୍ରାଞ୍ଚ ସିତଲବାଦ, ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ସଞ୍ଜୀବ ଭଟ୍ଟଙ୍କ ନାଁରେ ଏଫଆଇଆର କରିଥିଲା।

ଏମାନେ ଷଡ଼ଯନ୍ତ୍ର କରି ନୀରିହ ଲୋକଙ୍କୁ ଏପରି ଏକ ମାମଲାରେ ଫସାଇବାକୁ ଚେଷ୍ଟା କରୁଥିଲେ, ଯେଉଁ ଅପରାଧରେ ଫାଶୀ ଦଣ୍ଡ ମିଳିବାର ମଧ୍ୟ ସମ୍ଭାବନା ରହିଛି। ଏପରି କାମରେ ସିତଲବାଦ, ଶ୍ରୀକୁମାର ଓ ଭଟ୍ଟ ସାମିଲ ଥିବାରୁ ସେମାନଙ୍କ ନାଁରେ ମାମଲା କରାଯାଇଥିଲା।

High Court Of Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe