Advertisment

ଛାତ୍ର ନେତା ଉମର ଖାଲିଦଙ୍କୁ ମିଳିଲାନି ଜାମିନ

ୟୁଏପିଏ ବଳରେ ୨୦୨୦ ସେପ୍ଟେମ୍ବର ମାସରୁ ଖାଲିଦ ତିହାର ଜେଲରେ ରହିଛନ୍ତି।

Umar Khalid

Umar Khalid

Advertisment

ଦିଲ୍ଲୀର କାରକରଡୁମା କୋର୍ଟ ମଙ୍ଗଳବାର ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଖାଲିଦ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ।

Advertisment

ତାଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ହୋଇଛି। ତେବେ ମାମଲାର ଶୁଣାଣିରେ ବିଳମ୍ବ ଓ ଅନ୍ୟ ଅଭିଯୁକ୍ତ କ୍ଷେତ୍ରରେ ଆପଣା ଯାଇଥିବା ପଦକ୍ଷେପ ଆଧାରରେ ସେ ଜାମିନ ପାଇଁ ନିବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।

ୟୁଏପିଏ ବଳରେ ୨୦୨୦ ସେପ୍ଟେମ୍ବର ମାସରୁ ଖାଲିଦ ତିହାର ଜେଲରେ ରହିଛନ୍ତି। ଦିଲ୍ଲୀ ପୁଲିସ୍‌ ଅଭିଯୋଗ କରିଛି ଯେ ଉମର ଖାଲିଦ ଯୋଜନାବଦ୍ଧ ଭାବେ ୨୦୨୦ରେ ୨୩ଟି ସ୍ଥାନରେ ବିକ୍ଷୋଭ ସମାବେଶର ଆୟୋଜନ କରିଥିଲେ। ଏହି ସମାବେଶ ଯୋଗୁ ଦିଲ୍ଲୀରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଚଳିତ ବର୍ଷ ଫେବୃଆରୀ ମାସରେ ଖାଲିଦ ପ୍ରଥମେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାହାର କରି ନେଇ ଟ୍ରାଏଲ କୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ। ଜାମିନ ଆବେଦନର ଶୁଣାଣି ବେଳେ ଖାଲିଦଙ୍କ ଓକିଲ ତ୍ରିଦୀପ ପାଇସ ଦିଲ୍ଲୀ ପୁଲିସ୍‌ର ଦସ୍ତାବିଜକୁ ବିରୋଧ କରିଥିଲେ।

ସେ କହିଥିଲେ ଯେ “କୌଣସି ମେସେଜକୁ ଶେୟାର କରିବା କ’ଣ ଗୋଟିଏ ଅପରାଧିକ ଓ ଆତଙ୍କବାଦ କାର୍ଯ୍ୟ?” ଏଥିସହ ଖାଲିଦଙ୍କ ବିରୋଧରେ ମିଡିଆ ଟ୍ରାଏଲ ହୋଇଥିବା ସେ ଅଭିଯୋଗ କରିଥିଲେ।

ଏହି ସମୟରେ ସେ ଏକାଧିକ ମିଡିଆ ଚ୍ୟାନେଲର ଆଙ୍କରଙ୍କ ବୟାନ ମଧ୍ୟ ଉପସ୍ଥାପନ କରିଥିଲେ। ଖାଲିଦଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କିମ୍ବା ସେ କୌଣସି ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ନାହାନ୍ତି। ସାକ୍ଷୀମାନଙ୍କ ବୟାନରେ ତାଳମେଳ ନଥିବା ମଧ୍ୟ ସେ ଯୁକ୍ତି ଉପସ୍ଥାପନ କରିଥିଲେ।

ଏହାବାଦ ନତାଶା ନରୱାଲ, ଦେବାଙ୍ଗନା କାଲିତା ଓ ଆସିଫ ଇକବାଲ ମଧ୍ୟ ସମାନ ଅଭିଯୋଗରେ ଗିରଫ ହୋଇଥିଲେ। କିନ୍ତୁ ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ତେଣୁ ଖାଲିଦଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣା ଯାଉ ବୋଲି ଓକିଲ ତ୍ରିଦୀପ କହିଥିଲେ।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ତାଙ୍କ ଜାମିନକୁ ବିରୋଧ କରାଯାଇଥିଲା। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖାଲିଦଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। 

JNU Delhi Umar Khalid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe