Advertisment

ପୂଜା ଖେଡକରଙ୍କୁ ଆଶ୍ୱସ୍ଥି, ଅଗଷ୍ଟ ୨୧ ପୂର୍ବରୁ ଗିରଫ କରି ପାରିବନି ପୁଲିସ

ଦିଲ୍ଲୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Puja Khedkar

Puja Khedkar

Advertisment

ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

କେନ୍ଦ୍ର ଜନସେବା ଆୟୋଗ (UPSC) ପରୀକ୍ଷାରେ ଆସନ ସୁରକ୍ଷିତ ରଖିବା ପାଇଁ ନକଲି ଭିନ୍ନକ୍ଷମ ଏବଂ ଓବିସି ସାର୍ଟିଫିକେଟ ଦେବା ଅଭିଯୋଗରେ ତାଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା। ଏହାପରେ ସେ ଏକ ତଳ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହି ଆବେଦନ ଖାରଜ ହୋଇଯିବା ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ଆଜି ହାଇକୋର୍ଟର ଜଷ୍ଟିସ୍ ସୁବ୍ରମଣ୍ୟମ ପ୍ରସାଦ ଏ ଉପରେ ଶୁଣାଣି କରି ବର୍ତ୍ତମାନ ସମୟରେ ତୁରନ୍ତ ଗିରଫଦାରୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଖେଡକରଙ୍କୁ ଗିରଫ ନ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପରେ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି। 

Advertisment

ପ୍ରକାଶ ଥାଉକି, ପଦର ଅପବ୍ୟବହାର ଏବଂ ଆବଶ୍ୟକତାଠାରୁ ଅଧିକ ସେବା ଦାବି କରିବା ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ନକଲି ଭିନ୍ନକ୍ଷମ ଏବଂ ଜାତିଗତ ସାର୍ଟିଫିକେଟ ଦାଖଲ କରିଥିବା ଜଣା ପଡିଥିଲା।

ଏହାପରେ ଆଇଏଏସ ଏକାଡେମୀ ପକ୍ଷରୁ ତଦନ୍ତ କରାଯାଇ ତାଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା। ଏପରିକି UPSC ତାଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ପରୀକ୍ଷାରୁ ମଧ୍ୟ ବାରଣ କରିଥିଲା। ଏହାର ଅର୍ଥ ପୂଜା ଖେଡକର ବର୍ତ୍ତମାନ ଆଇଏଏସ ନୁହଁନ୍ତି କି ଆଗକୁ ମଧ୍ୟ କୌଣସି ପ୍ରକାର ପ୍ରଶାସନିକ ପରୀକ୍ଷା ଦେଇ ପାରିବେ ନାହିଁ। 

Ias Officer Delhi High Court Puja Khedkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe