Advertisment

କୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଲଗା ହେବା ପରେ ବି ଲିଭ ଇନ୍‌ ପାର୍ଟନର ପାଇବେ କ୍ଷତିପୂରଣ

ଯଦି କୌଣସି ମହିଳା ନିର୍ଦ୍ଦିଷ୍ଟ ସମୟ ଧରି ଜଣେ ପୁରୁଷଙ୍କ ସହ ଲିଭ ଇନରେ ରହୁଛନ୍ତି, ତା’ହେଲେ ଅଲଗା ହେବା ପରେ ବି ମହିଳା ଜଣଙ୍କ ଭରଣପୋଷଣ ଖର୍ଚ୍ଚ ପାଇବାକୁ ହକଦାର।

Live In

Live In

Advertisment

ଲିଭ ଇନ୍‌ରେ ରହି ପରେ ଅଲଗା ହୋଇଯାଉଥିବା ଘଟଣାରେ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଲିଭ ଇନ୍‌ରେ ଦୀର୍ଘ ବର୍ଷ ଧରି ରହୁଥିବା ମହିଳାଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ହାଇକୋର୍ଟ ପଦକ୍ଷେପ ନେଇଛନ୍ତି।

Advertisment

ଯଦି କୌଣସି ମହିଳା ନିର୍ଦ୍ଦିଷ୍ଟ ସମୟ ଧରି ଜଣେ ପୁରୁଷଙ୍କ ସହ ଲିଭ ଇନରେ ରହୁଛନ୍ତି, ତା’ହେଲେ ଅଲଗା ହେବା ପରେ ବି ମହିଳା ଜଣଙ୍କ ଭରଣପୋଷଣ ଖର୍ଚ୍ଚ ପାଇବାକୁ ହକଦାର। ସେମାନେ ଆଇନଗତ ଭାବେ ବିବାହ କରି ନଥିଲେ ମଧ୍ୟ ମହିଳାଙ୍କୁ କ୍ଷତିପୂରଣ ମିଳିପାରିବ ବୋଲି କୋର୍ଟ କହିଛନ୍ତି।

ଟ୍ରାଏଲ କୋର୍ଟ ପ୍ରଥମେ ଜଣେ ବ୍ୟକ୍ତିଙ୍କ ବିରୋଧରେ ରାୟ ଦେଇଥିଲେ। ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କ ସହ ଲିଭ ଇନରେ ରହୁଥିଲେ। ଏହା ପରେ ଉଭୟ ଅଲଗା ହୋଇ ଯାଇଥିଲେ। କ୍ଷତିପୂରଣ ବା ମାସିକ ଭରଣପୋଷଣ ପାଇଁ ମହିଳା ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

Advertisment

ଟ୍ରାଏଲ କୋର୍ଟ ମହିଳାଙ୍କ ଆବେଦନକୁ ଗ୍ରହଣ କରି ବ୍ୟକ୍ତିଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏ ଭରଣପୋଷଣ ପାଇଁ ଦେବାକୁ କହିଥିଲେ। ଏହାକୁ ବ୍ୟକ୍ତି ଜଣଙ୍କ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ରାୟରେ କୌଣସି ପ୍ରକାରରେ ପରିବର୍ତ୍ତନ କରିନାହାନ୍ତି।

ଯଦି ଜଣେ ବ୍ୟକ୍ତି ଓ ମହିଳା ବାହା ନ ହୋଇ ବି ଏକାଠି ରହୁଥିବା ପ୍ରମାଣ ମିଳୁଛି, ତା’ହେଲେ ମହିଳାଙ୍କୁ ଅଲଗା ହେବା ପରେ କ୍ଷତିପୂରଣ ଦେବାକୁ କେବେ ହେଲେ ମନା କରାଯାଇ ପାରିବ ନାହିଁ।

ଟ୍ରାଏଲ କୋର୍ଟ ଶୁଣାଣି ବେଳେ ହୃଦୟଙ୍ଗମ କରିଥିଲେ ଯେ ମହିଳା ଓ ବ୍ୟକ୍ତି ଜଣଙ୍କ ସ୍ୱାମୀ-ସ୍ତ୍ରୀ ଭାବେ ରହୁଥିଲେ। ଅତିରିକ୍ତ ଭାବେ ସେମାନଙ୍କର ଗୋଟିଏ ଛୁଆ ମଧ୍ୟ ହୋଇଛନ୍ତି। ତେଣୁ ମହିଳା ଜଣଙ୍କ ଭରଣପୋଷଣ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି।

ଭାରତରେ ଦିନକୁ ଦିନ ଲିଭ ଇନ ସମ୍ପର୍କ ଘଟଣା ବଢ଼ିବାରେ ଲାଗିଛି। ଲିଭ ଇନରେ ରହୁଥିବା ପୁଅ-ଝିଅ ପରବର୍ତ୍ତୀ ଅବସ୍ଥାରେ ଅଲଗା ହୋଇ ଯାଉଛନ୍ତି। କିନ୍ତୁ ଅଲଗା ହେଉଥିବା ଝିଅମାନଙ୍କୁ କୌଣସି ପ୍ରକାରର ଆଇନଗତ ସୁରକ୍ଷା ମିଳୁ ନାହିଁ। ତେଣୁ ଏପରି ଏକ ରାୟ ନିଶ୍ଚିତ ଭାବେ ଏକା ହୋଇଯାଉଥିବା ଝିଅ ଓ ମହିଳାମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ ବୋଲି କୁହାଯାଉଛି।

Madhya Pradesh Live In Relation Live In Partner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe