Advertisment

ଚାଷୀ ପ୍ରସଙ୍ଗ: ନିରପେକ୍ଷ ଅମ୍ପାୟାର ସପକ୍ଷରେ ମତ ରଖିଲେ ସୁପ୍ରିମକୋର୍ଟ

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚାଷୀଙ୍କ ପାଇଁ ବନ୍ଦ କରାଯାଇଥିବା ଶମ୍ଭୁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ହରିୟାଣା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Farmer

Farmer

Advertisment

ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ଗୋଟିଏ କମିଟି ଗଠନ କରିବାକୁ କହିଛନ୍ତି। ଚାଷୀ ଓ ସରକାରଙ୍କ ମଧ୍ୟ ବିଶ୍ୱାସ ପ୍ରସଙ୍ଗ ରହୁଛି। ଚାଷୀମାନେ ସରକାରଙ୍କୁ ବିଶ୍ୱାସକୁ ନେଇ ପାରୁ ନଥିବା ସୁପ୍ରିମକୋର୍ଟ ମତ ରଖିଛନ୍ତି।

Advertisment

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚାଷୀଙ୍କ ପାଇଁ ବନ୍ଦ କରାଯାଇଥିବା ଶମ୍ଭୁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ହରିୟାଣା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ଏହାର ଶୁଣାଣି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଉଜ୍ଜ୍ୱ, ଭୂୟାଁଙ୍କ ଖଣ୍ଡପୀଠ କରିଛନ୍ତି। ଆନ୍ଦୋଳନରତ ଚାଷୀଙ୍କ ଯାତାୟାତକୁ ରୋକିବା ପାଇଁ ଚଳିତ ବର୍ଷ ଫେବୃଆରୀ ମାସରୁ ଶମ୍ଭୁ ସୀମାକୁ ପୁଲିସ୍‌ ବନ୍ଦ କରି ରଖିଛି।

Advertisment

ଆଜି ଶୁଣାଣି ବେଳେ ଖଣ୍ଡପୀଠ ପଚାରିଛନ୍ତି ଯେ “ଚାଷୀମାନଙ୍କୁ ବୁଝାସୁଝା କରିବାକୁ ଆପଣ କ’ଣ ସବୁ ପଦକ୍ଷେପ ନେଇଛନ୍ତି? ସ୍ଥାନୀୟ ପ୍ରସଙ୍ଗ ନ ଜାଣି ଆପଣଙ୍କ ମନ୍ତ୍ରୀମାନେ ଚାଷୀଙ୍କ ପାଖକୁ ଯାଇ ପାରନ୍ତି। ଏଠାରେ ବିଶ୍ୱାସର ଅଭାବ ରହିଛି। ଆପଣ କାହିଁକି ନିରପେକ୍ଷ ଅମ୍ପାୟାରର ବ୍ୟବସ୍ଥା କରୁ ନାହାନ୍ତି? ବିଶ୍ୱାସ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ।”

ଶୁଣାଣିକୁ ଆସନ୍ତା ସପ୍ତାହ ଯାଏ ସ୍ଥଗିତ ରଖି ଖଣ୍ଡପୀଠ ଆନ୍ଦୋଳନସ୍ଥଳରେ ସ୍ଥିତାବସ୍ଥା ବଜାୟୀ ରହିବ ଓ ସାଧାରଣ ଲୋକ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି।

ଚାଷୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଗଠନ ହେବାକୁ ଥିବା କମିଟିରେ ଉପଯୁକ୍ତ ଲୋକଙ୍କୁ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Supreme Court Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe