Advertisment

୧୦୦ କୋଟିର ମାନହାନୀ କେସରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ କଲେ କୋର୍ଟ

ଆଜି ପଞ୍ଜାବର ସଙ୍ଗରୁର ଜିଲ୍ଲା କୋର୍ଟ କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କୁ ସମନ କରିଛନ୍ତି। ତାଙ୍କ ବିରୋଧରେ ବଜରଙ୍ଗ ଦଳ ହିନ୍ଦୁସ୍ତାନ ନାମକ ଗୋଟିଏ ସଂଗଠନର ସଭାପତି ହିତେଶ ଭରଦ୍ୱାଜ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Mallikarjun Kharge

Mallikarjun Kharge

Advertisment

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ୧୦୦ କୋଟିର ମାନହାନୀ କେସରେ ସମନ କରିଛନ୍ତି ପଞ୍ଜାବର ଗୋଟିଏ କୋର୍ଟ। ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପିଏଫଆଇ ସହ କଂଗ୍ରେସ ବଜରଙ୍ଗ ଦଳକୁ ତୁଳନା କରିଥିଲା। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ଏପରି କୁହାଯାଇଥିଲା। ଏଥିପାଇଁ ଖଡଗେଙ୍କ ନାଁରେ ୧୦୦ କୋଟିର ମାନହାନୀ କେସ୍‌ କରାଯାଇଛି।

Advertisment

ଆଜି ପଞ୍ଜାବର ସଙ୍ଗରୁର ଜିଲ୍ଲା କୋର୍ଟ କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କୁ ସମନ କରିଛନ୍ତି। ତାଙ୍କ ବିରୋଧରେ ବଜରଙ୍ଗ ଦଳ ହିନ୍ଦୁସ୍ତାନ ନାମକ ଗୋଟିଏ ସଂଗଠନର ସଭାପତି ହିତେଶ ଭରଦ୍ୱାଜ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କୋର୍ଟ ଖଡଗେଙ୍କୁ ସମନ କରିଛନ୍ତି।

ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ତା’ର ଇସ୍ତାହାର ଜାରି କରିଥିଲା। ଏଥିରେ କଂଗ୍ରେସ ବଜରଙ୍ଗ ଦଳକୁ ସିମି ଓ ଅଲକାଏଦା ଭଳି ଦେଶ ବିରୋଧୀ ସଂଗଠନ ସହ ତୁଳନା କରିଥିଲା। କଂଗ୍ରେସ ତା’ର ଇସ୍ତହାରରେ ବଜରଙ୍ଗ ଦଳର ନାଁ ନେଇ ବିଦ୍ୱେଷ ବା ଘୃଣାର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଛି ବୋଲି ଆବେଦନକାରୀ କହିଛନ୍ତି।

Advertisment

କଂଗ୍ରେସ ତା’ର ନିର୍ବାଚନ ଇସ୍ତାହାର ଜାରି କରି କହିଥିଲା ଯେ “କଂଗ୍ରେସ ପାର୍ଟି ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ଘୃଣା କିମ୍ବା ବିଦ୍ୱେଷ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ସମ୍ବିଧାନରେ ପ୍ରଦତ୍ତ ଆଇନରେ ଆମେ ବିଶ୍ୱାସ କରୁ। କୌଣସି ବ୍ୟକ୍ତିବିଶେଷ କିମ୍ବା ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଆଇନକୁ ଭାଙ୍ଗି ଘୃଣା ସୃଷ୍ଟି କରିପାରିବେ ନାହିଁ। ସେଭଳି ସଂଗଠନକୁ କଂଗ୍ରେସ କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ୍ୟାନ ମଧ୍ୟ କରିବ।”

ଏହାକୁ ବିଜେପି ନେତାମାନେ ଜୋରଦାର ବିରୋଧ କରିଥିଲେ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ।

Congress Karnataka Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe