Advertisment

ଭାଇ ବିବାହ କାର୍ଡରେ ନାଁ ନ ଥିବାରୁ ଆଖିବୁଜା ଗୁଳି ଚଳାଇଲେ ଯୁବକ, ୩ ଗୁରୁତର

ଅମରର ପରିବାର ସହ ଆମର କୌଣସି ପୂର୍ବ ଶତ୍ରୁତା ନାହିଁ। କେବଳ ପୁଅ ବିବାହ କାର୍ଡରେ ତା’ ନାଁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଛି ବୋଲି କହିଛନ୍ତି ଋଷଭଙ୍କ ମା’ ।

Marriage

Marriage

Advertisment

ସାଧାରଣତଃ ବିବାହ କାର୍ଡରେ ବରକନ୍ୟାଙ୍କ ନାଁକୁ ବାଦ ଦେଇ ତଳେ କିଛି ବନ୍ଧୁ, ସମ୍ପର୍କୀୟଙ୍କ ନାଁ ବି ରହିଥାଏ। ଏହା ଏକ ଔପଚାରିକତା ହୋଇଥିବା ବେଳେ ଏହାକୁ କେହି ଗୁରୁତର ସହ ନେଇ ନ ଥାନ୍ତି। ମାତ୍ର ଜଣେ ଯୁବକଙ୍କ ବିବାହ କାର୍ଡରେ ନାଁ ନ ଥିବାରୁ ରାଗି ନିଆଁ ବାଣ ହୋଇଛନ୍ତି ତାଙ୍କ ଦାଦା ପୁଅ ଭାଇ। ଏପରିକି ବନ୍ଧୁବାନ୍ଧବରେ ଫାଟି ପଡ଼ୁଥିବା ଯୁବକଙ୍କ ଘରକୁ ଯାଇ ଆଖି ବୁଜା ଗୁଳି ଚଳାଇଛନ୍ତି। ଏଥିରେ ଘଟଣାସ୍ଥଳରେ ଉପସ୍ଥିତ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅସ୍ୱାଭାବିକ ଘଟଣା ୟୁପିର କାନପୁରରେ ଘଟିଛି।

Advertisment

ବର ହୋଇଥିବା ଋଷଭ ନାମକ ଯୁବକଙ୍କ ମା’ଙ୍କ କହିବାନୁଯାୟୀ, ମୋ’ ପୁଅର ବିବାହ କାର୍ଯ୍ୟରେ ଆମେ ବ୍ୟସ୍ତ ଥିଲୁ। ବିବାହ ସରିବା ପରେ ପୁଅ ବୋହୂ ଘରକୁ ଫେରିଥିଲେ। ସେମାନଙ୍କୁ ଦେଖିବାକୁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା।

ଏହି ସମୟରେ ହଠାତ୍‌ ପୁତୁରା ଅମର ସିଂ ଆମ ଘରେ ପହଞ୍ଚିଥିଲା। ଏହାପରେ ସେ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲା। ଏହାକୁ ଅନ୍ୟମାନେ ବିରୋଧ କରିବାରୁ ସେ ନିଜ ପକେଟରେ ରଖିଥିବା ଏକ ବନ୍ଧୁକରୁ ଆଖି ବୁଜା ଗୁଳି ଚଳାଇବାକୁ ଲାଗିଳା। ଏହି ଗୁଳି ଘରେ ଉପସ୍ଥିତ ଥିବା ୩ ଜଣଙ୍କ ଶରୀରରେ ବାଜିଛି। ଏହା ପୂର୍ବରୁ ସେ ବିବାହ ସ୍ଥଳକୁ ଯାଇ ସେଠାରେ ବି ଗଣ୍ଡଗୋଳ କରିଥିଲା। 

Advertisment

ଅମରର ପରିବାର ସହ ଆମର କୌଣସି ପୂର୍ବ ଶତ୍ରୁତା ନାହିଁ। କେବଳ ପୁଅ ବିବାହ କାର୍ଡରେ ତା’ ନାଁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଛି ବୋଲି କହିଛନ୍ତି ଋଷଭଙ୍କ ମା’ ।

ଗୁଳି ଋଷଭଙ୍କ ସାଙ୍ଗଙ୍କ ଗୋଡ଼ରେ ଲାଗିଥିବା ବେଳେ ଅମରଙ୍କୁ ସେମାନେ ଚିହ୍ନି ନ ଥିବା ବେଳେ ସେ କାହିଁକି ଗୁଳି ଚଳାଇଲା ଜାଣି ନ ଥିବା କହିଛନ୍ତି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe