Advertisment

ପୁଣି ମୁଣ୍ଡ ନେଉଛି କରୋନା, ଦିନକରେ ୬ ମୃତ

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

covid death

covid death

Advertisment

ଦେଶରେ ପୁଣିଥରେ ବଢ଼ି ଚାଲିଛି କରୋନା ମାମଲା। ନୂଆ ଭାରିଏଣ୍ଟ ଆସିବା ପରେ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ପୁଣି ନେଉଛି କରୋନା। ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦେଶରେ ଦିନକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ପ୍ରାଣ ହରାଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ ଏବଂ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ କେରଳରୁ ଜଣେ ଲେଖାଏଁ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ୫,୩୩,୩୪୬କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସମ୍ପ୍ରତି ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୯୭ରେ ପହଞ୍ଚିଛି।

Advertisment

ବୁଧବାର ଦିନ ରାଜଧାନୀ ଦିଲ୍ଲୀରେ ପ୍ରଥମ କୋଭିଡ୍‌-୧୯ ଭାରିଏଣ୍ଟ ‘ଜେଏନ୍‌.୧’ ସଂକ୍ରମିତ ଚିହ୍ନଟ କରାଯାଇଥିବା କଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି। ଜିନୋମ୍‌ ସିକ୍ୱେନ୍‌ସିଂ ଲାଗି ଯାଇଥିବା ୩ଟି ନମୂନାରୁ ଗୋଟିଏ ‘ଜେଏନ୍‌.୧’ ଥିବା ଚିହ୍ନଟ ହୋଇଛି। ‘ଜେଏନ୍‌.୧’ ଭାରିଏଣ୍ଟକୁ ଦେଶରେ ପ୍ରଥମେ କେରଳ ରାଜ୍ୟରେ ଚିହ୍ନଟ କରାଯାଇଥିଲା।

Covid19 JN.1 Variant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe