Advertisment

ଜାନୁଆରୀ ୨୬ରେ ଲଞ୍ଚ ହେବ ଦେଶର ପ୍ରଥମ କୋଭିଡ୍‌ ନାଜାଲ ଟିକା

ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍‌ ଟିକା INCOVACCକୁ ଲଞ୍ଚ କରିବ।

Nasal Vaccine

Nasal Vaccine

Advertisment

ଆସନ୍ତା ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍‌ ନାଜାଲ ଟିକା। ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍‌ ଟିକା INCOVACCକୁ ଲଞ୍ଚ କରିବ। ଏନେଇ ଆଜି କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି।

Advertisment

ଭୋପାଲରେ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacIndକୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ।

ସେ କହିଛନ୍ତି, “ଆମର ନାଜାଲ ଟିକା ବିଧିବଦ୍ଧ ଭାବେ ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ଲଞ୍ଚ ହେବ। ଲୋକମାନେ ବେଶ ସହଜରରେ ଏହାକୁ ନେଇ ପାରିବେ। ଏହାର ବ୍ୟବହାର ପାଇଁ ଅନୁମତି ମିଳି ସାରିଛି।”

Advertisment

ଡିସେମ୍ବର ମାସରେ ଭାରତ ବାୟୋଟେକ ଘୋଷଣା କରିଥିଲା ଯେ ଏହି ଇଣ୍ଟରନାଜାଲ କରୋନା ଟିକାକୁ କମ୍ପାନୀ ଡୋଜ୍‌ ପିଛା ୩୨୫ ଟଙ୍କାରେ ସରକାରଙ୍କୁ ବିକ୍ରି କରିବ। ସେହିପରି ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ଦାମ ଡୋଜ୍‌ ପିଛା ୮୦୦ ଟଙ୍କା ରହିବ।

୧୮ ବର୍ଷରୁ ଅଧିକ ବୟସ୍କମାନେ ନାଜାଲ ଟିକା ନେଇପାରିବେ। ଏହା ଅତ୍ୟନ୍ତ ସହଜ। ୨ଟି ଯାକ ନାକ ପୁଡ଼ାରେ ୪ ଡ୍ରପ୍‌ ଲେଖାଏ ମୋଟ ୦.୫ ଏମଏଲର ଟିକା ନେବାକୁ ହେବ। ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ନାକରେ କିଛି ସମୟ ପାଇଁ ବ୍ଲକେଜ ଆସିପାରେ। କିନ୍ତୁ ଏହା ଅତ୍ୟନ୍ତ ସୁରକ୍ଷିତ ଟିକା ବୋଲି ପରୀକ୍ଷାରୁ ଜଣାପଡ଼ିଛି।

ଫେବୃଆରୀ ମାସରେ ମୁମ୍ବାଇ ଭିତ୍ତିକ ଗ୍ଲେନମାର୍କ ଭାରତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଗୋଟିଏ ନାଜାଲ ସ୍ପ୍ରେ ବାହାର କରିଥିଲା। SaNOtize ମିଶି ପ୍ରାପ୍ତ ବୟସ୍କଙ୍କ ପାଇଁ ଏହି ସ୍ପ୍ରେକୁ ବିକଶିତ କରାଯାଇଥିଲା। କମ୍ପାନୀକୁ ଉତ୍ପାଦନ ଓ ମାର୍କେଟିଂ ପାଇଁ ଡିସିଜିଆଇ ଅନୁମତି ଦେଇଥିଲା। ହେଲେ ଗତବର୍ଷ ସେପ୍ଟେମ୍ବର ମାସରେ ଭାରତ ସରକାର ପ୍ରଥମଥର ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ହେଲେ ଏଯାଏ ଏହା ଲଞ୍ଚ ହୋଇ ନଥିଲା।

Coronavirus Corona Vaccine Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe