Advertisment

ମହାରାଷ୍ଟ୍ରରେ କରୋନା ନୂଆ ଭାରିଏଣ୍ଟ, ଆଉ ୯ JN.1 ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Covid-19

Covid-19

Advertisment

ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ଭିତରେ କରୋନାର ନୂଆ ଭାରିଏଣ୍ଟ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। କେରଳ ପରେ ଏବେ ମହାରାଷ୍ଟ୍ରରେ ପଶିଛି କୋଭିଡ-୧୯ର ସବ୍‌-ଭାରିଏଣ୍ଟ ଜେଏନ୍‌.୧। ୯ ଜଣ ଏହି ସବ୍‌ ଭାରିଏଣ୍ଟରରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

Advertisment

ରବିବାର ମହାରାଷ୍ଟ୍ରରେ କରୋନାରେ ସଂକ୍ରମିତ ୫୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହି ନୂଆ ମାମାଲା ମଧ୍ୟରୁ ଜେଏନ୍‌.୧ ସବ୍‌ଭାରିଏଣ୍ଟରେ ୯ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ଯାଞ୍ଚ ପରେ ଜଣାପଡିଛି। ମହାରାଷ୍ଟ୍ରର ଥାଣେରେ ୫ ଜଣ, ପୁଣେରୁ ୨ ଜଣ, ପୁଣେର ଓକୋଲା ସହର ଓ ସିନ୍ଧୁଦୁର୍ଗରୁ ଜଣେ ଲେଖାଏଁ ଜେଏନ୍‌.୧ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ସମସ୍ତ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି।

ଥାଣେର ୫ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। କିନ୍ତୁ, କ‌ୌଣସି ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ। ଥାନେ ସହରରେ ସମୁଦାୟ ୨୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାକି ଘରେ ରହି ସୁସ୍ଥ ହୋଇଛନ୍ତି।

Advertisment

ସେପଟେ ଦେଶରେ ବୃଦ୍ଧି ପାଉଥିବା ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଟପିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୩୪କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪,୦୫୪ଟି ସକ୍ରିୟ କୋଭିଡ୍‌-୧୯ ମାମଲା ରିପୋର୍ଟ କରାଯାଇଛି। ରବିବାର ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୪୨ ଥିଲା।

ସଂକ୍ରମଣ ବୃଦ୍ଧି ସତ୍ତ୍ୱେ କେନ୍ଦ୍ର ସରକାର କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ଚିନ୍ତାର କାରଣ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି। ତେବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ଓମିକ୍ରୋନ୍ ଭାରିଆଣ୍ଟର ସବ ଭାରିଆଣ୍ଟ ଜେଏନ୍.୧କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) 'ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ' ଭାବେ ବର୍ଗୀକୃତ କରିଛି। ବିଗତ କିଛି ସପ୍ତାହ ମଧ୍ୟରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ଭୂତାଣୁ ରେ ପରିଣତ ହୋଇଛି, ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଦେଇଛି ।

ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତରେ ଜେଏନ.୧ ଭାରିଆଣ୍ଟ କାରଣରୁ କୌଣସି ମାମଲା ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସମସ୍ତ ମାମଲା ସାମାନ୍ୟ ହୋଇଥିବା ବେଳେ ରୋଗୀମାନେ ବିନା କୌଣସି ଜଟିଳତାରେ ସୁସ୍ଥ ହୋଇଛନ୍ତି।

ଭାରତରେ ସମୁଦାୟ କୋଭିଡ୍-୧୯ରୁ ଆରୋଗ୍ୟ ହାର ୯୮.୮୧% ଥିବା ବେଳେ ମୃତ୍ୟୁ ହାର ୧.୧୮% ରହିଛି। ଗତ ୨୪ ଘଣ୍ଟା ରେ ୩୧୫ ଜଣ କରୋନାରୁ ସୁସ୍ଥ ହେବା ପରେ ସମୁଦାୟ ଆରୋଗ୍ୟ ସଂଖ୍ୟା ୪.୪୪ କୋଟିରେ ପହଞ୍ଚିଛି।

New Coronavirus Strain Covid19 Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe