Advertisment

ବଢ଼ୁଛି କରୋନା ସଂକ୍ରମଣ: ରାଜ୍ୟଗୁଡ଼ିକୁ ଏମିତି ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକ ପରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
Corona

Corona

ଦେଶରେ କ୍ରମାଗତ ଭାବେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ଡେଇଁବା ପରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟରେ ଚିନ୍ତା ପ୍ରକଟ ପାଇଛି। ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକ ପରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଦେଶରେ କରୋନା ସଂକ୍ରମଣ ଦିନକ ତଳେ ୬ ହଜାର ଡେଇଁଥିଲା। ଏହା ୨୦୦ ଦିନ ମଧ୍ୟରେ ସର୍ବାଧିକ। ତେଣୁ କେନ୍ଦ୍ର ସରକାର କରୋନା ହଟସ୍ପଟ ଚିହ୍ନଟ ସହ ଟେଷ୍ଟିଂ ବୃଦ୍ଧି ଓ ଇନଫ୍ଲୁଏଞ୍ଜା ଭଳି ରୋଗର ତତ୍କାଳୀନ ଚିହ୍ନଟ ପାଇଁ ରାଜ୍ୟ ଗୁଡ଼ିକୁ କହିଛନ୍ତି। ୧୦ ଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣ ସଂଖ୍ୟା ୭ ଦିନରୁ କମ ସମୟରେ ଦୁଇ ଗୁଣ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ବର୍ତ୍ତମାନେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସୀମା ଠାରୁ ବହୁତ କମ ମାତ୍ରାରେ କରୋନା ଟେଷ୍ଟିଂ ହେଉଉଛି। ତେଣୁ ପ୍ରତି ୧୦ ଲକ୍ଷ ଲୋକରେ ୧୦୦ ଟେଷ୍ଟିଂ କରିବାକୁ କୁହାଯାଇଛି। ବିଶେଷ କରି ଆରଟି-ପିସିଆର ସଂଖ୍ୟା ବୃଦ୍ଧି କରିବାକୁ ମାଣ୍ଡଭୀୟ କହିଛନ୍ତି।

Advertisment

୨୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କ ମୁଣ୍ଡ ନେଇଥିଲା କରୋନା। ଏହାକୁ ମିଶାଇ ୭ ଦିନରେ ୫୯ ଜଣଙ୍କ ଜୀବନ ଗଲାଣି। ଗତ ସପ୍ତାହରେ ଏହା ୩୮ ରହିଥିଲା। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସେହି ମାତ୍ରାରେ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ ରହିଛି। ତେବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ପାର କରିଯିବାର ଆଶଙ୍କା ରହିଛି। ଗତ ସପ୍ତାହରେ ୧୬,୩୦୦ ସକ୍ରିୟ ରୋଗୀ ଥିଲେ। ତେଣୁ ୭ ଦିନ ମଧ୍ୟରେ ଏହାର ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗୁରୁବାର ସମଗ୍ର ଦେଶରେ ୧.୭୮ ଲକ୍ଷ ନୁମନା ଟେଷ୍ଟ କରାଯାଇଛି। କରୋନା ପଜିଟିଭିଟି ରେଟ ୩.୩୯% ରହିଛି। ମାର୍ଚ୍ଚ ୧୭ରେ ବେଳକୁ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୫୭୧ ରହିଥିଲା। କିନ୍ତୁ ଏପ୍ରିଲ ୭ ସୁଦ୍ଧା ଦୈନିକ ସଂକ୍ରମଣ ୬ ହଜାର ପାର କରି ସାରିଲାଣି।

ଦେଶର ୮ ରାଜ୍ୟରେ ସଂକ୍ରମଣ ଗ୍ରାଫ ଉପର ମୁହାଁ ହୋଇଛି। କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀର ୧୦ କିମ୍ବା ତା’ଠାରୁ ଅଧିକ ଜିଲ୍ଲାରେ ପିଜିଟିଭିଟି ରେଟ୍‌ ୧୦% ଉପରେ ରହିଛି। କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ହିମାଚଳ, ତାମିଲନାଡୁ ଓ ହରିଆଣାର ୫ଟି ଜିଲ୍ଲାରେ ଟିପିଆର ୫% ଉପରେ ଅଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

Coronavirus