Advertisment

ରୂପ ବଦଳାଉଛି କରୋନାର XBB.1.16 ଭାରିଏଣ୍ଟ, ଚିହ୍ନଟ ହେଲେଣି ୧୧୩ ଜଣ ଆକ୍ରାନ୍ତ

ଭାରତରେ କରୋନାର ଏହି ସବ୍‌ ଟାଇପ ଭାରିଏଣ୍ଟ ଦ୍ୱାରା ୧୧୩ ଜଣ ସଂକ୍ରମିତ ହୋଇ ସାରିଲେଣି। ଗୁଜରାଟ ଓ ମହାରାଷ୍ଟ୍ରରୁ ସର୍ବାଧିକ ଆକ୍ରାନ୍ତ XBB.1.16.1 ଦ୍ୱାରା ସଂକ୍ରମିତ ହୋଇଛନ୍ତି।

author-image
Hemant Lenka
Corona

Corona

ନୂଆ କରି ଠାବ ହୋଇଥିବା କରୋନା ଭାଇରସର XBB.1.16 ଭାରିଏଣ୍ଟ ଏବେ ନିଜର ରୂପ ବଦଳାଇବା ଆରମ୍ଭ କଲାଣି। ଏହା ସବଟାଇପ ଭାରିଏଣ୍ଟ XBB.1.16.1 ରୂପ ଧାରଣ କରି ଲୋକଙ୍କୁ ସଂକ୍ରମିତ କରୁଛି। ଏଯାଏ ଭାରତରେ କରୋନାର ଏହି ସବ୍‌ ଟାଇପ ଭାରିଏଣ୍ଟ ଦ୍ୱାରା ୧୧୩ ଜଣ ସଂକ୍ରମିତ ହୋଇ ସାରିଲେଣି। ଗୁଜରାଟ ଓ ମହାରାଷ୍ଟ୍ରରୁ ସର୍ବାଧିକ ଆକ୍ରାନ୍ତ XBB.1.16.1 ଦ୍ୱାରା ସଂକ୍ରମିତ ହୋଇଛନ୍ତି।

Advertisment

XBB ହେଉଛି ଓମିକ୍ରନ ଭାରିଏଣ୍ଟର ଗୋଟିଏ ସବ ଟାଇପ୍‌। ଏହା ପରବର୍ତ୍ତୀ ଅବସ୍ଥାରେ ମ୍ୟୁଟେସନ ହୋଇ ନୂଆ ରୂପ ଧାରଣ କରିବାରେ ଲାଗିଛି। ୧୫ ମାସ ମଧ୍ୟରେ କେବଳ ଭାରତରୁ ଓମିକ୍ରନର ୪୦୦ ନୂଆ ସବ ଭାରିଏଣ୍ଟ ଠାବ ହୋଇସାରିଲାଣି। ଏହା ମଧ୍ୟରୁ ୯୦% ଭାରିଏଣ୍ଟ ହେଉଛି XBB ଶ୍ରେଣୀର। INSACOG ପୋର୍ଟାଲରେ ଏଯାଏ XXB.1.16.1କୁ ତାଲିକା ଭୁକ୍ତ କରାଯାଇନି। କିନ୍ତୁ ଏହି ଭାରିଏଣ୍ଟ ଭାରତରେ ଠାବ ହେବା ସହ ୧୧୩ ଜଣଙ୍କୁ ସଂକ୍ରମିତ କରି ସାରିଲାଣି।

XBB.1.16.1 କେତେ ଘାତକ ଓ ଲୋକଙ୍କୁ ଏହା ଗୁରୁତର କରୁଛି, ତା’ର ପ୍ରମାଣ ଏଯାଏ ବିଶେଷଜ୍ଞମାନେ ଠାବ କରିପାରି ନାହାନ୍ତି। ମେଡିକାଲ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଓମିକ୍ରନର ସବୁ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ଏହା କେଉଁ ସବୁ ରୂପ ଧାରଣ କରୁଛି ଓ କେତେ ଘାତକ ହେଉଛି, ସେକଥା ଆଗାମୀ ଦିନରେ ଜଣାପଡ଼ିବ ବୋଲି ସେମାନେ ମତ ରଖିଛନ୍ତି।

Advertisment
New Coronavirus Strain Coronavirus Omicron Virus