Advertisment

ସୁପ୍ରିମକୋର୍ଟରେ ପହଞ୍ଚିଲା 'କୋଭିଶିଲ୍ଡ' ମାମଲା, ତଦନ୍ତ ଦାବି

କରୋନା ସମୟରେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ ବୋଲି କିଛି ଦିନ ପୂର୍ବେ ଆଣ୍ଟି କୋଭିଡ-୧୯ ଟିକା କୋଭିଶିଲ୍ଡ ତିଆରି କିରଥିବା କମ୍ପାନୀ ଆଷ୍ଟ୍ରାଜେନିକା ସ୍ୱୀକାର କରିଥିଲା।

author-image
Madhupriya Mistry
covishield-and supreme-court

covishield-and supreme-court

କରୋନା ଟିକା କୋଭିଶିଲ୍ଡର ସାଇଡ୍‌ ଇଫେକ୍ଟ ଖବର ସାମ୍ନାକୁ ଆସିବା ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପେସାରେ ଓକିଲ ଥିବା ବିଶାଲ ତିୱାରୀ ନାମକ ଜଣେ ବ୍ୟକ୍ତି କୋଭିଶିଲ୍ଡ ଟିକା ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହାର ବିପଦର ଅନୁସନ୍ଧାନ ପାଇଁ ପୂର୍ବତନ ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ୍ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରିବାକୁ ସେ ଦାବି କରିଛନ୍ତି। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସବୁ କରାଯିବା ଉଚିତ୍ ବୋଲି ମଧ୍ୟ ସେ ନିଜ ଆବେଦନରେ କହିଛନ୍ତି।

Advertisment

କୋଭିଶିଲ୍ଡ ଟିକାର ସାଇଡ୍‌ ଇଫେକ୍ଟ ଓ ଏହାର ବିପଦ କାରକଗୁଡିକର ଯାଞ୍ଚ କରିବା ଏବଂ ଟିକା ଦ୍ୱାରା ହୋଇଥିବା କ୍ଷତି ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି। କେବଳ ଏତିକି ନୁହେଁ, ଏହି ଟିକା ନେବା ପରେ ଯେଉଁମାନେ ଅକ୍ଷମ ହୋଇଯାଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍ ବୋଲି ଏହି ଆବେଦନରେ କୁହାଯାଇଛି।

କରୋନା ସମୟରେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ ବୋଲି କିଛି ଦିନ ପୂର୍ବେ ଆଣ୍ଟି କୋଭିଡ-୧୯ ଟିକା କୋଭିଶିଲ୍ଡ ତିଆରି କିରଥିବା କମ୍ପାନୀ ଆଷ୍ଟ୍ରାଜେନିକା ସ୍ୱୀକାର କରିଥିଲା। ​​ ଦି ଟେଲିଗ୍ରାଫ୍ (ୟୁକେ)ର ରିପୋର୍ଟ ଅନୁଯାୟୀ, ଏହି ଟୀକା ଉତ୍ପାଦନକାରୀ କମ୍ପାନୀ ନିଜ କୋର୍ଟ ଦଲିଲରେ କହିଥିଲେ ଯେ, କୋଭିଶିଲ୍ଡରୁ ଶରୀରରେ ରକ୍ତ ଜମାଟ ବାନ୍ଧିବା ଏବଂ ପ୍ଲେଟଲେଟ୍ କମ୍ ହେବା ଭଳି ସାଇଡ୍‌ ଇଫେକ୍ଟ ଦେଖାଦେଇପାରେ।

Advertisment

କହିରଖୁ ଯେ, ଭାରତରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଯେଉଁ କୋଭିଶିଲ୍ଡ ଟିକା ତିଆରି କରାଯାଇଥିଲା ତାହା ଆଷ୍ଟ୍ରାଜେନିକାର ହିଁ ଫର୍ମୁଲା ଅଟେ।

Supreme Court Covid Vaccine Covishield Vaccine