ମଦ କିଣିଲେ ବୋତଲ ପିଛା ଦେବାକୁ ପଡ଼ିବ ୧୦ ଟଙ୍କାର ଗୋ-କର

ହିମାଚଳପ୍ରଦେଶରେ ଯେ କେବଳ ଏମିତି ଗୋ-କର ଲାଗୁ ହୋଇନି। ଅନ୍ୟ ରାଜ୍ୟର ସରକାରମାନେ ମଧ୍ୟ ନିଜର ରାଜସ୍ୱ ବୃଦ୍ଧି ପାଇଁ ବିଭିନ୍ନ ବୁଲା ପଶୁଙ୍କ ନାଁରେ କର ଆଦାୟ କରିବାର ନିଜିର ରହିଛି।

representational image

  • Published: Saturday, 18 March 2023
  • , Updated: 18 March 2023, 05:49 PM IST

ମଦ ଉପରେ ଲାଗିଛି ଗୋ-କର ବା କାଓ ସେସ। ଯଦି କେହି ମଦ କିଣନ୍ତି, ତା’ହେଲେ ତାଙ୍କୁ ବାଧ୍ୟତାମୂଳକ ଭାବେ ବୋତଲ ପିଛା ୧୦ ଟଙ୍କାର ଗୋ-କର ଦେବାକୁ ପଡ଼ିବ। ହିମାଚଳ ପ୍ରଦେଶ ସରକାର ଏପରି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏ ସମ୍ପର୍କରେ ଘୋଷଣା କରିବା ସହ ଏହି ନୂଆ ସେସ୍‌ ଲାଗୁ ହେବା ଦ୍ୱାରା ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ଅତିରିକ୍ତ ୧୦୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି କହିଛନ୍ତି।

ହିମାଚଳପ୍ରଦେଶରେ ଯେ କେବଳ ଏମିତି ଗୋ-କର ଲାଗୁ ହୋଇନି। ଅନ୍ୟ ରାଜ୍ୟର ସରକାରମାନେ ମଧ୍ୟ ନିଜର ରାଜସ୍ୱ ବୃଦ୍ଧି ପାଇଁ ବିଭିନ୍ନ ବୁଲା ପଶୁଙ୍କ ନାଁରେ କର ଆଦାୟ କରିବାର ନିଜିର ରହିଛି।

ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସରକାର ପୂର୍ବରୁ ଗୋ କର କିମ୍ବା ଗୋ କଲ୍ୟାଣ ସେସ ନାଁରେ ଟିକସ ଆଦାୟ କରୁଛନ୍ତି। ଏହି ସେସ୍‌ ପରିମାଣ ବିଭିନ୍ନ ରାଜ୍ୟରେ ଭିନ୍ନ ରହିଛି। କିଏ ୨% ତ କିଏ ୨୦% ସେସ୍‌ ଆଦାୟ କରୁଛନ୍ତି। ଗୋ-କର ସାଧାରଣତଃ ଲକ୍ସୁରୀ ଆଇଟମ ଯଥା ମଦ ବୋତଲ, କାର ଓ ବାଇକ ଭଳି ସାମଗ୍ରୀ ଉପରେ ଲାଗୁ କରାଯାଉଛି। ଏଥିରୁ ମିଳୁଥିବା ଅର୍ଥକୁ ଗାଈଙ୍କ ସୁରକ୍ଷା, ବୁଲା ପଶୁମାନଙ୍କ ଯତ୍ନ ଓ ଗୋ-ଶାଳା ତିଆରି ଆଦିରେ ଖର୍ଚ୍ଚ କରାଯାଉଥିବା ସରକାରମାନେ କହୁଛନ୍ତି।

ରିପୋର୍ଟ ଅନୁସାରେ ରାଜସ୍ଥାନ ସରକାର ୩ ବର୍ଷ ମଧ୍ୟରେ ଗୋ-କରରୁ ମୋଟ ୨,୧୭୬ କୋଟି ଟଙ୍କା ପାଇଛନ୍ତି। ପଞ୍ଜାବ ପ୍ରଥମ ରାଜ୍ୟ ଭାବେ ଏପରି ଏକ ଟିକସ ବ୍ୟବସ୍ଥା ଲାଗୁ କରିଥିଲା। ସମସ୍ତ ବିଦେଶୀ ମଦ ଉପରେ ବୋତଲ ପିଛା ୧୦ ଟଙ୍କା ଓ ପଞ୍ଜାବରେ ନିର୍ମିତ ମଦ ଉପରେ ବୋତଲ ପିଛା ୫ ଟଙ୍କାର ଟିକସ ଲାଗୁ କରାଯାଇଥିଲା।

Related story