Advertisment

ଦୁଇ ମୁସଲିମ ଯୁବକଙ୍କୁ ହତ୍ୟା ଘଟଣା: କାର୍‌ରେ ୨୦ ଘଣ୍ଟା ବୁଲାଇଥିଲେ ଗୋ-ରକ୍ଷକ ଗୋଷ୍ଠୀ!

ସେମାନଙ୍କୁ ଗାଡ଼ି ସହ ପୋଡ଼ି ଦେବା ପୂର୍ବରୁ ତଥାକଥିତ ଗୋରକ୍ଷା ଗୋଷ୍ଠୀର ସଦସ୍ୟମାନ ୨୦ ଘଣ୍ଟା ଧରି ବୁଲାଇଥିଲେ।

Muslim

Muslim

Advertisment

ହରିଆଣାର ଭିୱାନିରୁ ଗୋଟିଏ ଜଳନ୍ତା ଏସ୍‌ୟୁଭିରୁ ଦୁଇ ଜଣ ମୁସଲିମ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ତଥ୍ୟ ଆସିଛି। ସେମାନଙ୍କୁ ଗାଡ଼ି ସହ ପୋଡ଼ି ଦେବା ପୂର୍ବରୁ ତଥାକଥିତ ଗୋରକ୍ଷା ଗୋଷ୍ଠୀର ସଦସ୍ୟମାନ ୨୦ ଘଣ୍ଟା ଧରି ବୁଲାଇଥିଲେ। ଏହି ୨୦ ଘଣ୍ଟାର ଯାତ୍ରା ଭିତରେ ଦୁଇ ମୁସଲିମ ଯୁବକଙ୍କୁ ହତ୍ୟା କରାଯାଇଥିଲା।

Advertisment

ଗୋ ସୁରକ୍ଷା ପାଇଁ କାମ କରୁଥିବା ଦୁଇଟି ଗ୍ରୁପ୍‌ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଏହି ହତ୍ୟାକାଣ୍ଡରେ ସାମିଲ ଥିଲା ବୋଲି ସୂଚନା ମିଳିଛି। ରାଜସ୍ଥାନର ଭରତପୁରୁ ଅଞ୍ଚଳରୁ ଜୁନେଦ ଓ ନାସିରଙ୍କୁ ଫେବୃଆରୀ ୧୫ରେ ଅପହରଣ କରାଯାଇଥିଲା। ଏହାର ଦୁଇ ଦିନ ପରେ ସେମାନଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଥିଲା। ଜୁନେଦ କୁଆଡ଼େ ଗୋରୁ ଚୋରାଚାଲାଣରେ ସାମିଲ ଥିଲେ ଓ ତାଙ୍କ ନାଁରେ ୫ଟି ମାମଲା ରହିଥିବା ହରିଆଣା ପୁଲିସ୍‌ କହିଥିଲା। ଏହି ଘଟଣାକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। 

ମିଳିଥିବା ସୂଚନା ଅନୁଯାୟୀ, ତଥାକଥିତ ଗୋ ସୁରକ୍ଷା କଥା କହୁଥିବା ଦୁଇଟି ଭିନ୍ନ ଗୋଷ୍ଠୀ ପୂରା ଘଟଣାରେ ସାମିଲ ଅଛନ୍ତି। ପ୍ରଥମ ଗୋଷ୍ଠୀର ସଦସ୍ୟମାନେ ଜୁନେଦ ଓ ନାସିରଙ୍କୁ ଅପହରଣ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ସେମାନେ ଉଭୟଙ୍କୁ ହରିଆଣା ପୁଲିସ ନିକଟକୁ ନେଇଥିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପୁଲିସ୍‌ ଗିରଫ କରିପାରିବ ନାହିଁ ବୋଲି କହିଥିଲା।

Advertisment

ପୁଲିସ୍‌ ଠାରୁ ନାଁ ଶୁଣିବା ପରେ ପ୍ରଥମ ଗୋଷ୍ଠୀର ସଦସ୍ୟମାନେ ସେଠାରୁ ଚାଲିଯାଇଥିଲେ। ଏହାପରେ ଆସିଥିଲେ ଦ୍ୱିତୀୟ ଗୋରକ୍ଷା ଗୋଷ୍ଠୀର ସଦସ୍ୟମାନେ। ଜୁନେଦ ଓ ନାସିରଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲେ ମଧ୍ୟ ସେମାନେ ଗୋଟିଏ ଗାଡ଼ିରେ ଉଭୟଙ୍କୁ ଭର୍ତ୍ତି କରିଥିଲେ ଓ ଦୀର୍ଘ ୨୦ ଘଣ୍ଟା ଧରି ବୁଲାଇଥିଲେ।

ହରିଆଣାର ମୋଟ ୪ଟି ଜିଲ୍ଲା ଦେଇ ସେମାନଙ୍କ ଗାଡ଼ି ୨୦୦ କିମି ରାସ୍ତା ଅତିକ୍ରମ କରିଥିଲା। ଏହି ୨୦ ଘଣ୍ଟାର ଯାତ୍ରା ସମୟରେ ଦ୍ୱିତୀୟ ଗୋଷ୍ଠୀର ସଦସ୍ୟମାନେ ଜୁନେଦ ଓ ନାସିରଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନେ ମୃତଦେହକୁ କେଉଁଠି ଫୋପାଡ଼ିବେ ବୋଲି ଚିନ୍ତା କରିଥିଲେ। ଶେଷରେ ଜିନ୍ଦ ଓ ଝାଜର ଦେଇ ସେମାନେ ଭିୱାନିରେ ପହଞ୍ଚିଥିଲେ। ଫେବୃଆରୀ ୧୬ ତାରିଖ ରାତିରେ ବୋଲେର ଭିତରେ ଜୁନେଦ ଓ ନାସିରଙ୍କ ମୃତଦେହ ରଖି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୁଲିସ୍‌ ସୁତ୍ରରୁ ଖବର ମିଳିଛି।

ଉଭୟଙ୍କ ମୃତଦେହ ମିଳିବା ପରେ ସେମାନଙ୍କ ପରିବାର ଲୋକ ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ଦଳକୁ ଏଥିପାଇଁ ଦାୟୀ କରିଛନ୍ତି। ରାଜସ୍ଥାନ ପୁଲିସ୍‌ ୯ ଜଣଙ୍କ ନାଁରେ ମାମଲା କରିଥିଲେ ମଧ୍ୟ କେବଳ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସେହିପରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବଜରଙ୍ଗ ଦଳର ସକ୍ରିୟ ସଦସ୍ୟ ମୋହିତ ଯାଦବ ଓରଫ ମନୁ ମାନେସରଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନି। ମନୁ ମାନେସର ବଜରଙ୍ଗ ଦଳର ସକ୍ରିୟ ସଦସ୍ୟ ହୋଇଥିବା ବେଳେ ବିଭିନ୍ନ ବିଜେପି ନେତାଙ୍କ ସହ ସେ ଉଠାଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Haryana News Killers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe