Advertisment

ଭାଲେଣ୍ଟାଇନ୍ସ ଡେ’ ପରିବର୍ତ୍ତେ ଗୋ’ ମାତା ସମ୍ମାନ ଦିବସ: ମନ୍ତ୍ରୀ

ଉତ୍ତରପ୍ରଦେଶ ମନ୍ତ୍ରୀ ଧରମପାଲ ସିଂ ଗୁରୁବାର ଏହା କହିଛନ୍ତି।

author-image
Tapas Behera
Gau Mata Samman Divas

Gau Mata Samman Divas

ଏଥର ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ’ ପରିବର୍ତ୍ତେ ଗୋ’ ମାତା ସମ୍ମାନ ଦିବସ ଭାବେ ପାଳନ କରାଯିବ। ଉତ୍ତରପ୍ରଦେଶ ମନ୍ତ୍ରୀ ଧରମପାଲ ସିଂ ଗୁରୁବାର ଏହା କହିଛନ୍ତି। ଭାରତର ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। କାରଣ ଗାଈ ହେଉଛି ଆପ ପାଇ ସାଂସ୍କୃତିକ ଏବଂ ଅର୍ଥନୈତିକ ଗୁରୁତ୍ୱପୂର୍ଣ୍ଣ। ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଧରମପାଲ ସିଂ କହିଛନ୍ତି ଫେବୃଆରୀ ୧୪, ୨୦୨୩କୁ ଭାଲେଣ୍ଟାଇନ୍ସ ଦିବସ ବଦଳରେ ଗୋ ମାତା ସମ୍ମାନ ଦିବସ ଭାବେ ପାଳନ କରାଯିବ। ଭାରତର ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ କରାଯାଇଛି। ଆର୍ଥିକ ଦୃଷ୍ଟିରୁ ଗାଈ ହେଉଛନ୍ତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

Advertisment

କାରଣ ବିନା ଖର୍ଚ୍ଚରେ ଗାଈଙ୍କ ମୂତ୍ର ଏବଂ ଖତ ଚାଷ କାର୍ଯ୍ୟରେ ବେଶ ସହାୟକ ହୋଇଥାଏ। ଗୋପାଳକ ମାନେ ଗାଈମାନେ କ୍ଷୀର ଦେବା କ୍ଷମତା ହରାଇବା ପରେ ସେମାନଙ୍କୁ ଛାଡ଼ିଦେବା ଉଚିତ ନୁହଁ। ସେମାନଙ୍କ ଯତ୍ନ ନେବା ଆବଶ୍ୟକ । କାରଣ ଗାଈଙ୍କ ଗୋବର ଏବଂ ମୂତ୍ର ଅତ୍ୟନ୍ତ ଉପଯୋଗୀ। ସେ କହିଛନ୍ତି ଗୋମୂତ୍ର କ୍ଷେତର ଜୀବାଣୁ ନଷ୍ଟ କରିଥାଏ ଏବଂ ଗାଈର ଗୋବର ଅରଗାନିକ ଚାଷକୁ ବଳ ଯୋଗାଇ ଥାଏ। ଏହା ପରିବେଶ ପାଇଁ ବେଶ ଅନୁକୂଳ। ଗାଈ ଆଲିଙ୍ଗନ ଦିବସକୁ ସ୍ୱାଗତ କରି ବିଜେପି ସାଂସଦ ବିଜୟପାଲ ସିଂ ତୋମାର କହିଛନ୍ତି, ଗାଈକୁ ଆଲିଙ୍ଗନ କରିବା ଚାଷୀଙ୍କ ସହ ଜଡିତ। ସେଥିପାଇଁ ମୁଁ ଗାଇ ଆଲିଙ୍ଗନ ଦିବସ ପାଳନ କରିବାକୁ ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆର ଆବେଦନକୁ ସ୍ୱାଗତ କରୁଛି।
ମୋଦି ସରକାରରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ କହିଛନ୍ତି, ଏଥିରେ ଅସୁବିଧା କ’ଣ? ଗାଈ ଆମର ମା, ଆମେ ତାଙ୍କର ସେବା କରିବା ଉଚିତ୍ । କୌଣସି ବି ଦିନ ହେବାର ଥିଲା, ଏବେ ହେଲା । ଏହା ପ୍ରେମର ଦିନ, ତେଣୁ ଗାଇକୁ ଭଲ ପାଆନ୍ତୁ।

ବିଜେପି ସାଂସଦ ବାଲକ ନାଥ କହିଛନ୍ତି, ଆମ ସଂସ୍କୃତିରେ ଗାଇଙ୍କୁ ପୂଜା କରିବାର ପରମ୍ପରା ରହିଛି। ଆମେ ମଧ୍ୟ ଗୋପାଷ୍ଟମୀ ପାଳନ କରୁ । ଭାଲେଣ୍ଟାଇନ୍ ଡେ କ’ଣ ତାହା ବିଷୟରେ ଆମର କୌଣସି ଧାରଣା ନାହିଁ ।

Advertisment
India