Vice President
ଶୁକ୍ରବାର ଦେଶର ୧୫ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନିକଟରେ ଅନୁଷ୍ଠିତ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏରୁ ପ୍ରାର୍ଥୀ ହୋଇଥିବା ରାଧାକ୍ରିଷ୍ଣନ ୧୫୧ ଖଣ୍ଡ ଭୋଟରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଜଷ୍ଟିସ ସୁଦାର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଥିଲେ। ରାଧାକ୍ରିଷ୍ଣନଙ୍କୁ ୪୫୨ ଓ ଜଷ୍ଟିସ ରେଡ୍ଡୀଙ୍କୁ ୩୦୦ ଖଣ୍ଡ ଭୋଟ ମିଳିଥିଲା।
ସେପ୍ଟେମ୍ବର ୯ରେ ଉପ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ରାଧାକ୍ରିଷ୍ଣନ ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ ଉତ୍ସବରେ ପୂର୍ବତନ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଦେଖିବାକୁ ମିଳିଛି। କାର୍ଯ୍ୟକାଳ ପୂରଣ ହେବା ଆଗରୁ ଧନଖଡ଼ ଉପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ସେ ସର୍ବସାଧାରଣରୁ ଦୂରେଇ ଯାଇଥିଲେ। ଏବେ ତାଙ୍କୁ ରାଧାକ୍ରିଷ୍ଣନଙ୍କ ଶପଥ ପାଠ ଉତ୍ସବରେ ପ୍ରଥମଥର ଦେଖିବାକୁ ମିଳିଛି।
ଧନଖଡ଼ ଜୁଲାଇ ୨୧ରେ ଉପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏଥିଯୋଗୁ ସେପ୍ଟେମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା।
ରାଧାକ୍ରିଷ୍ଣନଙ୍କ ଶପଥ ପାଠ ଉତ୍ସବରେ ଧନଖଡ଼ଙ୍କ ବ୍ୟତୀତ ଭେଙ୍କିୟା ନାଇଡୁ ଓ ହମିଦ ଅନସାରୀଙ୍କ ମଧ୍ୟ ଉପ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ସାମିଲ ହୋଇଥିଲେ। ଉଭୟ ଦେଶର ଉପ ରାଷ୍ଟ୍ରପତି ଭାବେ ଏକଦା କାମ କରିଥିଲେ।
ଏମାନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କର୍ଣ୍ଣାଟକା ରାଜ୍ୟପାଳ ଥୱରଚାନ୍ଦ ଗେହଲଟ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ଝାରଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ରହିଥିଲେ।
ଉପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାଧାକ୍ରିଷ୍ଣନ ସିଧା ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1757665593.jpg)