Advertisment

CPIର ନ୍ୟାସନାଲ ସେକ୍ରେଟାରୀ ଅତୁଳ କୁମାରଙ୍କ ପରଲୋକ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI) ର ନ୍ୟାସନାଲ ସେକ୍ରେଟାରୀ ଅତୁଳ କୁମାର ଅଞ୍ଜନଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିବା ଅତୁଳ କୁମାର ଆଜି ସକାଳୁ ଆଖି ବୁଜିଛନ୍ତି।

ଅଦ୍ୟତନ ହୋଇଛି
Atul Kumar

Atul Kumar

Advertisment

ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI) ର ନ୍ୟାସନାଲ ସେକ୍ରେଟାରୀ ଅତୁଳ କୁମାର ଅଞ୍ଜନଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିବା ଅତୁଳ କୁମାର ଆଜି ସକାଳୁ ଆଖି ବୁଜିଛନ୍ତି। ଅସୁସ୍ଥତା ହେତୁ ପ୍ରାୟ ମାସେ ହେବ ସେ ଲକ୍ଷ୍ନୌର ମେୟୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା। 

Advertisment

ଲକ୍ଷ୍ନୌ ୟୁନିଭରସିଟି ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ୧୯୭୭ ମସିହାରେ ଅତୁଳ କୁମାର ରାଜନୀତିରେ ପାଦ ଦେଇଥିଲେ। ୪ ବର୍ଷ ଧରି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦ ବର୍ଷରେ ସେ ନ୍ୟାସନାଲ କଲେଜ ଷ୍ଟୁଡେଣ୍ଟସ୍‌ ୟୁନିୟନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନିଜ ଛାତ୍ର ଜୀବନରୁ ହିଁ ସେ ବାମପନ୍ଥୀ ଦଳର ଆବର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିଲେ।

ଅତୁଳ କୁମାରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନୈତକ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶିଷ୍ଟ ନେତୃବୃନ୍ଦ ଅତୁଳ କୁମାରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Advertisment

ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଜୟନ୍ତ ସିଂ ଅତୁଳ କୁମାରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସେ ଜଣେ ସମର୍ପିତ ଲୋକ ସେବକ ଥିଲେ ବୋଲି କହିଛନ୍ତି।

CPI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe