Advertisment

ମନ୍ଦିରକୁ ଯାଇଥିଲେ ସିପିଏମ୍‌ ନେତା, ଟାଙ୍ଗିଆରେ ହାଣି ପକାଇଲେ ଦୁର୍ବୃତ୍ତ

ମନ୍ଦିରରେ ଚାଲିଥିବା ଉତ୍ସବକୁ ଆମନ୍ତ୍ରୀତ ହୋଇଥିଲେ ସିପିଆଇ (Marxist) ନେତା । ସେଠାରେ ସେ କାର୍ଯ୍ୟକ୍ରମର ମଜା ନେଉଥିବା ବେଳେ  ଅଚାନକ ସମସ୍ତଙ୍କ ସାମନାରେ ତାଙ୍କୁ ଟାଙ୍ଗିଆରେ ହାଣିଦେଲେ କିଛି ଦୁର୍ବୃତ୍ତ।

author-image
Niharika Rout
PV Satyanathan

PV Satyanathan

ମନ୍ଦିରରେ ଚାଲିଥିବା ଉତ୍ସବକୁ ଆମନ୍ତ୍ରୀତ ହୋଇଥିଲେ ସିପିଆଇ (Marxist) ନେତା । ସେଠାରେ ସେ କାର୍ଯ୍ୟକ୍ରମର ମଜା ନେଉଥିବା ବେଳେ  ଅଚାନକ ସମସ୍ତଙ୍କ ସାମନାରେ ତାଙ୍କୁ ଟାଙ୍ଗିଆରେ ହାଣିଦେଲେ କିଛି ଦୁର୍ବୃତ୍ତ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନେତାଜଣକ ଆଖି ବୁଜି ଦେଇଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା କେରଳର କୋଝିକୋଡ ଜିଲ୍ଲାରେ ଘଟିଛି। ମୃତକ ହେଲେ ସିପିଏମ୍‌ ନେତା ପିଭି ସତ୍ୟାନାଥନ । ସତ୍ୟାନାଥନ  ସିପିଆଇ (Marxist) ଦଳର କୋୟିଲାଣ୍ଡି ସେଣ୍ଟ୍ରାଲ ଲୋକାଲ କମିଟିର ସେକ୍ରେଟାରି ଭାବେ କାମ କରୁଥିଲେ।  

କୋୟିଲାଣ୍ଡିସ୍ଥିତ ଚେରିୟୁପୁରମ ମନ୍ଦିରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପିଭି ସତ୍ୟାନାଥନଙ୍କୁ ମନ୍ଦିର କମିଟି ପକ୍ଷରୁ ନିମନ୍ତ୍ରୀତ କରାଯାଇଥିଲା। ସେଠାରେ ଅଚାନକ ସତ୍ୟାନାଥନଙ୍କ ଉପରକୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ସମସ୍ତଙ୍କ ଆଖି ସାମନାରେ ସେମାନେ ତାଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। 

Advertisment

ତୁରନ୍ତ ସତ୍ୟାନାଥନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଭିଯୁକ୍ତଜଣକ ତୁରନ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୁଲିସ୍‌ ତାଙ୍କ ସନ୍ଧାନ ଆରମ୍ଭ କରିଛି।

ପିଭି ସତ୍ୟାନାଥନଙ୍କ ସହ ଅଭିଯୁକ୍ତଙ୍କର ପୂର୍ବ ଶତ୍ରୁତା ଥିବା ପୁଲିସ୍ ସନ୍ଦେହ କରୁଛି। ତେଣୁ କିଏ ଏପରି କାଣ୍ଡ ଘଟାଇ ଥାଇପାରେ ତାହା ଜାଣିବାକୁ ପୁଲିସ୍‌ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି।

Murder Kerala