Advertisment

ଥିଙ୍କଟ୍ୟାଙ୍କ ସିପିଆରର ବିଦେଶ ପାଣ୍ଠି ଲାଇସେନ୍ସ ବାତିଲ

ମନ୍ତ୍ରଣାଳୟ ପକ୍ଷରୁ ଆଇନ ଉଲ୍ଲଙ୍ଘନ ପାଇଁ ସିପିଆରର ବିଦେଶ ପାଣ୍ଠ ବା ଏଫସିଆରଏ ଲାଇସେନ୍ସକୁ ବାତିଲ କରାଯାଇଛି।

CPR

CPR

Advertisment

ପ୍ରସିଦ୍ଧ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ପଲିସି ରିସର୍ଚ୍ଚ(ସିପିଆର) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଆଜି ମନ୍ତ୍ରଣାଳୟ ପକ୍ଷରୁ ଆଇନ ଉଲ୍ଲଙ୍ଘନ ପାଇଁ ସିପିଆରର ବିଦେଶ ପାଣ୍ଠ ବା ଏଫସିଆରଏ ଲାଇସେନ୍ସକୁ ବାତିଲ କରାଯାଇଛି। ଟିକସ ହେରଫେର କରିଥିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ମାସରେ ଆୟକର ବିଭାଗ ସିପିଆର ଓ ଅକ୍ସଫାମ ଇଣ୍ଡିଆ ଅଫିସରେ ରେଡ୍‌ କରିଥିଲା। ସେବେଠାରୁ ସରକାର ଏହି ସଂସ୍ଥା ବିରୋଧରେ ତଦନ୍ତ ଜାରି ରଖିଥିଲେ। ଏବେ ସିପିଆରର ଏଫସିଆରଏ ଲାଇସେନ୍ସକୁ ବାତିଲ କରାଯାଇଛି।

Advertisment

ଏହାପୂର୍ବରୁ ଜାନୁଆରୀ ମାସରେ ଅକ୍ସଫାମର ଏଫସିଆରଏ ଲାଇସେନ୍ସ ବାତିଲ କରାଯାଇଥିଲା। ଏହାପରେ ଏନଜିଓ ପକ୍ଷରୁ ରିଭିଜନ ପିଟିସନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଥିଲା। ହେଲେ ଏହାର କୌଣସି ସୁଫଳ ମିଳିନାହିଁ।

ଭାରତ ସରକାର ଦେଉଥିବା ଏଫସିଆରଏ ଲାଇସେନ୍ସ ଦ୍ୱାରା ଗୋଟିଏ ସଂସ୍ଥା ବିଦେଶରୁ ପାଣ୍ଠି ସଂଗ୍ରହ କରିବାକୁ ସକ୍ଷମ ହୋଇଥାଏ। ଏଫସିଆରଏ ବିନା କୌଣସି ବି ସଂସ୍ଥା ବିଦେଶରୁ ପାଣ୍ଠି ଦେଶକୁ ଆଣିପାରିବେ ନାହିଁ। ଏବେ ସିପିଆର ସହ ସମାନ ଘଟଣା ଘଟିଛି।

Advertisment

ସିପିଆରକୁ ବିଲ ଆଣ୍ଡ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ, ପେନସଲଭାନିଆ ବିଶ୍ୱବିଦ୍ୟାଳୟ, ଜଳ ସମ୍ପଦ ଇନଷ୍ଟିଚ୍ୟୁଟ ଓ ଡିକ୍ୟୁ ବିଶ୍ୱବିଦ୍ୟାଳୟ ପାଣ୍ଠି ଦେଉଥିଲେ। ନନ ପ୍ରଫିଟ ସଂଗଠନ ଭାବେ ଜଣାଣୁଣା ସିପିଆରକୁ ଆଉ କିଛି ବିଦେଶ ସଂସ୍ଥାରୁ ପାଣ୍ଠି ମିଳିବାର ନଜିର ରହିଛି।

ଏବେ ସରକାର ସଂସ୍ଥାର ଲାଇସେନ୍ସ ବାତିଲ କରି ଏଫସିଆରଏ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ୨୦୧୬ରେ ସିପିଆରର ଲାଇସେନ୍ସକୁ ନବୀକରଣ କରାଯାଇଥିଲା। ଏହାର ଅବଧି ୨୦୨୧ରେ ସରିଥିଲେ ମଧ୍ୟ ଏହାକୁ ପୁନଃନବୀକରଣ କରାଯାଇ ନଥିଲା।

Delhi Income Tax
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe