Advertisment

ଭାଗ ଭାଗ 'ଇଣ୍ଡି' ମେଣ୍ଟ! ସଂସଦ ପରିସରରେ ବିକ୍ଷୋଭ, ଦୂରେଇଲା ସପା-ଟିଏମ୍‌ସି

ଆଦାନୀ ପ୍ରସଙ୍ଗରେ ଗୃହରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଆଜି ମଧ୍ୟ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା ଦାବିରେ କଂଗ୍ରେସ ସାଂସଦମାନେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Congress Protest

Congress Protest

ସଂସଦର ଶୀତକାଳୀନ ଅଧିବେଶନରେ ମଙ୍ଗଳବାର ମଧ୍ୟ ଆନ୍ଦୋଳନ ଜାରି ରହିଛି। ଆଦାନୀ ପ୍ରସଙ୍ଗରେ ବିରୋଧୀ ଲୋକସଭାକୁ ବୟକଟ୍‌ କରିଛନ୍ତି। ଗୃହରୁ ବାହାରିବା ପରେ ବିରୋଧୀଦଳର ନେତାମାନେ ସଂସଦ ପରିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ଅଛନ୍ତି। କିନ୍ତୁ ସମାଜବାଦୀ ପାର୍ଟି ଏବଂ ତ୍ରୁଣମୂଳ କଂଗ୍ରେସ ଏହି ବିକ୍ଷୋଭରୁ ନିଜକୁ ଦୂରେଇ ରଖିଛି। ଫଳରେ ଇଣ୍ଡି 'ମେଣ୍ଟ' ଭାଗ ଭାଗ ହୋଇଯାଇଥିବା ସନ୍ଦେହ କରାଯାଉଛି।

Advertisment

ଆଦାନୀ ପ୍ରସଙ୍ଗରେ ଗୃହରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଏହାକୁ ନେଇ ବାରମ୍ବାର ଗୃହ ମୁଲତବୀ ମଧ୍ୟ ହେଉଛି। ଆଜି ମଧ୍ୟ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା ପାଇଁ କଂଗ୍ରେସ ସାଂସଦମାନେ ଦାବି କରି ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ ଏହି ବିରୋଧ ପ୍ରଶର୍ଦନରେ ସମାଜବାଦୀ ପାର୍ଟି ଓ ତ୍ରୁଣମୂଳ କଂଗ୍ରେସର ସାଂସଦମାନେ ଯୋଗ ଦେଇନାହାନ୍ତି।

୨୫ ନଭେମ୍ବରରୁ ଆରମ୍ଭ ହୋଇଥିବା ସଂସଦର ଶତୀକାଳିନ ଅଧିବେଶନରେ କଂଗ୍ରେସର ଫୋକସ୍‌ କେବଳ ଆଦନୀ ପ୍ରସଙ୍ଗକୁ ନେଇ ରହିଛି। କିନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ସମ୍ଭଲରେ ହୋଇଥିବା ହିଂସା ଉପରେ ଆଲୋଚନା କରିବାକୁ ଦାବି କରୁଛି।

Advertisment

ଅନ୍ୟପଟେ ଟିଏମ୍‌ସି ଗୃହରେ ମୁଦ୍ରାସ୍ଫୀତି, ବେକାରୀ, କୃଷି, ସାର, ବିରୋଧୀ ରାଷ୍ଟ୍ରକୁ ମିଳୁଥିବା ଟଙ୍କାରେ ହ୍ରାସ୍‌ ଓ ମଣିପୁର ଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି। ଏଥି ସହିତ ଅନ୍ୟ ବିରୋଧୀ ଦଳ ମଧ୍ୟ ଚାହୁଁଛନ୍ତି ଯେ କୃଷକ, ସମ୍ବଲ ଏବଂ ମଣିପୁର ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଉ। ହେଲେ କଂଗ୍ରେସ କେବଳ ଆଦାନୀ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ ବୋଲି ଜିଦ୍‌ ଧରି ବସିଛି। ତେଣୁ ଇଣ୍ଡି ମେଣ୍ଟର ଦଳ ମଧ୍ୟରେ ପରସ୍ପର ମତ ଆଉ ମେଳ ଖାଉ ନାହିଁ। ଫଳରେ ଏଥିରେ ଫାଟ ସୃଷ୍ଟି ହେଉଥିଲା ଭଳି ମନେ ହେଉଛି।

ଏହାପୂର୍ବରୁ ସୋମବାର ଦିନ ମଧ୍ୟ ସଂସଦ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଇଣ୍ଡିଆ ବ୍ଲକ୍ ନେତାମାନେ ମଲ୍ଲିକାର୍ଜୁନ ଖାଡ଼କେଙ୍କୁ ଭେଟିଥିଲେ। ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ବିରୋଧୀ ଦଳର ନେତାମାନଙ୍କ ସହ ଏକ ବୈଠକ ହୋଇଥିଲା। ତେବେ ଏହି ବୈଠକରେ ଟିଏମ୍‌ସି ସାଂସଦମାନେ କିନ୍ତୁ ଯୋଗ ଦେଇ ନଥିଲେ। ଟିଏମ୍‌ସି ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲା।

TMC Congress Protest Samajwadi Party INDIA Bloc Parliament Winter Session