Advertisment

ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଥିଲେ କାଉନସିଲର, ଭାଙ୍ଗିଗଲା କ୍ରେନ

ମହାରାଣା ପ୍ରତାପଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ କରିବା ବେଳେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
Image From Incident

Image From Incident

Advertisment

ଆଜି ମହାରାଣା ପ୍ରତାପଙ୍କ ଜନ୍ମ ଜୟନ୍ତୀ ଅବସରରେ ଭୋପାଲର ଜଣେ କାଉନସିଲର କ୍ରେନ୍ ଯୋଗେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଥିବା ବେଳେ ଘଟିଛି ଅଘଟଣ। ଏହି ସମୟରେ ହଠାତ୍ କ୍ରେନ୍ ଭାଙ୍ଗିଯିବାରୁ ୨୦ ଫୁଟ ତଳକୁ ଖସି ପଡ଼ିଛନ୍ତି କାଉନସିଲର।

Advertisment

ସୂଚନା ଅନୁସାରେ, ୬୬ ନଂ ୱାର୍ଡର କାଉନସିଲର ଜିତେନ୍ଦ୍ର ସିଂହ ରାଜପୁତ ମହାରାଣା ପ୍ରତାପଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ମାମୁଁ ମଧ୍ୟ ଉପସ୍ଥିତ ଥିଲେ। ଉଭୟଙ୍କୁ ଏକ କ୍ରେନ୍ ସାହାଯ୍ୟରେ ୨୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ନିକଟକୁ ନିଆଯାଇଥିଲା।

ଉଭୟ ସେଠାରେ ମାଲ୍ୟାର୍ପଣ କରିବା ସମୟରେ ହଠାତ୍ ଭାଙ୍ଗି ଯାଇଥିଲା କ୍ରେନ୍। ଫଳରେ ସେମାନେ ତଳେ ପଡ଼ିଯାଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଡାକ୍ତରଙ୍କ କହିବା ଅନୁସାରେ, ଦୁର୍ଘଟଣାରେ କାଉନସିଲରଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମାମୁଁ ଆହତ ହୋଇଛନ୍ତି। ଉଭୟଙ୍କ ଚିକିତ୍ସା ଚାଲିଛି। 

Bhopal Maharana Pratap Birth Anniversary Crane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe