Advertisment

ପ୍ରେମିକର ଜଘନ୍ୟ କାଣ୍ଡ; ନାବାଳିକା ପ୍ରେମିକାକୁ ଉଠାଇ ନେଲା, ବାପା, ଭାଇଙ୍କୁ ହାଣି ଖଣ୍ଡ ଖଣ୍ଡ କଲା

ଘଟଣା ଦିନ ସେ ରାଜକୁମାର ଓ ତାଙ୍କ ପୁଅକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଉଭୟ ବାପପୁଅଙ୍କୁ ହତ୍ୟା କରିବା ପରେ ମୁକୁଳ ସିଂ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରି ଦେଇଥିଲା।

ଅଦ୍ୟତନ ହୋଇଛି
Murder

Murder

Advertisment

ମଧ୍ୟପ୍ରଦେଶର ଜବଲପୁରରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରି ପସ୍କୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତ ଘଟାଇଛି ଜଘନ୍ୟ କାଣ୍ଡ। ଅଭିଯୁକ୍ତଜଣକ ଜେଲ୍‌ରୁ ଫେରିବା ପରେ ନାବାଳିକାର ପିତା ଓ ୮ ବର୍ଷୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇ ଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

Advertisment

ଏହି ଘଟଣା ଜବଲପୁରର ସିଭିଲ ଲାଇନ୍‌ ଥାନା ଅଞ୍ଚଳରେ ଥିବା ମିଲେନିୟମ କଲୋନୀରେ ଘଟିଛି। ଏହି କଲୋନୀରେ ୫୨ ବର୍ଷୀୟ ରାଜକୁମାର ନିଜ ନାବାଳିକା ଝିଅ ଓ ୮ ବର୍ଷୀୟ ପୁଅ ସହ ରହୁଥିଲେ। ତାଙ୍କ ପଡ଼ୋଶୀ ମୁକୁଳ ସିଂ ନାମକ ଯୁବକ ରାଜକୁମାରଙ୍କ ଝିଅକୁ ହଇରାଣ କରୁଥିଲେ।

ଏନେଇ ରାଜକୁମାରଙ୍କ ଅଭିଯୋଗ ଆଧାରରର ପୁଲିସ୍‌ ମୁକୁଳ ସିଂଙ୍କୁ ପସ୍କୋ ଆକ୍ଟରେ ଗିରଫ କରିଥିଲା। ମାତ୍ର ସେ ଜେଲ୍‌ରୁ ମୁକୁଳିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ।

Advertisment

ଘଟଣା ଦିନ ସେ ରାଜକୁମାର ଓ ତାଙ୍କ ପୁଅକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପିଲାଟିକୁ ହତ୍ୟା କରିବା ପରେ ମୁକୁଳ ସିଂ ତାକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରି ଦେଇଥିଲା। ଏହାପରେ ନାବାଳିକାଙ୍କୁ ଧରି ସେଠାରୁ ଫେରାର ହୋଇ ଯାଇଥିଲା।

ଏହାପରେ ନାବାଳିକାଙ୍କ ଫୋନ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମେସେଜ କରି ଘରେ ରାଜକୁମାର ଓ ତାଙ୍କ ପୁଅଙ୍କ ଶବ ପଡ଼ିଥିବା ଜଣାଇଥିଲେ ମୁକୁଳ ସିଂ । ଖବର ପାଇ ପୁଲିସ୍‌ ପହଞ୍ଚି ଘରୁ ବାପପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌ ଏକ ନାବାଳିକାଙ୍କ ସନ୍ଧାନ ଆରମ୍ଭ କରିଛି। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

Murder Love Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe