Advertisment

ବିବାହ ପୂର୍ବରୁ ପାର୍ଲର ଯାଇଥିଲେ ଯୁବତୀ, ଫାୟାରିଂ କରିଦେଲା ପ୍ରେମିକ

ନିଜ ବିବାହର କିଛି ଘଣ୍ଟା ପୂର୍ବରୁ ବିୟୁଟି ପାର୍ଲର ଯାଇଥିବା ପ୍ରେମିକାକୁ ଗୁଳି କରି ଶେଷ କରିଦେଇଛି ଉତ୍ତ୍ୟକ୍ତ ପ୍ରେମିକ । ଫଳରେ ବାପ ଘରୁ ଝିଅ ଶାଶୁ ଘରକୁ ବିଦା ହେବା ପରିବର୍ତ୍ତେ ଗଲା ମଶାଣି ।

author-image
Niharika Rout
ଅଦ୍ୟତନ ହୋଇଛି
Murder Case

Murder Case

ନିଜ ପ୍ରେମିକା ଯେବେ ଅନ୍ୟର କନିଆ ସାଜେ ତେବେ ପ୍ରେମିକ ନିଜ ହିତାହିତ ଜ୍ଞାନ ହରାଇ ବସେ। ଏପରିକି ରକ୍ତମୁଖା ପାଲଟିଯାଏ ପ୍ରେମିକ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଝାନସୀରେ ଘଟିଛି। ନିଜ ବିବାହର କିଛି ଘଣ୍ଟା ପୂର୍ବରୁ ବିୟୁଟି ପାର୍ଲର ଯାଇଥିବା ପ୍ରେମିକାକୁ ଗୁଳି କରି ଶେଷ କରିଦେଇଛି ଉତ୍ତ୍ୟକ୍ତ ପ୍ରେମିକ । ଫଳରେ ବାପ ଘରୁ ଝିଅ ଶାଶୁ ଘରକୁ ବିଦା ହେବା ପରିବର୍ତ୍ତେ ଗଲା ମଶାଣି । ମୃତା ଯୁବତୀଙ୍କ ନାମ କାଜଲ ବୋଲି ଜଣାଯାଇଛି।

Advertisment

ଗତ କିଛି ବର୍ଷ ଧରି କାଜଲଙ୍କର ଦୀପକ ଅହିରବାର ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମାତ୍ର ଶେଷରେ ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ। ଗତକାଲି ବିବାହ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ କାଜଲ ନିଜର ସମ୍ପର୍କୀୟ ଭଉଣୀଙ୍କ ସହ ପାର୍ଲରକୁ ଯାଇଥିଲେ।

ଖବର ପାଇ ଦୀପକ ସେଠାରେ ପହଞ୍ଚିଲେ। ଏହାପରେ କାଜଲଙ୍କୁ ସେ ବାହାରକୁ ଡାକିଥିବା ବେଳେ କାଜଲ କିନ୍ତୁ ଆସି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପକ ପାର୍ଲରର କାଚ ଭାଙ୍ଗି ଦେଇଥିଲେ। ତାଙ୍କ ହାତରେ ବନ୍ଧୁକ ଦେଖି ପାର୍ଲରରେ ଥିବା ସମସ୍ତେ ଧାଁଦୌଡ଼ କରିଥିଲେ। କାଜଲ ମଧ୍ୟ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିବାରୁ ଦୀପକ ତାଙ୍କ ଛାତିକୁ ଗୁଳି ମାଡ଼ କରିଥିଲେ।

Advertisment

ଫଳରେ କାଜଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବାରୁ ଦୀପକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ କାଜଲଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଝିଅର ଏପରି ମୃତ୍ୟୁରେ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କ କାନ୍ଦ ବୋବାଳିରେ ସମଗ୍ର ମେଡିକାଲ ପରିବେଶ ଫାଟି ପଡ଼ିଥିଲା। ଏହାପରେ ଶାଶୁ ଘରକୁ ବିଦା କରିବା ପରିବର୍ତ୍ତେ ପରିବାର ଲୋକେ ଝିଅକୁ ମଶାଣିକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ଫେରାର ହୋଇ ଯାଇଥିବା ବେଳେ ତାଙ୍କୁ ଗିରଫ କରିବାକୁ ଦୁଇ ଟିମ୍‌ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ଖୁବ୍‌ ଶୀଘ୍ର ଅଭିଯୁକ୍ତ ଧରା ପଡ଼ିବେ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Murder Uttar Pradesh Love Betrayal