/odisha-reporter/media/media_files/2026/01/29/ajit-2026-01-29-10-30-56.jpg)
ଦୁର୍ଘଟଣା ଗ୍ରସ୍ତ ବିମାନ ଓ ପ୍ରାଣ ହରାଇଥିବା ୫ ଜଣ
ମହାରାଷ୍ଟ୍ରର ବାରାମତୀ କାନ୍ଦାକାନ୍ଦି ନିଜର ପ୍ରିୟ ଅଜିତ ଦାଦା ଓରଫ ଅଜିତ ପାୱାରଙ୍କୁ ବିଦାୟ ଜଣାଉଥିବା ବେଳେ ଏବେ ଆଉ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଜିତ ପାୱାର ଯାତ୍ରା କରୁଥିବା ବିମାନ କ୍ରାଶ କରିବାର କିଛି ମୁହୂର୍ତ୍ତ ପୂର୍ବରୁ ଏଥିରେ ଥିବା ଦୁଇ କକପିଟ କ୍ରୁ ସଦସ୍ୟ କ’ଣ କହିଥିଲେ, ତା’ର ତଥ୍ୟ ମିଳିଛି।
ମହାରାଷ୍ଟ୍ରର ବାରାମତୀ ଏୟାରପୋର୍ଟ ନିକଟରେ ବିମାନ କ୍ରାଶ ହେବା ପୂର୍ବରୁ ଏହା ଆକାଶ ପଥରେ ହିଁ ନିୟନ୍ତ୍ରଣ ହରାଇଥିଲା। ବିମାନଟି ବାମ ପଟକୁ ଢଳିବା ପରେ ସିଧା ଯାଇ ରନୱେର ବାମ ପଟେ ଥିବା ପାହାଡ଼ିଆ ସ୍ଥାନରେ ପିଟି ହୋଇ ଜଳି ଯାଇଥିଲା। ଏଥିରେ ଅଜିତ ପାୱାର(Ajit Pawar)ଙ୍କ ସମେତ ବିମାନରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବିମାନଟି କ୍ରାଶ ହେବାକୁ ଯାଉଥିବା ବେଳେ ଦୁଇ କକପିଟ କ୍ରୁ ସଦସ୍ୟ ଓଃ ଶିଟ୍ ଓଃ ଶିଟ୍ କହି ଚିତ୍କାର କରିଥିବା ଜଣାପଡ଼ିଛି। ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଉକ୍ତ ଅଧିକାରୀଙ୍କ କହିବା କଥା ଯେ ବାରାମତୀରେ ବିମାନ ଅବତରଣ ଓ ଉଡ଼ାଣ ପରିଚାଳନା ସହରର ଦୁଇ ଘରୋଇ ଆଭିଏସନ ଏକାଡେମୀର ପାଇଲଟ କ୍ୟାଡେସମାନେ ବୁଝନ୍ତି। ସେହି ଦୁଇ ଘରୋଇ ଆଭିଏସନ ଏକାଡେମୀ ହେଉଛନ୍ତି ରେଡବାର୍ଡ ଆଭିଏସନ ଓ କାରଭେର ଆଭିଏସନ। ସେମାନେ ହିଁ ଏଠାକୁ ଆସୁଥିବା ବିମାନର ପାଇଲଟଙ୍କ ସହ ଯୋଗାଯୋଗ କରି ଅବତରଣ ପାଇଁ ଅନୁମତି ଦିଅନ୍ତି। ଅଜିତ ପାୱାରଙ୍କ ବିମାନ ଏୟାରଷ୍ଟ୍ରିପରେ ପ୍ରବେଶ କରିଥିଲା। କିନ୍ତୁ ରନୱେ ଥିବା ସ୍ଥାନରୁ ଅଳ୍ପ ଦୂରରେ ଏହା କ୍ରାଶ ହୋଇଥିଲା।
ଅଧିକାରୀଙ୍କ କହିବା କଥା ଯେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲିୟରଜେଟ ବିମାନର ବ୍ଲାକବକ୍ସକୁ ଠାବ କରାଯାଇଛି। ଏହାକୁ ଅନୁଶୀଳନ କରାଯିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଶେଷ ମୁହୂର୍ତ୍ତରେ କକପିଟରେ କ’ଣ ହୋଇଥିଲା, ସେକଥା ବ୍ଲାକବକ୍ସ କହିବ। ବର୍ତ୍ତମାନ ଏଏଆଇବି ଘଟଣା ସ୍ଥଳରେ ପହଞ୍ଚି ଫରେନ୍ସିକ ଯାଞ୍ଚ କରୁଥିବା ମଧ୍ୟ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
ଅଧିକାରୀଙ୍କ କହିବା କଥା ଯେ ପଞ୍ଜିକୃତ ଭିଆଇ-ଏସଏସକେ ସକାଳ ୮.୧୮ରେ ବାରାମତୀ ସହ ଯୋଗାଯୋଗ କରିଥିଲେ। ଲକ୍ଷ୍ୟ ସ୍ଥଳ ଠାରୁ ବିମାନଟି ୫୬ କିମି ଦୂରରେ ଥିବା ବେଳେ ପୁଣିଥରେ ଯୋଗାଯୋଗ ହୋଇଥିଲା। ପାଇଲଟଙ୍କ ନିର୍ଦ୍ଦେଶରେ କ୍ରୁ ସ୍ଥାନୀୟ ପାଣିପାଗର ସମ୍ପର୍କରେ ତଥ୍ୟ ନେଇଥିଲା। କ୍ରୁଙ୍କୁ ସୂଚନା ମିଳିଥିଲା ଯେ ସ୍ଥାନୀୟ ଅଞ୍ଚଳରେ ପବନ ଶାନ୍ତ ରହିଛି ଓ ଭିଜିବିଲିଟୀ ପ୍ରାୟ ୩ ହଜାର ମିଟର ରହିଛି।
ପାଇଲଟ ଜଣଙ୍କ ରନୱେ ୧୧ରେ ପ୍ରଥମ ପ୍ରୟାସ ଲ୍ୟାଣ୍ଡିଂ ଉଦ୍ୟମ କରୁଥିବା ବେଳେ କ୍ରୁ ରିପୋର୍ଟ କରିଥିଲେ ଯେ ରନୱେ ଦେଖାଯାଉ ନାହିଁ। ଏଥିଯୋଗୁ ସେମାନେ ଲ୍ୟାଣ୍ଡିଂ କରି ନଥିଲେ ଓ ଆଉ ଗୋଟିଏ ରାଉଣ୍ଡ ବୁଲିବାକୁ ଚାହିଁଥିଲେ। ଗୋଟିଏ ରାଉଣ୍ଡ ବୁଲିବା ପରେ ସେମାନଙ୍କୁ ନିଜର ପୋଜିସନ ସମ୍ପର୍କରେ କହିବାକୁ ନିର୍ଦ୍ଦେଶ ମିଳିଥିଲା। ଏହି ସମୟରେ ବିମାନଟି ରନୱେ ୧୧ ଅଭିମୁଖେ ପୁଣି ଯାଉଥିବା କ୍ରୁ କହିଥିଲେ।
ଏହି ସମୟରେ ବାରାମତୀ ଏୟାରପୋର୍ଟର ରନୱେ ପରିଚାଳକଙ୍କ ପକ୍ଷରୁ କୁହାଯାଇଥିଲା ଯେ ରନୱେ ଦେଖାଗଲେ ରିପୋର୍ଟ କରିବେ। ପ୍ରାରମ୍ଭରିକ ପର୍ଯ୍ୟାୟରେ କ୍ରୁ ରନ ୱେ ଦେଖାଯାଉନି ଓ ଏହା ଦେଖାଗଲେ ଯୋଗାଯୋଗ କରିବେ ବୋଲି କହିଥିଲେ। କିଛି ସେକେଣ୍ଡ ପରେ ରନୱେ ଦେଖାଯାଉଥିବା କ୍ରୁ କହିଥିଲେ। ଏହାପରେ ବିମାନକୁ ୮.୪୩ରେ ୧୧ ନମ୍ବର ରନୱେରେ ଲ୍ୟାଣ୍ଡ କରିବାକୁ ଅନୁମତି ମିଳିଥିଲା।
କିନ୍ତୁ ଏହାର କୌଣସି ଜବାବ କ୍ରୁ ଦେଇ ନଥିଲେ। ଏହାର ଗୋଟିଏ ମିନିଟ ପରେ ଅର୍ଥାତ ୮.୪୪ ରନୱେ ୧୧ ଠାରୁ କିଛି ଦୂରରେ ବିସ୍ଫୋରଣ ହେବା ସହ ନିଆଁ ପିଣ୍ଡୁଳା ଉଠୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଘଟଣା ସ୍ଥଳରୁ ଉଦ୍ଧାରକାରୀ ଟିମ ଯାଇ ଥିଲେ। ହେଲେ ରନୱେର ବାମ ପଟୁ ବିମାନ(Plane Crash)ର ଧ୍ୱଂସାବଶେଷ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
