Advertisment

ଖେଳାଳି ଦ୍ୱାରା ମାଲିସ ଖାଇ କୋଚ ସସ୍‌ପେଣ୍ଡ

ସସ୍‌ପେଣ୍ଡ ହୋଇଥିବା କୋଚ୍‌ଜଣକ ହେଲେ ଦେବରିୟା ସ୍ପୋର୍ଟ୍ସ ଷ୍ଟାଡିୟମର କୋଚ ଅବଦୁଲ୍ଲ ଅହଦ । ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Tension

Tension

Advertisment

ନାବାଳକ ଖେଳାଳିଙ୍କ ଦ୍ୱାରା ବଡି ମସାଜ କରିବା ମହଙ୍ଗା ପଡ଼ିଲା । ସସ୍‌ପେଣ୍ଡ ହେଲେ କ୍ରିକେଟ କୋଚ୍‌ । ଏପରି ଘଟଣା ୟୁପିରେ ହୋଇଥିବା ବେଳେ ସସ୍‌ପେଣ୍ଡ ହୋଇଥିବା କୋଚ୍‌ଜଣକ ହେଲେ ଦେବରିୟା ସ୍ପୋର୍ଟ୍ସ ଷ୍ଟାଡିୟମର କୋଚ ଅବଦୁଲ୍ଲ ଅହଦ । ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଏହା ଗତ ଅଗଷ୍ଟ ମାସର ଭିଡିଓ ବୋଲି ଜଣାପଡ଼ିଥିବା ବେଳେ ଏବେ ଭାଇରାଲ ହୋଇଛି। ଭାଇରାଲ ହେବା ପରେ ଏହାର ତଦନ୍ତ ନିମନ୍ତେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ । ଆଦେଶ ଅନୁଯାୟୀ, ନିଲମ୍ବନ ସମୟ ମଧ୍ୟରେ ଅବଦୁଲ୍ଲ ଅହଦଙ୍କୁ ଦେବରିୟା ସ୍ପୋର୍ଟ୍ସ ଷ୍ଟାଡିୟମ ମନା ହୋଇଥିବା ବେଳେ ତାଙ୍କୁ କ୍ଷେତ୍ରୀୟ କାର୍ଯ୍ୟାୟଳୟ ଲକ୍ଷ୍ନୌକୁ ପଠାଇଛି ଖେଳ ମନ୍ତ୍ରାଳୟ । ଖେଳ ନିର୍ଦ୍ଦେଶକ ଡେପୁଟି ଡାଇରେକ୍ଟର ସ୍ପୋର୍ଟ୍ସ ଆରଏନ୍‌ ସିଂଙ୍କୁ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଛାତ୍ରବାସ ଭିତରେ ଜଣେ ନାବାଳିକ କ୍ରିକେଟର କୋଚଙ୍କୁ ମାଲିସ କରୁଛନ୍ତି। ୨ ଦିନ ପୂର୍ବେ ଏହି ଭିଡିଓ ଭାଇରାଲ ହୋଇଥିଲା। ଖୋଳତାଡ଼ କରିବାରୁ ଏହା ଦେବରିୟାର ରବୀନ୍ଦ୍ର କିଶୋର ସ୍ପୋର୍ଟ୍ସ ହଷ୍ଟେଲ ଭିତରର ଦୃଶ୍ୟ ବୋଲି ଜଣାପଡ଼ିଥିଲା।

Advertisment

ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ସରଗରମ ଥିବା ବେଳେ ମାଲିସ କରୁଥିବା ନାବାଳକ କ୍ରିକେଟର ମୁହଁ ଖୋଲିଛନ୍ତି। ସେ ନିଜ କୋଚଙ୍କ ଉପରେ ଗଭୀର ଆରୋପ ଲଗାଇଛନ୍ତି। ଏପରିକି କୋଚ ତାଙ୍କୁ ଗାଳିଗୁଲଜ କରିବା ସହ ଜୋରଜବରଦସ୍ତି ମାଲିସ କରିବାକୁ କହୁଥିବା କହିଛନ୍ତି। କେବଳ ସେତିକି ନୁହେଁ, ଘରୁ ଫୋନ୍‌ ଆସିଲେ କୋଚ୍‌ ତାଙ୍କୁ କଥାବାର୍ତ୍ତା କରିବାକୁ ଦେଉ ନ ଥିଲେ ବୋଲି କହିଛନ୍ତି ନାବାଳକ ।

ଅପରପକ୍ଷେ, ନିଜ ସଫେଇରେ କୋଚଜଣକ କହିଛନ୍ତି, ଗତ ଅଗଷ୍ଟ ମାସରେ ଦିନେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ପଡ଼ି ଯାଇଥିଲି । ସେତେବେଳେ ମୋ ଅଣ୍ଟା ଆଘାତପ୍ରାପ୍ତ ହୋଇଥିଲା। ତେଣୁ ସେଠାରେ ଥିବା ଖେଳାଳିଙ୍କ ଦ୍ୱାରା ମାଲିସ କରିଥିଲି। ଏହାବାଦ ଏଥିରେ ଆଉ କୌଣସି ସତ୍ୟତା ନାହିଁ । ଏହି ଭିଡିଓ କିଏ କରିଛି, ସେ ନେଇ କିଛି ଖବର ମୋ ପାଖରେ ନାହିଁ।

ଏହି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଏହାର ଯାଞ୍ଚ ପାଇଁ ଏକ ୩ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠିତ କରିଛି। ଏହି କମିଟି ୩ ଦିନ ଭିତରେ ନିଜ ରିପୋର୍ଟ ପ୍ରକାଶ କରିବ । ରିପୋର୍ଟ ପ୍ରକାଶ ପାଇବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Spotrs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe