Advertisment

ଜାମନଗରର ନୂତନ ଜାମ ସାହେବ ଅଜୟ ଜାଡେଜା

ଜାମନଗରର ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଅଜୟ ଜାଡେଜାଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି।

Ajay Jadeja

Ajay Jadeja

Advertisment

ଗୁଜରାଟ ଜାମନଗର ରାଜପରିବାରକୁ ମିଳିଗଲେ ପରବର୍ତ୍ତୀ ଉତ୍ତରାଧିକାରୀ। ଜାମନଗରର ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଶନିବାର ସକାଳେ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି।

Advertisment

ଏହି ସମୟରେ ଶତ୍ରୁଶଲ୍ୟ ସିଂହଜୀ କହିଛନ୍ତି, 'ମୁଁ ଖୁସି ଯେ ଅଜୟ ଜାଡେଜା ନୱାନଗରର ନୂତନ ଜାମ ସାହେବ ହେବେ। ଅଜୟ ଜାଡେଜା ମୋର ଉତ୍ତରାଧିକାରୀ ତଥା ନୱାନଗରର ପରବର୍ତ୍ତୀ ଜାମ ସାହେବ ହେବାକୁ ଗ୍ରହଣ କରିଛନ୍ତି। ମୁଁ ଭାବୁଛି ଜାମନଗରବାସୀଙ୍କ ପାଇଁ ଏହା ଏକ ଆଶୀର୍ବାଦ ହେବ।'

ପୂର୍ବତନ କ୍ରିକେଟର ଅଜୟ ଜାଡେଜା ଜାମନଗରର ହିଁ ଅଟନ୍ତି ଏବଂ ତାଙ୍କର ନୱାନଗର ରାଜପରିବାର ସହ ସମ୍ପର୍କ ରହିଛି। ସେ ପୂର୍ବରୁ ଜାମ ସାହେବ ଶାତ୍ରୁଶଲ୍ୟ ସିଂହଜୀଙ୍କ ନିକଟତର ଥିଲେ। ପୂର୍ବରୁ ହିଁ ସେ ନୂତନ ଜାମ ସାହେବ ହେବେ ବୋଲି ବିଶ୍ୱାସ କରାଯାଉଥିଲା।

Advertisment

ଜାମ ସାହେବ ଶତ୍ରୁଶଲ୍ୟା ସିଂହଜୀ ସନ୍ତାନହୀନ, ଏହି କାରଣରୁ ତାଙ୍କୁ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ପଡ଼ିଲା। ଏଥିପାଇଁ ସେ ଅଜୟ ଜାଡେଜାଙ୍କୁ ବାଛିଲେ । ଜାମ ସାହେବ ଶାତ୍ରୁଶଲ୍ୟା ସିଂହଜୀଙ୍କ ବାପା ଥିଲେ ଦିଗ୍‌ବିଜୟ ସିଂହ, ଯିଏ ୩୩ ବର୍ଷ ଯାଏଁ ଜାମ ସାହେବ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ଦାଦା ରଣଜିତ୍ ସିଂହଜୀ ତାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ ଏବଂ ତାଙ୍କୁ ତାଙ୍କର ଉତ୍ତରାଧିକାରୀ କରିଥିଲେ।

ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜା ଜାମନଗରର ରାଜପୁତ ଅଟନ୍ତି। ସେ ଜଣେ ଭାରତୀୟ କ୍ରିକେଟର ଭାବରେ ମଧ୍ୟ ବେଶ୍‌ ଖ୍ୟାତି ଅର୍ଜନ କରିସାରିଛନ୍ତି। ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ ରବିନ୍ଦ୍ର ଜାଡେଜା ତିନୋଟି କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନିକଟରେ ସେ ଟି -୨୦ ବିଶ୍ୱକପ ସମୟରେ ଜଣେ ମେଣ୍ଟର ଭାବରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ସହ ଜଡିତ ଥିଲେ। ତାଙ୍କ ମାର୍ଗଦର୍ଶନରେ ଆଫଗାନିସ୍ତାନ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଜାଡେଜା ତାଙ୍କ ସେବା ପାଇଁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡରୁ କୌଣସି ଫିସ୍‌ ମଧ୍ୟ ନେଇ ନଥିଲେ। ଏହି ଉଦାରତା ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା।

Ajay Jadeja Gujarat Royal Family Jamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe