Advertisment

Mohammed Shami: SIR ଶୁଣାଣି ପାଇଁ କ୍ରିକେଟର ମହମ୍ମଦ ଶାମି ଓ ତାଙ୍କ ଭାଇଙ୍କୁ ସମନ୍‌

ଦକ୍ଷିଣ କୋଲକାତାର ଯାଦବପୁର ଅଞ୍ଚଳରେ ଥିବା କାର୍ତୁଜ ନଗର ସ୍କୁଲରୁ ସୋମବାର ଦୁଇ ଭାଇଙ୍କୁ ନୋଟିସ କରାଯାଇଛି। ଶାମି ଓ ତାଙ୍କ ଭାଇଙ୍କୁ ଆସିସଷ୍ଟାଣ୍ଟ ଲଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଏଇଆରଓ)ଙ୍କ ଆଗରେ ଉପସ୍ଥିତ ରହି ପକ୍ଷ ରଖିବାକୁ କୁହାଯାଇଛି।

Shami

ମହମ୍ମଦ ଶାମି

Advertisment

ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସ୍‌ଆଇଆର) ପ୍ରକ୍ରିୟାର ଶୁଶାଣି ପାଇଁ କ୍ରିକେଟର ମହମ୍ମଦ ଶାମି(Mohammed Shami) ଓ ତାଙ୍କ ଭାଇ ମହମ୍ମଦ କୈଫଙ୍କୁ ନିର୍ବାଚନ କମିଶନ ସମନ କରିଛନ୍ତି।

Advertisment

ଦକ୍ଷିଣ କୋଲକାତାର ଯାଦବପୁର ଅଞ୍ଚଳରେ ଥିବା କାର୍ତୁଜ ନଗର ସ୍କୁଲରୁ ସୋମବାର ଦୁଇ ଭାଇଙ୍କୁ ନୋଟିସ କରାଯାଇଛି। ଶାମି ଓ ତାଙ୍କ ଭାଇଙ୍କୁ ଆସିସଷ୍ଟାଣ୍ଟ ଲଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଏଇଆରଓ)ଙ୍କ ଆଗରେ ଉପସ୍ଥିତ ରହି ପକ୍ଷ ରଖିବାକୁ କୁହାଯାଇଛି।

ତେବେ ଶାମି ଧାର୍ଯ୍ୟ ଶୁଣାଣି ସମୟରେ ଉପସ୍ଥିତ ରହିପାରିବେ ନାହିଁ। ଏବେ ଶାମି ବିଜୟ ହଜାରେ ଟ୍ରଫି ଯୋଗୁ ରାଜକୋଟରେ ବ୍ୟସ୍ତ ରହିଛନ୍ତି। ବେଙ୍ଗଲ ପାଇଁ ସେ ପ୍ରତିନିଧିତ୍ୱ କରୁଥିବାରୁ ଏସ୍‌ଆଇଆର ଶୁଣାଣିରେ ସାମିଲ ହୋଇପାରିବେ ନାହିଁ।

Advertisment

ଶାମି ନିଜକୁ କୋଲକାତା ପୌର ନିଗମ(କେଏମସି)ର ୱାର୍ଡ ୯୩ର ଭୋଟର ଏବେ ପଞ୍ଜିକୃତ କରିଛନ୍ତି। ଏହା ରାଶବେହାରି ବିଧାନସଭା ଆସନ ମଧ୍ୟରେ ରହିଛି। ଯଦିଓ ଶାମି ଉତ୍ତର ପ୍ରଦେଶର ଅମରୋହାରେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ଦୀର୍ଘ ବର୍ଷ ହେଲାଣି କୋଲକାତାର ସ୍ଥାୟୀ ବାସିନ୍ଦା ଭାବେ ରହୁଛନ୍ତି। ଏଥିପାଇଁ ସେ ନିଜକୁ ବେଙ୍ଗଲର ଭୋଟର୍‌ ଭାବେ ପଞ୍ଜିକୃତ କରିଛନ୍ତି। 

ଡିସେମ୍ବର ୧୬ରୁ ବେଙ୍ଗଲରରେ ଆରମ୍ଭ ହୋଇଥିବା ଏସ୍‌ଆଇଆର ବେଳେ ନିୟମ ଅନୁସାରେ ଶାମି ଓ ତାଙ୍କ ଭାଇ ଗଣନା ଫର୍ମ ଦାଖଲ କରିଥିଲେ। ତେବେ ସେମାନେ ଦାଖଲ କରିଥିବା ଗଣନା ଫର୍ମରେ କିଛି ଦ୍ୱନ୍ଦ୍ୱ ରହିଛି। ଏହି କାରଣ ପାଇଁ ସେମାନଙ୍କୁ ନିଜର ପକ୍ଷ ରଖିବାକୁ ସମନ କରାଯାଇଛି। ଶାମିଙ୍କ ଏସ୍‌ଆଆର ଶୁଣାଣି ଜାନୁଆରୀ ୯ରୁ ୧୧ ମଧ୍ୟରେ ହୋଇପାରେ ବୋଲି ଜଣାପଡ଼ିଛି। 

ଫର୍ମରେ ଦୁଇ ଭାଇ କରିଥିବା ଦାବିରେ କେତେ ସତ୍ୟତା ରହିଛି, ତା’କୁ ଜାଣିବା ପାଇଁ ଚାହୁଁଛନ୍ତି ନିର୍ବାଚନ କମିଶନ। ସେହିପରି ଉତ୍ତର ପ୍ରଦେଶର ଅମରୋହାରେ ଶାମି କିମ୍ବା ତାଙ୍କ ଭାଇଙ୍କ ଭୋଟର କାର୍ଡ ରହିଛି କି ନାହିଁ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଭାରତୀୟ ନିର୍ବାଚନ କମିଶନ। 

Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe