Advertisment

ଲିଙ୍ଗ ବଦଳାଇ ଥିବା ଅନୟା ବାଙ୍ଗରଙ୍କୁ କେଉଁ ସବୁ କ୍ରିକେଟର ପଠାଉଥିଲେ ଅଶ୍ଳୀଳ ଫଟୋ?

ବ୍ରିଟେନରେ ରହୁଥିବା ଅନୟା ତାଙ୍କ ବାପା ସଞ୍ଜୟ ବାଙ୍ଗରଙ୍କ ଭଳି ଜଣେ ଆଥଲେଟ ଓ ସେ କ୍ରିକେଟ ମଧ୍ୟ ଖେଳନ୍ତି।

Bangar

Bangar

Advertisment

ଭାରତୀୟ ଟିମର ପୂର୍ବତନ ଖେଳାଳି ତଥା କୋଚ୍‌ ସଞ୍ଜୟ ବାଙ୍ଗରଙ୍କ ଝିଅ ଅନୟା ସାଂଘାତିକ ଖୁଲାସା କରିଛନ୍ତି। ଜନ୍ମରୁ ସେ ପୁଅ ଥିଲେ। ତାଙ୍କ ନାଁ ଆର୍ଯ୍ୟନ ରହିଥିଲା। କିନ୍ତୁ ଗତବର୍ଷ ସେ ହରମୋନାଲ ରିପ୍ଲେସମେଣ୍ଟ ଥେରାପୀ ଓ ଲିଙ୍ଗ ପରିବର୍ତ୍ତନର ଅସ୍ତ୍ରୋପଚାର ଜରିଆରେ ନିଜକୁ ଅନୟା ବାଙ୍ଗର ଭାବେ ପରିଚିତ କରାଇଛନ୍ତି। ଅର୍ଥାତ ସଞ୍ଜୟ ବାଙ୍ଗରଙ୍କ ପୁଅ ଏବେ ସଞ୍ଜୟ ବାଙ୍ଗରଙ୍କ ଝିଅ ହୋଇ ସାରିଛନ୍ତି।

Advertisment

ତାଙ୍କ ନାଁ ଅନୟା। ବ୍ରିଟେନରେ ରହୁଥିବା ଅନୟା ତାଙ୍କ ବାପା ସଞ୍ଜୟ ବାଙ୍ଗରଙ୍କ ଭଳି ଜଣେ ଆଥଲେଟ ଓ ସେ କ୍ରିକେଟ ମଧ୍ୟ ଖେଳନ୍ତି। କିନ୍ତୁ ଅନୟା ଖୁଲସା କରିଛନ୍ତି ଯେ ସେ ପୁଅରୁ ଝିଅ ହେବା ପରେ ତାଙ୍କୁ କ୍ରିକେଟ କ୍ୟାରିୟରକୁ ଆଗକୁ ନେବାରେ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଥିଲା। ଅନୟାଙ୍କ ଯାତ୍ରା ଆରମ୍ଭରୁ ହିଁ ସହଜ ନଥିଲା।

ନିକଟରେ ସେ ଗୋଟିଏ ସାକ୍ଷାତକାରରେ କ୍ରିକେଟ ଜଗତରେ ଥିବା ବିଷାକ୍ତ ପୁରୁଷତ୍ୱ ସମ୍ପର୍କରେ କହିଛନ୍ତି। ସାକ୍ଷାତକାରରେ ଅନୟାଙ୍କୁ ପଚରା ଯାଇଥିଲା, ଆପଣଙ୍କୁ କେତେବେଳେ ଅନୁଭବ ହୋଇଥିଲା ଯେ ମୁଁ ପୁଅ ନୁହେଁ ଝିଅ ହେବା ଦରକାର? ଏହାର ଉତ୍ତରରେ ଅନୟା କହିଛନ୍ତି, “ଏପରି ଅନୁଭବ ୮ କିମ୍ବା ୯ ବର୍ଷ ବୟସରେ ହୋଇଥିଲା। ମୁଁ ମା’ଙ୍କ ଆଲମିରାରୁ ତାଙ୍କ କପଡ଼ା ଆଣି ପିନ୍ଧେ। ଏହାପରେ ମୁଁ ଦର୍ପଣକୁ ଆଗରେ ଛିଡ଼ା ହୋଇ ନିଜକୁ ଦେଖେ ଓ ମୁଁ ଗୋଟିଏ ଝିଅ ବୋଲି ଭାବେ।

Advertisment

ମୁଁ ଗୋଟିଏ ଝିଅ ହେବାକୁ ଚାହିଁଥିଲି। ମୁଁ ଖ୍ୟାତି ଅର୍ଜନ କରିଥିବା ମୁଶୀର ଖାନ, ସର୍ଫରାଜ ଖାନ ଓ ଯଶସ୍ୱୀ ଜୈସୱାଲଙ୍କ ସହ ଖେଳିଛି। ମୁଁ ମୋ ଭିତରର କଥାକୁ ସବୁବେଳେ ଲୁଚାଇ ରଖୁଥିଲୁ। କାରଣ ବାପାଙ୍କୁ ସମସ୍ତେ ଜାଣିଥିଲେ। କ୍ରିକେଜ ଜଗତ ଅତ୍ୟନ୍ତ ଅସୁରକ୍ଷିତ ଓ ବିଷାକ୍ତ ପୁରୁଷତ୍ୱରେ ପରିପୂର୍ଣ୍ଣ।”

ଲିଙ୍ଗ ବଦଳ ଅସ୍ତ୍ରୋପଚାର ପରେ ସାଥୀ କ୍ରିକେଟରମାନେ କେମିତି ପ୍ରତିକ୍ରିୟା ପ୍ରକାଶ କରିଥିଲେ ବୋଲି ଅନୟାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, “ଅନେକ ସମର୍ଥନ କରିଥିଲେ ଓ କିଛି ହଇରାଣ ମଧ୍ୟ କରିଥିଲେ।” କେଉଁ ପ୍ରକାରର ହଇରାଣ କରାଯାଇଥିଲା ବୋଲି ପୁଣି ପ୍ରଶ୍ନ କରାଯାଇଥିଲା। ଅନୟା କହିଥିଲେ “ଏମିତି କଛି କ୍ରିକେଟର ଥିଲେ ଯେଉଁମାନେ ମନଇଚ୍ଛା ସେମାନଙ୍କ ଅଶ୍ଳୀଳ ଫଟୋ ପଠାଉଥିଲେ।”

ଅନୟାଙ୍କୁ ଅଭଦ୍ରଙ୍କ ଭଳି ଗାଳି ଗୁଲଜ କରୁଥିବା ଜଣେ ବ୍ୟକ୍ତିଙ୍କ କଥା ମଧ୍ୟ ସେ କହିଛନ୍ତି। ଅନୟା କହିଛନ୍ତି, “ସମସ୍ତଙ୍କ ସାମ୍ନାରେ ଜଣେ ବ୍ୟକ୍ତି ମୋତେ ଅଭଦ୍ର ଭାଷାରେ ଗାଳି କରୁଥିଲେ। ସମାନ ବ୍ୟକ୍ତି ଏହାପରେ ମୋ ପାଖକୁ ଆସି ପାଖରେ ବସିଥିଲେ। ମୋତେ ମୋର ଫଟୋ ମାଗିଥିଲେ। ଆଉ ଏକ ଘଟଣା ବି ମୋର ମନେ ପଡ଼ୁଛି। ଯେତେବେଳେ ମୁଁ ଭାରତରେ ଥିଲି ସେତେବେଳେ ଜଣେ ଭେଟରାନ କ୍ରିକେଟରଙ୍କୁ ମୋର ସ୍ଥିତି ସମ୍ପର୍କରେ କହିଥିଲି। ସେ ସବୁ ଶୁଣିଥିଲେ। ଏହାପରେ ମୋତେ କାରରେ ଯିବାକୁ କହିଥିଲେ ଓ ସେ ମୋ ସାଙ୍ଗରେ ଶୋଇବାକୁ ଚାହୁଁଥିବା ମଧ୍ୟ ପ୍ରସ୍ତାବ ଦେଇଥିଲେ।”

ସଞ୍ଜୟ ବାଙ୍ଗରଙ୍କ ଭଳି ଅନୟା ମଧ୍ୟ ଜଣେ କ୍ରିକେଟର। ସେ ଇସଲାମ ଜିମଖାନା ନାମକ ସ୍ଥାନୀୟ କ୍ଲବ ପାଇଁ କ୍ରିକେଟ ଖେଳନ୍ତି। ଏହାବାଦ ବାମହାତୀ ବ୍ୟାଟର ଅନୟା Leicestershireରେ Hinckley Cricket Club ପାଇଁ ମଧ୍ୟ ଖେଳିଥିଲେ। ୨୦୨୩ ନଭେମ୍ବର ମାସରେ ଆଇସିସି ନିୟମ ପ୍ରଣୟନ କରିଥିଲା ଯେ ଟ୍ରାନ୍ସଜେଣ୍ଡର ଆଥଲେଟମାନେ ମହିଳା କ୍ରିକେଟରେ ଭାଗ ନେଇ ପାରିବେ ନାହିଁ। ଆଇସିସିର ଏପରି ନିୟମରେ ଅନୟା ପୂରା ଭାଙ୍ଗି ପଡ଼ିଥିଲେ। ଏହାପରେ ସେ ନିଜର ଲିଙ୍ଗ ପରିବର୍ତ୍ତନ ସହ ହରମୋନାଲ ଥେରାପୀ ମଧ୍ୟ କରିଛନ୍ତି।

ବର୍ତ୍ତମାନ ମାଞ୍ଚେଷ୍ଟରରେ ରହୁଥିବା ଅନୟା ସୋଶାଲ ମିଡିଆରେ ବେଶ ସକ୍ରିୟ। ସେ ସବୁ ବେଳେ ନିଜର ଅନୁଗାମୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅପଡେଟ ଦିଅନ୍ତି। ଅନୟାଙ୍କ ବାପା ସଞ୍ଜୟ ବାଙ୍ଗର ଭାରତ ପାଇଁ ୨୦୦୧ରୁ ୨୦୦୪ ମଧ୍ୟରେ ୧୨ଟି ଟେଷ୍ଟ ଓ ୧୫ଟି ଦିନିକିଆ ଖେଳିଥିଲେ।

Cricket Anya Bangar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe